Advertisment

ବିଦୁସ୍ମିତାଙ୍କ ଉପରକୁ ହାତ ଉଠାଇଥିଲେ ଅନୁଭବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ଏକ ଭିଡିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା ଅଭିନେତା  ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଅମଣିଷ , ସେ ତାଙ୍କ ଉପରେ ହାତ ଉଠାଇଛନ୍ତି, ସେ ସୁପରଷ୍ଟାର କହିବା ଯୋଗ୍ୟ ନୁହଁ ଏବଂ ସେ ଏମିତି କାମ କରିଛନ୍ତି ଯଦି ସେ ସମ୍ପର୍କରେ ପୁଲିସରେ ଅଭିଯୋଗ ହୋଇଥାନ୍ତା ତେବେ ତାଙ୍କର କ୍ୟାରିଅର ଠପ୍‌ ହୋଇଯାଇଥାନ୍ତା ବୋଲି କହିଛନ୍ତି। ଏଥିସହ ଅନୁଭବ ମହାନ୍ତି ତାଙ୍କୁ କେମିତି ଜାଣିଶୁଣି […]

ଅଦ୍ୟତନ ହୋଇଛି
ବିଦୁସ୍ମିତାଙ୍କ ଉପରକୁ ହାତ ଉଠାଇଥିଲେ ଅନୁଭବ!

3_555_080219111023

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିକଟରେ ଏକ ଭିଡିଓ ସେଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ଯେଉଁଥିରେ ଓଲିଉଡ ଅଭିନେତ୍ରୀ ବିଦୁସ୍ମିତା ଅଭିନେତା  ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଅମଣିଷ , ସେ ତାଙ୍କ ଉପରେ ହାତ ଉଠାଇଛନ୍ତି, ସେ ସୁପରଷ୍ଟାର କହିବା ଯୋଗ୍ୟ ନୁହଁ ଏବଂ ସେ ଏମିତି କାମ କରିଛନ୍ତି ଯଦି ସେ ସମ୍ପର୍କରେ ପୁଲିସରେ ଅଭିଯୋଗ ହୋଇଥାନ୍ତା ତେବେ ତାଙ୍କର କ୍ୟାରିଅର ଠପ୍‌ ହୋଇଯାଇଥାନ୍ତା ବୋଲି କହିଛନ୍ତି। ଏଥିସହ ଅନୁଭବ ମହାନ୍ତି ତାଙ୍କୁ କେମିତି ଜାଣିଶୁଣି ହଇରାଣ କରିଛନ୍ତି ତାର ଗୁମର  ଖୋଲିଛନ୍ତି ବିଦୁ।

Advertisment

publive-image

ତରଙ୍ଗ ମ୍ୟୁଜିକରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ସେଲେବ୍ରେଟି-୧୦୦’ରେ ଷ୍ଟାର ଭାବେ ଯୋଗଦେଇଥିଲେ ଅଭିନେତ୍ରୀ ବିଦୁସ୍ମିତା। ଏହି ଶୋ’ରେ ସେ ଉପସ୍ଥାପକଙ୍କ ସହ ନିଜ ଜୀବନର ଅନେକ କଥା ଶେଆର କରିଥିଲେ। ଏଥିସହ ତାଙ୍କର ଅନୁଭବଙ୍କ ସହ ଥିବା ଶତ୍ରୁତାର ଗୁମର ମଧ୍ୟ ଖୋଲିଥିଲେ। ୨୦୦୬ରୁ ବିଦୁସ୍ମିତାଙ୍କର ପରମ ଶତ୍ରୁ ପାଲଟିଯାଇଛନ୍ତି ଅନୁଭବ। ଏକ ଇଭେଣ୍ଟରେ ଦିଦୁସ୍ମିତାଙ୍କ ସହ ଅନୁଭବଙ୍କର ପାଟିତୁଣ୍ଡ ହୋଇଥିଲା। ଝଗଡ଼ା ସମୟରେ ଅନୁଭବ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ତାଙ୍କୁ ମାରିବା ପାଇଁ ମଧ୍ୟ ହାତ ଉଠାଇଦେଇଥିଲେ। ଏଥିସହ ତାଙ୍କର କିଛି ବଡିଗାର୍ଡ ମଧ୍ୟ ତାଙ୍କୁ ମାରିବା ପାଇଁ ବାହାରିଥିଲେ। ଏସବୁ ବ୍ୟବହାର ଦେଖି ବିଦୁସ୍ମିତା ପୁଲିସରେ ଅଭିଯୋଗ କରିବା ପାଇଁ ବାହାରିବା ସମୟରେ ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ତାଙ୍କୁ ଅଟକାଇଥିଲେ ବୋଲି କହିଛନ୍ତି ବିଦୁସ୍ମିତା।
ଏତିକିରେ କଥା ସରିନଥିଲା। ୨୦୦୬ରେ ଏକ ଫିଲ୍ମରେ ଯେଉଁଥିରେ ଅଭିନେତ୍ରୀ ବିଦୁସ୍ମିତା ଏକ ଆଇଟମ୍‌ ଗୀତ କରିବାର ଥିଲା ସେ ଫିଲ୍ମରେ ଅନୁଭବ ଫିଲ୍ମ ନିର୍ଦ୍ଦେଶକଙ୍କୁ ମନା କରି ତାଙ୍କୁ ସେ ଗୀତରୁ ବାହାର କରିଦେଇଥିଲେ ବୋଲି କହିଛନ୍ତି ବିଦୁସ୍ମିତା। ସେବେଠୁ ସେ ଅନୁଭବଙ୍କୁ ଘୃଣା କରନ୍ତି। ଏମିତି ଜଣେ ଚରିତ୍ର ଥିବା ଲୋକଙ୍କୁ ସେ କେବେବି ସୁପରଷ୍ଟାରର ଆଖ୍ୟା ଦେଇପାରିବେନି ବୋଲି କହିଛନ୍ତି।
Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe