Advertisment

ଅଭିନୟ କରୁଥିଲେ ଆର୍ମି ଅଫିସର, ଛଡ଼ାଇ ନେଲା କରୋନା

ବମ୍ବେ: ଆର୍ମି ଅଫିସର ଭାବେ ଅବସର ନେବା ପରେ ଅଭିନୟରେ ଆରମ୍ଭ କରିଥିଲେ କ୍ୟାରିଅର। ଦୀର୍ଘ ୧୭ ବର୍ଷର କ୍ୟାରିଅରେ ବିଭିନ୍ନ ହିଟ ଫିଲ୍ମ ଓ ପପୁଲାର ଟେଲି ସିରିଏଲରେ ନିଜ ଅଭିନୟର ଯାଦୁ ଚଲାଇ ପାରିଥିବା ଜଣାଶୁଣା ଅଭିନେତା ବିକ୍ରମଜିତ କନୱରପାଲଙ୍କର ଗତକାଲି ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଏହି ୫୨ ବର୍ଷୀୟ ଅଭିନେତାଙ୍କ ବିୟୋଗରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି। ଏନେଇ ଫିଲ୍ମମେକର ଅଶୋକ ପଣ୍ଡିତ ଟ୍ୱିଟରରେ […]

ଅଦ୍ୟତନ ହୋଇଛି
ଅଭିନୟ କରୁଥିଲେ ଆର୍ମି ଅଫିସର, ଛଡ଼ାଇ ନେଲା କରୋନା

bikramjeet-kanwarpal

Advertisment

ବମ୍ବେ: ଆର୍ମି ଅଫିସର ଭାବେ ଅବସର ନେବା ପରେ ଅଭିନୟରେ ଆରମ୍ଭ କରିଥିଲେ କ୍ୟାରିଅର। ଦୀର୍ଘ ୧୭ ବର୍ଷର କ୍ୟାରିଅରେ ବିଭିନ୍ନ ହିଟ ଫିଲ୍ମ ଓ ପପୁଲାର ଟେଲି ସିରିଏଲରେ ନିଜ ଅଭିନୟର ଯାଦୁ ଚଲାଇ ପାରିଥିବା ଜଣାଶୁଣା ଅଭିନେତା ବିକ୍ରମଜିତ କନୱରପାଲଙ୍କର ଗତକାଲି ମୃତ୍ୟୁ ହୋଇଛି। କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ଏହି ୫୨ ବର୍ଷୀୟ ଅଭିନେତାଙ୍କ ବିୟୋଗରେ ବଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି।

Advertisment

ଏନେଇ ଫିଲ୍ମମେକର ଅଶୋକ ପଣ୍ଡିତ ଟ୍ୱିଟରରେ ସୂଚନା ଦେଇ ଶୋକପ୍ରକାଶ କରିଛନ୍ତି।  ସେ ଲେଖିଛନ୍ତି, “ସକାଳୁ ସକାଳୁ ଏପରି ଖବର ବହୁତ ଦୁଃଖ ଦେଇଛି। ରିଟାୟର୍ଡ ଆର୍ମି ଅଫିସର ବିକ୍ରମଜିତ ବହୁ ଫିଲ୍ମ ତଥା ସିରିଏଲରେ ସଫୋର୍ଟିଂ ରୋଲ ନିଭାଇଛନ୍ତି। ଏପରି ଦୁଃଖଦ ସମୟରେ ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଉଛି।”

ଆର୍ମି ଅଫିସରେ ଭାବେ ଅବସର ଗ୍ରହଣ କରିବା ପରେ ବିକ୍ରମଜିତ ୨୦୦୩ ମସିହାରେ ଆକ୍ଟିଂ  କ୍ୟାରିଅର ଆରମ୍ଭ କରିଥିଲେ। ପେଜ-୩, ରକେଟ ସିଂ, ସେଲ୍ସମ୍ୟାନ ଅଫ ଦି ଇୟର, ମର୍ଡର-୨, ଟୁ ଷ୍ଟେଟସ୍‌, ଦ୍‌ ଗାଜି ଆଟାକ ଆଦି ଫିଲ୍ମରେ ଦମଦାର ରୋଲ ପ୍ଲେ କରିଥିଲେ ବିକ୍ରମଜିତ।

Advertisment

ସେହିପରି ଟେଲି ଜଗତରେ ମଧ୍ୟ ସେ ନିଜ ଅଭିନୟ ଛାପ ଛାଡ଼ି ଯାଇଛନ୍ତି। ଦିଆ ଔର ବାତି, ୟ ହେ ଚାହତେ, ଦିଲ ହି ତୋ ହେ ଆଦି ସିରିଏଲରେ ଅଭିନୟ କରି ବେଶ୍‌ ପ୍ରଶଂସା ସାଉଣ୍ଟିଥିଲେ ବିକ୍ରମଜିତ। ଶେଷ ଥର ପାଇଁ ସେ ଡିଜନି ପ୍ଲସ୍‌ରେ ପ୍ରସାରିତ ପପୁଲାର ୱେବ ସିରିଜ ‘ସ୍ପେଶିଆଲ ଉପ୍ସ’ରେ ଅଭିନୟ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe