Advertisment

‘ଶୋଲେ’ର କାଲିଆଙ୍କ ପରଲୋକ

ମୁମ୍ବାଇ: ଫିଲ୍ମ ‘ଶୋଲେ’ରେ ଗବର୍‌ଙ୍କ ସହ ‘କାଲିଆ’ ଚରିତ୍ରରେ ଅଭିନୟ କରିଥିବା ବିଜୁ ଖୋଟେଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ମୁମ୍ବାଇସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ। ବିଜୁଙ୍କ ମୃତ୍ୟୁରେ ଫିଲ୍ମ ଜଗତ ସହିତ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକରଛାୟା ଖୋଳିଯାଇଛି। ଫିଲ୍ମ ‘ଶୋଲେ’ରେ ସେ ‘କାଲିଆ’ ଚରିତ୍ରରେ ଅଭିନୟ କରି ଫେମସ୍‌ ହୋଇଯାଇଥିଲେ। ଏହି ରୋଲ୍‌ରେ ତାଙ୍କର ଅଭିନୟ […]

author-image
Chinmayee Roy
‘ଶୋଲେ’ର କାଲିଆଙ୍କ ପରଲୋକ

kalia

ମୁମ୍ବାଇ: ଫିଲ୍ମ ‘ଶୋଲେ’ରେ ଗବର୍‌ଙ୍କ ସହ ‘କାଲିଆ’ ଚରିତ୍ରରେ ଅଭିନୟ କରିଥିବା ବିଜୁ ଖୋଟେଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା। ମୁମ୍ବାଇସ୍ଥିତ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ସେ ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ।

Advertisment

ବିଜୁଙ୍କ ମୃତ୍ୟୁରେ ଫିଲ୍ମ ଜଗତ ସହିତ ତାଙ୍କ ପ୍ରଶଂସକଙ୍କ ମଧ୍ୟରେ ଶୋକରଛାୟା ଖୋଳିଯାଇଛି। ଫିଲ୍ମ ‘ଶୋଲେ’ରେ ସେ ‘କାଲିଆ’ ଚରିତ୍ରରେ ଅଭିନୟ କରି ଫେମସ୍‌ ହୋଇଯାଇଥିଲେ। ଏହି ରୋଲ୍‌ରେ ତାଙ୍କର ଅଭିନୟ ବେଶ୍‌ ବଢ଼ିଆ ଥିଲା, ଯାହା ଏବେ ବି ମନେପଡ଼େ।

publive-imageବିଜୁ ୧୯୬୪ରେ ଫିଲ୍ମ ଜଗତରେ ପାଦ ରଖିଥିଲେ। ସେ ପାଖାପାଖି ୩୦୦ଟି ମରାଠି ଓ ହିନ୍ଦୀ ସିନେମାରେ କାମ କରିଥିଲେ।  ‘ଅନ୍ଦାଜ୍ ଅପନା ଅପନା’, 'କର୍ଜ', 'କୟାମତ୍‌ ସେ କୟାମତ୍‌ ତକ୍‌', 'କୁର୍ବାନୀ', 'ନାଗୀନ୍', 'ଗୋଲମାଲ୍‌-୩', 'ଅତିଥି ତୁମ୍ କବ୍ ଯାଓଗେ' ଓ 'ଅଜବ ପ୍ରେମ୍ କି ଗଜବ୍  କାହାନୀ' ପରି ଫିଲ୍ମରେ ସେ ଜବରଦସ୍ତ ରୋଲ୍‌ କରିଥିଲେ।

Advertisment

ବଲିଉଡ୍‌ର ପ୍ରାୟ ସମସ୍ତ କଳାକାରଙ୍କ ସହ ବିଜୁଙ୍କ ଭଲ ସମ୍ପର୍କ ଥିଲା। ତାଙ୍କ ଶେଷ ଫିଲ୍ମ ଥିଲା ‘ଜାନେ କ୍ୟୁଁ ଦେ ୟାରୋ’। ଏହା ୨୦୧୮ରେ ରିଲିଜ୍‌ ହୋଇଥିଲା।