Advertisment

ଏସିଡ୍‌ ପୀଡ଼ିତାଙ୍କୁ ବିବାହ କରାଇଲେ ଶାହାରୁଖ୍

ମୁମ୍ବାଇ: ଏସିଡ୍‌ ଆକ୍ରମଣର ସମ୍ମୁଖୀନ ହୋଇଥିବା ଜଣେ ଝିଅର ବିବାହ କରାଇଛନ୍ତି ଶହାରୁଖ୍ ଖାଁ। ‘ମିର୍‌ ଫାଉଣ୍ଡେସନ୍‌’ ନାଁ ରେ ଶାହାରୁଖ ଏକ ସଂସ୍ଥା ଚଳାଉଛନ୍ତି । ଯେଉଁଠି ସେ ଏସିଡ୍‌ ଆଟାକ୍‌ ହୋଇଥିବା ଝିଅମାନଙ୍କୁ ଚିକିତ୍ସା କରାନ୍ତି। ନିକଟରେ ଶାହରୁଖ ଏହି ଫାଉଣ୍ଡେସନରେ ଯୋଗଦେଇଥିବା ଜଣେ ପୀଡିତାଙ୍କ ବିବାହ କରାଇଛନ୍ତି। ଶାହରୁଖ ତାଙ୍କ ଟ୍ୱିଟରରେ ବିବାହ ସମୟର ଫଟୋ ଶେଆର କରି ନବ ଦମ୍ପତ୍ତିଙ୍କୁ ଶୁଭ କାମନା ଜଣାଇଛନ୍ତି। ଟ୍ୱିଟ୍‌ କରି ଶାହାରୁଖ ଲେଖିଛନ୍ତି- ମୋ […]

author-image
Biswobandita Swain
ଏସିଡ୍‌ ପୀଡ଼ିତାଙ୍କୁ ବିବାହ କରାଇଲେ ଶାହାରୁଖ୍

sah

ମୁମ୍ବାଇ: ଏସିଡ୍‌ ଆକ୍ରମଣର ସମ୍ମୁଖୀନ ହୋଇଥିବା ଜଣେ ଝିଅର ବିବାହ କରାଇଛନ୍ତି ଶହାରୁଖ୍ ଖାଁ। ‘ମିର୍‌ ଫାଉଣ୍ଡେସନ୍‌’ ନାଁ ରେ ଶାହାରୁଖ ଏକ ସଂସ୍ଥା ଚଳାଉଛନ୍ତି । ଯେଉଁଠି ସେ ଏସିଡ୍‌ ଆଟାକ୍‌ ହୋଇଥିବା ଝିଅମାନଙ୍କୁ ଚିକିତ୍ସା କରାନ୍ତି। ନିକଟରେ ଶାହରୁଖ ଏହି ଫାଉଣ୍ଡେସନରେ ଯୋଗଦେଇଥିବା ଜଣେ ପୀଡିତାଙ୍କ ବିବାହ କରାଇଛନ୍ତି।

Advertisment

ଶାହରୁଖ ତାଙ୍କ ଟ୍ୱିଟରରେ ବିବାହ ସମୟର ଫଟୋ ଶେଆର କରି ନବ ଦମ୍ପତ୍ତିଙ୍କୁ ଶୁଭ କାମନା ଜଣାଇଛନ୍ତି। ଟ୍ୱିଟ୍‌ କରି ଶାହାରୁଖ ଲେଖିଛନ୍ତି- ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଏବଂ ଭଲ ପାଇବା ଅନୁପମା। ତୁମ ନୂତନ ଜୀବନ ଭଲ ପାଇବା ଏବଂ ଖୁସିରେ ପୂରିଯାଉ। ଜଗଦୀପ, ତୁମେ ହେଉଛ ପ୍ରକୃତ ପୁରୁଷ। ତୁମ ପାଖରେ ଖୁସି ରହିବାର ସମସ୍ତ କାରଣ ଅଛି।

ଟ୍ୱିଟ୍‌ କରି ନବ ଦମ୍ପତ୍ତିଙ୍କ ସହ ଶାହାରୁଖ କିଛି ଫଟୋ ମଧ୍ୟ ଶେଆର କରିଛନ୍ତି।

ଶାହରୁଖ ଖାଁଙ୍କ ଏହି ପୋଷ୍ଟରେ ଫ୍ୟାନ୍ସମାନଙ୍କ ପ୍ରତିକ୍ରିୟା ଆସିଛି, ଶାହାରୁଖ୍‌ଙ୍କ ପ୍ରଶଂସକମାନେ ତାଙ୍କ ଫାଉଣ୍ଡେସନ ପାଇଁ ଶୁଭକାମନା ଜଣାଉଛନ୍ତି, ଏବଂ ଏହି କାମ ପାଇଁ ତାଙ୍କୁ ସାବାସି ଦେଉଛନ୍ତି।

Advertisment

https://twitter.com/iamsrk/status/1197192844244471808