Advertisment

ହୃଦଘାତରେ ଚାଲିଗଲେ ଅଭିନେତା ବିକାଶ ସେଠୀ

ବିକାଶ ସେଠୀ ଅନେକ ଟେଲିଭିଜନ ଧାରାବାହିକ ସହିତ କିଛି ଫିଲ୍ମରେ ଅଭିନୟ କରିଥିଲେ।

author-image
Jitendra Garnayak
Vikash Sethi

Vikash Sethi

ଅକାଳରେ ଚାଲିଗଲେ ଅଭିନେତା ବିକାଶ ସେଠୀ। ତାଙ୍କୁ ମାତ୍ର ୪୮ ବର୍ଷ ହୋଇଥିଲା। ଆଜି ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ଶୋଇଥିବା ଅବସ୍ଥାରେ ତାଙ୍କର ହୃଦଘାତ ହୋଇଥିଲା।

Advertisment

ବିକାଶ ସେଠୀ ୧୦ରୁ ଅଧିକ ଟେଲିଭିଜନ ଧାରାବାହିକରେ ଅଭିନୟ କରିଥିଲେ। ସେଗୁଡ଼ିକ ମଧ୍ୟରେ ରହିଛି- କ୍ୟୁଁକି ଶାଶ୍ ଭି କଭି ବହୂ ଥୀ, କହିଁ ତୋ ହୋଗା, କ୍ୟୁଁ ହୋତା ହୈ ପ୍ୟାର, କସୌଟୀ ଜିନ୍ଦେଗୀ କୀ, ହମାରୀ ବେଟିୟୋଁ କା ବିବାହ, ଉତ୍ତରନ, ସଂସ୍କାର ଲକ୍ଷ୍ମୀ, ଗୀତ- ହୁଇ ସବ୍‌ସେ ପରାଈ, ଦୋ ଦିଲ୍ ବନ୍ଧେ ଏକ ଡୋରି ସେ, ୟେ ବାଦା ରାହା ଓ ଶଶୁରାଲ ସୀମର କା। ସେହିପରି ଦୀୱାନାପନ, କଭି ଖୁସି କଭି ଗମ୍, ଉପ୍‌ସ ଓ ଆଇ ସ୍ମାର୍ଟ ଶଙ୍କର ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

୨୦୨୧ରେ ବିକାଶଙ୍କ ଗୋଡ଼ରେ ଅସ୍ତ୍ରୋପଚାର ହୋଇଥିଲା। ସେତେବେଳେ ସୋଶାଲ ମିଡିଆରେ ଏକ ଭିଡିଓ ଛାଡ଼ି ସେ ଏ ସଂପର୍କରେ ସୂଚନା ଦେଇଥିଲେ। ଅନେକ ସମୟରେ ସେ ସୋଶାଲ ମିଡିଆରେ ଫିଟ୍‌ନେସ୍ ଓ ମୋଟିଭେସନାଲ ଭିଡିଓ ଶେଆର କରୁଥିଲେ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ବିକାଶ ସେଠୀ ଆର୍ଥିକ ସମସ୍ୟା ଦେଇ ଗତି କରୁଥିଲେ। ସେଥିପାଇଁ ସେ ମାନସିକ ଚାପ ଭିତରେ ରହୁଥିଲେ। ୟା ମଧ୍ୟରେ ସେ ପ୍ରଯୋଜକ ହୋଇଥିଲେ ଓ ନିଜର ଏକ ପ୍ରଡକ୍ସନ ହାଉ ‘ସିକେ ପିକ୍‌ଚର୍ସ’ ଆରମ୍ଭ କରିଥିଲେ। ବିକାଶ ତାଙ୍କ ପଛରେ ପତ୍ନୀ ଜାହ୍ନବୀ ଓ ସେମାନଙ୍କ ଯମଜ ସନ୍ତାନଙ୍କୁ ଛାଡ଼ିଯାଇଛନ୍ତି।

Actor