Advertisment

ଆକ୍ସନକୁ ଫେରିବେ ସଞ୍ଜୟ

ମୁମ୍ୱାଇ: ୧୯୯୩ ମୁମ୍ୱାଇ ବୋମା ବିସ୍ଫୋରଣ ମାମଲାରେ ସଜ୍ଜା କାଟି ଗତକାଲି ପୁନେର ୱେରୱାଡା ଜେଲରୁ ମୁକ୍ତ ହୋଇଥିବା ବଲିଉଡ‌୍ ଅଭିନେତା ସଞ୍ଜୟ ଦତ୍ତ ଗ୍ରୀଷ୍ମ ଋତୁରୁ ପୁଣି ସୁଟିଂ ସେଟ‌କୁ ଫେରିବେ। ବ୍ୟାଙ୍ଗ୍ ବ୍ୟାଙ୍ଗ୍ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଅପକମିଂ ଫିଲ୍ମ ଜରିଆରେ ଆକ୍ସନକୁ ଫେରିବେ ସଞ୍ଜୁ ବାବା। ସଜ୍ଜା କାଟି ଜେଲରୁ ଫେରିବା ପରେ ଏହା ହେବ ତାଙ୍କର ପ୍ରଥମ ପ୍ରୋଜେକ୍ଟ। ସେହିଭଳି ସିଦ୍ଧାର୍ଥଙ୍କ ସହିତ ମଧ୍ୟ ସଞ୍ଜୁଙ୍କର ଏହା ହେଉଛି ପ୍ରଥମ ଫିଲ୍ମ। […]

ଅଦ୍ୟତନ ହୋଇଛି
ଆକ୍ସନକୁ ଫେରିବେ ସଞ୍ଜୟ

sanjya dutta

Advertisment

ମୁମ୍ୱାଇ: ୧୯୯୩ ମୁମ୍ୱାଇ ବୋମା ବିସ୍ଫୋରଣ ମାମଲାରେ ସଜ୍ଜା କାଟି ଗତକାଲି ପୁନେର ୱେରୱାଡା ଜେଲରୁ ମୁକ୍ତ ହୋଇଥିବା ବଲିଉଡ‌୍ ଅଭିନେତା ସଞ୍ଜୟ ଦତ୍ତ ଗ୍ରୀଷ୍ମ ଋତୁରୁ ପୁଣି ସୁଟିଂ ସେଟ‌କୁ ଫେରିବେ। ବ୍ୟାଙ୍ଗ୍ ବ୍ୟାଙ୍ଗ୍ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ଅପକମିଂ ଫିଲ୍ମ ଜରିଆରେ ଆକ୍ସନକୁ ଫେରିବେ ସଞ୍ଜୁ ବାବା। ସଜ୍ଜା କାଟି ଜେଲରୁ ଫେରିବା ପରେ ଏହା ହେବ ତାଙ୍କର ପ୍ରଥମ ପ୍ରୋଜେକ୍ଟ। ସେହିଭଳି ସିଦ୍ଧାର୍ଥଙ୍କ ସହିତ ମଧ୍ୟ ସଞ୍ଜୁଙ୍କର ଏହା ହେଉଛି ପ୍ରଥମ ଫିଲ୍ମ। ତେବେ ସିଦ୍ଧାର୍ଥ ଫିଲ୍ମର ନାଁ ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି। ଏପରିକି ସଞ୍ଜୁଙ୍କ ସହିତ କେଉଁ ହିରୋଇନଙ୍କୁ ରୋମାନ୍ସ କରିବାର ଦେଖିବାକୁ ମିଳିବ ତାହା ବି ରିଭିଲ୍ କରି ନାହାନ୍ତି ସେ। ସେ କେବଳ ଏତିକି କହିଛନ୍ତି ଯେ ଏହା ଏକ ଆକ୍ସନ୍ ଫିଲ୍ମ। ଏପ୍ରିଲ‌୍ ଅବା ମେ’ରୁ ଏହାର ସୁଟିଂ ଆରମ୍ଭ ହେବ।

Advertisment

ଏହା ସହିତ ଉମେଶ ଶୁକ୍ଳାଙ୍କ ସୋସିଆଲ‌୍ ଥିମ‌୍ ଉପରେ ଆଧାରିତ ଏକ ଅନଟାଇଟଲ୍ଡ ଫିଲ୍ମରେ କାମ କରିବେ ସଞ୍ଜୁ। ଇନ୍ଦ୍ର କୁମାର କମିକ‌୍ ଫିଲ୍ମ ‘ଧମାଲ’ର ଥାର୍ଡ ପାର୍ଟ ଓ ‘ମୁନ୍ନାଭାଇ’ ସିରିଜର ଥାର୍ଡ ପାର୍ଟରେ ବି ଆସିବେ ସେ। ତେବେ ଏଗୁଡ଼ିକର ସୁଟିଂ କେବେଠୁ ଆରମ୍ଭ ହେବ ତାହା ଜଣାପଡ଼ିନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe