Advertisment

‘ଅଭିନୟ ପରିବାରଠୁ ଦୂରେଇ ଦେଲା, ସ୍ୱାମୀ ହୋଇକି ବି ପାଖରେ ରହିପାରିଲିନି’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ପ୍ରତିଭାସଂପନ୍ନ ଅଭିନେତା ହେଉଛନ୍ତି ମିହିର ଦାସ। ‘ନଟ୍‌ ଟୁ ଆକ୍ଟ ଇଜ୍‌ ଆକ୍ଟ’ ବା ‘ଅଭିନୟ ନକରିବା ଟା ହିଁ ଅଭିନୟ’- ୟାକୁ ଅନୁସରଣ କରି ସେ ଆଜି ପର୍ଯ୍ୟନ୍ତ ଅଭିନୟ କରି ଚାଲିଛନ୍ତି। ୧୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଥିବା ମିହିର ଦାସ କିନ୍ତୁ କହନ୍ତି ଯେ ଏ ଅଭିନୟ ତାଙ୍କୁ ତାଙ୍କ ପରିବାରଠାରୁ ଦୂରେଇ ଦେଲା। ’ଓଟିଭି’ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଯୋଗ ଦେଇ ସେ […]

ଅଦ୍ୟତନ ହୋଇଛି
‘ଅଭିନୟ ପରିବାରଠୁ ଦୂରେଇ ଦେଲା, ସ୍ୱାମୀ ହୋଇକି ବି ପାଖରେ ରହିପାରିଲିନି’

mih

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ର ଅନ୍ୟତମ ପ୍ରତିଭାସଂପନ୍ନ ଅଭିନେତା ହେଉଛନ୍ତି ମିହିର ଦାସ। ‘ନଟ୍‌ ଟୁ ଆକ୍ଟ ଇଜ୍‌ ଆକ୍ଟ’ ବା ‘ଅଭିନୟ ନକରିବା ଟା ହିଁ ଅଭିନୟ’- ୟାକୁ ଅନୁସରଣ କରି ସେ ଆଜି ପର୍ଯ୍ୟନ୍ତ ଅଭିନୟ କରି ଚାଲିଛନ୍ତି। ୧୨୦ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଥିବା ମିହିର ଦାସ କିନ୍ତୁ କହନ୍ତି ଯେ ଏ ଅଭିନୟ ତାଙ୍କୁ ତାଙ୍କ ପରିବାରଠାରୁ ଦୂରେଇ ଦେଲା। ’ଓଟିଭି’ରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଯୋଗ ଦେଇ ସେ ଏ କଥା କହିଥିଲେ।

Advertisment

ମିହିର ଦାସ କହିଥିଲେ,“ ଦୀର୍ଘ ଦିନର ଅଭିନୟ ଯାତ୍ରାରେ ମୁଁ ଖୁସି ଅଛି। ତେବେ ଲୋକମାନଙ୍କ ପାଖରେ ପହଞ୍ଚିବା ଏତେ ସହଜ ନଥିଲା। ସେଥିପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିଛି। ହିରୋ ଚରିତ୍ରରେ ଅଭିନୟ କରିବା ସମୟରେ ମୁଁ ଯେତିକି ପରିଶ୍ରମ କରୁଥିଲି ଆଜି ଜେଜେ ବାପା ଚରିତ୍ରରେ ଅଭିନୟ କଲେ ବି ସେତିକି ପରିଶ୍ରମ କରେ। ଆଉ ସେ ପରିଶ୍ରମ ମୋତେ ମୋ ପରିବାରଠୁ ଦୂରେଇ ନେଇଗଲା ବୋଲି ମୋର ଅନୁଭବ ହୁଏ।”

mihir dasସ୍ୱର୍ଗତ ପତ୍ନୀଙ୍କୁ ମନେ ପକାଇ ସେ କହିଥିଲେ,“ଅଭିନୟରେ ଏତେ ବୁଡ଼ିକି ରହୁଥିଲି ଯେ ମୋ ପରିବାରକୁ ବେଶି ସମୟ ଦେଇ ପାରିଲି ନାହିଁ। ଖୁସି ଲାଗୁଥିଲା ଯେ ଆନି (ତାଙ୍କ ପତ୍ନୀ) ପରିବାରର ସବୁ ଦାୟିତ୍ୱ ନେଉଥିଲା। ଛୋଟବଡ଼ ସବୁ ସମସ୍ୟା ସେ ସମାଧାନ କରି ଦେଉଥିଲା। ମୁଁ କେବଳ ଯାହା ଅଭିନୟରେ ମାତିକି ରହୁଥିଲି। ସେ ମୋ ପଛରେ ସବୁବେଳେ ଠିଆ ହୋଇଥିଲା। ତେଣୁ ମୁଁ ଅଭିନୟରେ ଅଧିକ ସମୟ ଦେଇପାରୁଥିଲି। ଅଭିନୟ କରିବାରେ ମୋର ପ୍ରାୟ ସମୟ ଚାଲିଯାଉଥିଲା। ମୁଁ ମୋ ସ୍ତ୍ରୀକୁ ବି ଅଧିକ ସମୟ ଦେଇ ପାରୁ ନଥିଲି। ମୋତେ ଲାଗୁଛି ସ୍ୱାମୀ ହୋଇ ବି ମୁଁ ତା’ ପାଖରେ ନଥିଲି।”

Advertisment

ମିହିର ଦାସ ଆହୁରି କହିଥିଲେ,“ଖୁସି ଲାଗେ ଯେ ଆଜି ପର୍ଯ୍ୟନ୍ତ ଦର୍ଶକମାନେ ମୋ ସହ ଅଛନ୍ତି। ମୋତେ ପରଦାରେ ଦେଖି ସେମାନେ ଟିକେ ଖୁସି ହୋଇପାରୁଛନ୍ତି।”

୧୯୭୯ ମସିହାରୁ ଓଲିଉଡ୍‌ରେ ସକ୍ରିୟ ଥିବା ମିହିର ଦାସ ଆଜି ପର୍ଯ୍ୟନ୍ତ ତାଙ୍କର ଅଭିନୟ ଯାତ୍ରା ଜାରି ରଖିଛନ୍ତି। ସେ ତାଙ୍କ ଅଭିନୟ କ୍ୟାରିଅରରେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି। ଆଉ ସବୁ ଚରିତ୍ରରେ ଲୋକେ ତାଙ୍କୁ ଦେଖିବାକୁ ଭଲ ପାଇଛନ୍ତି। ଆଜି ବି ବର୍ଷକୁ ରିଲିଜ୍‌ ହେଉଥିବା ଅଧିକାଂଶ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe