Advertisment

ଜେଲ୍‌ରେ ଅଭିନେତା ଦର୍ଶନଙ୍କୁ ମିଳୁଛି ଭିଆଇପି ସୁବିଧା

ଦର୍ଶନଙ୍କ ଫଟୋ ଭାଇରାଲ ହେବା ପରେ ମୃତକଙ୍କ ବାପା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Darshan

Darshan

Advertisment

ଏକ ହତ୍ୟା ମାମଲାରେ ଗିରଫ ହୋଇଥିବା କନ୍ନଡ଼ ଅଭିନେତା ଦର୍ଶନ ବେଙ୍ଗାଲୁରୁ ସେଣ୍ଟ୍ରାଲ ଜେଲରେ ଥିବା ବେଳେ ତାଙ୍କୁ ସେଠାରେ ଭିଆଇପି ସୁବିଧା ଯୋଗାଇ ଦିଆଯାଉଥିବା ଜଣାପଡ଼ିଛି। ସୋଶାଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବା ପରେ ଏଭଳି ଆଲୋଚନା ହେଉଛି। କର୍ଣ୍ଣାଟକା ସରକାରଙ୍କ ଜେଲ୍ ବିଭାଗ ଭାଇରାଲ ଫଟୋକୁ ଗୁରୁତ୍ୱର ସହିତ ନେଇ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀମାନଙ୍କୁ ସମନ ଜାରି କରିଛି।

Advertisment

ଭାଇରାଲ ଫଟୋଟି କେବେ ଉଠାଯାଇଛି, ତାହା ଜଣାପଡ଼ି ନାହିଁ। ଏହି ଫଟୋକୁ ଦେଖିଲେ ଲାଗୁଛି ଯେ ଏକ ଜେଲ୍‌ରେ ଥିବା ପାର୍କରେ ଚୌକିରେ ବସିଛନ୍ତି ଦର୍ଶନ। ତାଙ୍କର ଗୋଟିଏ ହାତରେ ଏକ କପ୍ ଥିବା ବେଳେ ଅନ୍ୟ ହାତରେ ରହିଛି ସିଗାରେଟ୍। ତାଙ୍କ ସହିତ ଆଉ ତିନି ଜଣ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦୁର୍ଦ୍ଦାନ୍ତ ଅପରାଧୀ ୱିଲସନ ଗାର୍ଡେନ ନାଗା (କଳା ରଙ୍ଗର ଟି-ଶାର୍ଟ ପିନ୍ଧିଛନ୍ତିଡ)। ସେହିପରି ପୂରା ବାମରେ ବସିଥିବା ବ୍ୟକ୍ତି ଜଣଙ୍କ ଦର୍ଶନଙ୍କ ମ୍ୟାନେଜର ହୋଇଥିବାବେଳେ ଅନ୍ୟ ଜଣଙ୍କର ପରିଚୟ ଜଣାପଡ଼ିନି। ଏହି ଫଟୋରେ ଦର୍ଶନ ଓ ଅନ୍ୟ ତିନି ଜଣ ବେଶ୍ ଖୁସି ଜଣାପଡ଼ୁଛନ୍ତି।

ରେଣୁକାସ୍ୱାମୀ ନାମକ ଜଣେ ୩୩ ବର୍ଷୀୟ ଅଟୋ ଚାଳକଙ୍କ ହତ୍ୟା ମାମଲାରେ ଦର୍ଶନ ଗିରଫ ହୋଇଛନ୍ତି। ଦର୍ଶନଙ୍କର ଜଣେ ବଡ଼ ଫ୍ୟାନ୍ ଥିଲେ ରେଣୁକାସ୍ୱାମୀ। ତେବେ ସେ ଅଭିନେତ୍ରୀ ପବିତ୍ରା ଗୌଡ଼ଙ୍କ ନିକଟକୁ ସୋଶାଲ ମିଡିଆ ଯୋଗେ ଅଶ୍ଳୀଳ ମେସେଜ ପଠାଉଥିବା ଅଭିଯୋଗ ହୋଇଛି। ପବିତ୍ରା ଗୌଡ଼ା ହେଉଛନ୍ତି ଦର୍ଶନଙ୍କ ପାର୍ଟନର। ଉଭୟ ରିଲେସନଶିପ୍‌ରେ ଥିଲେ ବୋଲି କୁହାଯାଏ। ପବିତ୍ରାଙ୍କୁ ରେଣୁକାସ୍ୱାମୀ ଅଶ୍ଲୀଳ ମେସେଜ ପଠାଇ ହଇରାଣ କରିବା କଥାକୁ ନେଇ ଦର୍ଶନ ଖୁବ୍ ରାଗି ଯାଇଥିଲେ। ଦର୍ଶନଙ୍କ ନିର୍ଦ୍ଦେଶରେ ଏକ ଗ୍ୟାଙ୍ଗ ପ୍ରଥମେ ଅଟୋ ଚାଳକ ରେଣୁକାସ୍ୱାମୀଙ୍କୁ ଅପହରଣ କରିଥିଲେ। ପରେ ତାଙ୍କୁ ହତ୍ୟା କରାଯାଇଥିଲା।

Advertisment

ଏହି ଘଟଣାରେ ଦର୍ଶନ ଓ ପବିତ୍ରା ଗୌଡ଼ାଙ୍କ ସମେତ ୧୫ ଜଣଙ୍କୁ ଗିରଫ କରିଛି କର୍ଣ୍ଣାଟକା ପୁଲିସ୍। ଅଗଷ୍ଟ ୨୧ ତାରିଖରେ ବେଙ୍ଗାଲୁରୁର ଏକ କୋର୍ଟ ଦର୍ଶନ, ପବିତ୍ରା ଓ ଅନ୍ୟ ଅଭିଯୁକ୍ତମାନଙ୍କର ବିଚାର ବିଭାଗୀୟ ହାଜତ ମିଆଦି ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି।

ଅନ୍ୟପକ୍ଷରେ ଦର୍ଶନଙ୍କ ଭାଇରାଲ ଫଟୋ ଦେଖିବା ପରେ ତାଙ୍କୁ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୃତ ଅଟୋ ଚାଳକ ରେଣୁକାସ୍ୱାମୀଙ୍କ ବାପା ଶିବ ଗୌଡ଼ା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଦର୍ଶନ ଯେତେବେଳେ ଘର-ରନ୍ଧା ଖାଦ୍ୟ ପାଇଁ ଅନୁମତି ମାଗିଥିଲେ କୋର୍ଟ ଏହାକୁ ପ୍ରତ୍ୟାଖ୍ୟାନ କରି ଦେଇଥିଲେ। ଆମର ପୁଲିସ୍ ଓ ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ୱାସ ଅଛି। ଏହା (ଭାଇରାଲ ଫଟୋ) ଆମକୁ ଆଶ୍ଚର୍ଯ୍ୟ କରି ଦେଇଛି। ଏହା କେମିତି ଘଟିଲା? ସରକାର ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଁ ଅନୁରୋଧ କରୁଛି। ଏହା ସହିତ ସେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ଦାବି କରିଛନ୍ତି।

Darshan Thoogudeepa
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe