Advertisment

ଜେଏନ୍‌ୟୁ ହିଂସାକାଣ୍ଡକୁ ନେଇ ଆୟୁଷ୍ମାନ ଲେଖିଲେ କବିତା

ମୁମ୍ବାଇ: ରାଜଧାନୀର ଛାତି ଉପରେ ଠିଆ ହୋଇଥିବା ଦେଶର ଏକ ବଡ଼ ଶିକ୍ଷାନୁଷ୍ଠାନ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ରେ ମୁଖା ପିନ୍ଧି କିଛି ଦୁର୍ବୃତ୍ତ ପଶି ଆସି ମାର୍‌ପିଟ୍ କରିଥିବା ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେଇଛି। ଏହି ହିଂସାକାଣ୍ଡକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ବିଭିନ୍ନ ମହଲରେ ଏହି ଘଟଣାକୁ କଡ଼ା ନିନ୍ଦା କରିଯାଇଛି। କିଛି ବଲିଉଡ୍‌ ସେଲେବ୍ରିଟି ମଧ୍ୟ ଏହିଘଟଣା ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। କିଛି ବଲିଉଡ୍‌ ସେଲେବ୍ରିଟି ଏହି ଘଟଣାରେ ଦୁଃଖ […]

ପ୍ରିୟ ଗାୟକଙ୍କ ‌ବାୟୋପିକ୍‌ କରିବାକୁ ଚାହାଁନ୍ତି ଆୟୁଷ୍ମାନ୍

ayushman

Advertisment

ମୁମ୍ବାଇ: ରାଜଧାନୀର ଛାତି ଉପରେ ଠିଆ ହୋଇଥିବା ଦେଶର ଏକ ବଡ଼ ଶିକ୍ଷାନୁଷ୍ଠାନ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳ(ଜେଏନ୍‌ୟୁ)ରେ ମୁଖା ପିନ୍ଧି କିଛି ଦୁର୍ବୃତ୍ତ ପଶି ଆସି ମାର୍‌ପିଟ୍ କରିଥିବା ଘଟଣା ସମସ୍ତଙ୍କୁ ଗଭୀର ଆଘାତ ଦେଇଛି। ଏହି ହିଂସାକାଣ୍ଡକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ବିଭିନ୍ନ ମହଲରେ ଏହି ଘଟଣାକୁ କଡ଼ା ନିନ୍ଦା କରିଯାଇଛି। କିଛି ବଲିଉଡ୍‌ ସେଲେବ୍ରିଟି ମଧ୍ୟ ଏହିଘଟଣା ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

କିଛି ବଲିଉଡ୍‌ ସେଲେବ୍ରିଟି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ତ କିଛି ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇ ପ୍ରଦର୍ଶନ କରିଛନ୍ତି। ଇତି ମଧ୍ୟରେ ଜାତୀୟ ପୁରସ୍କାର ବିଜେତା ଆୟୁଷ୍ମାନ୍‌ ଖୁରାନା ଉକ୍ତ ଘଟଣା ଉପରେ ଏକ ପ୍ରେରଣାଦାୟୀ କବିତା ଲେଖିଛନ୍ତି। ଏହି କବିତା ଭାରତୀୟ ଗଣତନ୍ତ୍ର ଉପରେ ଲେଖିଛନ୍ତି। 

https://twitter.com/ayushmannk/status/1214051267040821250

ସେ ଏହି କବିତା ମାଧ୍ୟମରେ କହିବାକୁ ଚାହିଁଛନ୍ତି ଯେ ମଣିଷପଣିଆଠୁ ବଡ଼ କିଛି ନୁହେଁ, ନା ଧର୍ମ ନା ଧନ ନା ରାଜନୀତି। ଯଦି କେହି ନୂଆ ଚିନ୍ତାଧାରା ଆଣୁଛନ୍ତି ତେବେ ତାହା ଭିନ୍ନ ହେଇଥାଉ ନା କାହିଁକି, ତୁମର ସେଇ ଚିନ୍ତାଧାରକୁ ଛଡ଼େଇନେବା(ଜୋର୍‌ଜବରଦସ୍ତ ବଦଳିବାକୁ ପ୍ରୟାସ କରିବା)ର କୌଣସି ଅଧିକାର ନାହିଁ। ଏହା ହିଁ ଭାରତର ଗଣତନ୍ତ୍ର। ଆଉ ଏଥିରେ କାହାର ସନ୍ଦେହ ନାହିଁ।

Advertisment

https://www.instagram.com/p/B6g6kWUB3DT/?utm_source=ig_web_copy_link

ସୂଚନାଯୋଗ୍ୟ,  ଆୟୁଷ୍ମାନ ବର୍ତ୍ତମାନ ପତ୍ନୀ ତାହିରା ଓ ପିଲାମାନଙ୍କ ସହ ଆମେରିକାରେ ଛୁଟି କାଟିବାକୁ ଯାଇଛନ୍ତି। ସେଠାରେ ତାଙ୍କର କିଛି ଫଟୋ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। କିଛିଦିନ ତଳେ ଆୟୋଜିତ ହୋଇଥିବା ୬୬ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ତାଙ୍କୁ ୨୦୧୮ ବର୍ଷ ପାଇଁଶ୍ରେଷ୍ଠ ଅଭିନେତା ଭାବେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ତାଙ୍କୁ ଫିଲ୍ମଅନ୍ଧାଧୁନ୍ ପାଇଁ ମିଳିଛି। ଆଗକୁ ଆୟୁଷ୍ମାନ୍‌ଙ୍କର ଶୁଭ ମଙ୍ଗଲ ଜ୍ୟାଦା ସାବଧାନ୍ଗୁଲାବୋ ସିତାବୋ ଦୁଇଟି ଫିଲ୍ମ ରିଲିଜ୍‌ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe