Advertisment

ହସପିଟାଲରେ ଭର୍ତ୍ତି ହେଲେ ଫିଲ୍ମ ଅଭିନେତା ଅନ୍ନୁ କପୁର

କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ବୁଲେଟିନ୍‌ରେ କୁହାଯାଇଛି।

Annu Kapoor

Annu Kapoor

Advertisment

ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଫିଲ୍ମ ଅଭିନେତା ଅନ୍ନୁ କପୁର ଗୁରୁବାର ଦିଲ୍ଲୀର ସାର୍ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ। ଛାତି ସମସ୍ୟା ପାଇଁ ଅଭିନେତାଙ୍କୁ ଆଡମିଶନ କରାଯାଇଥିବା ସାର୍ ଗଙ୍ଗା ରାମ ହସ୍ପିଟାଲର ଚେୟାରମ୍ୟାନ୍ (ବୋର୍ଡ ଅଫ୍ ମ୍ୟାନେଜମେଣ୍ଟ) ଅଜୟ ସୂରୂପ କହିଛନ୍ତି। କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ସ୍ୱାସ୍ଥ୍ୟ ବୁଲେଟିନ୍‌ରେ କୁହାଯାଇଛି।

Advertisment

ବଲିଉଡରେ ଅନେକ ହିଟ୍ ଚଳଚ୍ଚିତ୍ରରେ ନିଜ ଅଭିନୟ ପାଇଁ ସେ ପରିଚିତ । ସେସବୁ ଚଳଚ୍ଚିତ୍ର ମଧ୍ୟରେ ରହିଛି ମିଃ ଇଣ୍ଡିଆ, ତେଜାବ, ଘାୟଲ, ରାମ ଲଖନ, ଡର ଇତ୍ୟାଦି । ୯୦ ଦଶକରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ଅନ୍ତାକ୍ଷରୀରେ ସେ ଉପସ୍ଥାପକ ଭାବେ କାମକରି ନାଁ କମାଇଥିଲେ । ୨୦୧୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଭିକ୍କି ଡୋନର, ୨୦୧୭ରେ ରିଲିଜ ହୋଇଥିବା ଜଲି ଏଲଏଲବି-୨ରେ ସେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ । 

Bollywood News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe