ଭିକ ମାଗୁଥିବା ଛୁଆଙ୍କୁ ଫାଇଭ୍‌ ଷ୍ଟାର୍ ହୋଟେଲ୍‌ରେ ଖୁଆଇଲେ ଅନୁପମ୍‌ ଖେର୍‌

ମୁମ୍ୱାଇ: ମୁମ୍ବାଇରେ ଭିକ ମାଗୁଥିବା କିଛି ଛୁଆଙ୍କୁ ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌। ଏହି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି। ଏହି ପିଲାମାନେ ଫାଇଭ୍ ଷ୍ଟାର୍ ହୋଟେଲ୍‌କୁ ଖାଇବାକୁ ଯାଉଥିବାର ଏକ ଭିଡିଓକୁ ଅନୁପମ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମୋ ସହିତ ମର୍ଣ୍ଣିଂ ୱାକ୍‌ କରୁଥିବା ସାଙ୍ଗମାନଙ୍କୁ ଆଜି ଏକ ହୋଟେଲ୍‌କୁ ଖୁଆଇବାକୁ ନେଇଥିଲି। ଆମେ […]

anupam

anupam

Puspanjali Panda
  • Published: Tuesday, 05 November 2019
  • Updated: 05 November 2019, 12:37 PM IST

Sports

Latest News

ମୁମ୍ୱାଇ: ମୁମ୍ବାଇରେ ଭିକ ମାଗୁଥିବା କିଛି ଛୁଆଙ୍କୁ ଏକ ଫାଇଭ୍‌ ଷ୍ଟାର୍‌ ହୋଟେଲ୍‌ରେ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି ବଲିଉଡ୍‌ ଅଭିନେତା ଅନୁପମ୍‌ ଖେର୍‌। ଏହି କାର୍ଯ୍ୟ ପାଇଁ ତାଙ୍କୁ ଚାରିଆଡୁ ପ୍ରଶଂସା ମିଳୁଛି।

ଏହି ପିଲାମାନେ ଫାଇଭ୍ ଷ୍ଟାର୍ ହୋଟେଲ୍‌କୁ ଖାଇବାକୁ ଯାଉଥିବାର ଏକ ଭିଡିଓକୁ ଅନୁପମ ନିଜ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମୋ ସହିତ ମର୍ଣ୍ଣିଂ ୱାକ୍‌ କରୁଥିବା ସାଙ୍ଗମାନଙ୍କୁ ଆଜି ଏକ ହୋଟେଲ୍‌କୁ ଖୁଆଇବାକୁ ନେଇଥିଲି। ଆମେ ହସିଲୁ, ଗୀତ ଗାଇଲୁ ଓ ଖାଇଲୁ। ଏକାଠି ଏକ ବଢ଼ିଆ ସମୟ ବିତାଇଲୁ।”

https://twitter.com/AnupamPKher/status/1191172352786063360

ଅନୁପମ ଆହୁରି ଲେଖିଛନ୍ତି, “ଯେତେବେଳେ ବିଲ୍ ଆସିଲା, ସେମାନଙ୍କ ମଧ୍ୟରୁ ଜଣେ ମୋତେ ଫୁସ୍‌ଫୁସ୍ କରି କହିଲା, ‘ଅଙ୍କଲ୍, ବିଲ୍ ଅଧିକ ଆସି ଯାଇନି ତ?’ ସେହି ପିଲାଟି ମୁମ୍ବାଇରେ ରାସ୍ତାକଡ଼ରେ ଶୁଏ।”

ସୋଶାଲ ମିଡିଆରେ ଅନୁପମ ଶେଆର୍‌ କରିଥିବା ଭିଡିଓରେ ଏହି ପିଲାମାନେ ତାଙ୍କ କାର୍‌ରୁ ଓହ୍ଲାଇ ହୋଟେଲରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos