Dhanush
ସାଉଥର ଜଣାଶୁଣା ଅଭିନେତା ଧନୁଷ। ସେ ଚେନ୍ନାଇରେ ଏବେ ଏକ ଲଗ୍ଜୁରୀ ଘର କିଣିଛନ୍ତି, ଯାହାର ଦାମ୍ ଦେଢ଼ ଶହ କୋଟି ଟଙ୍କା ରହିଛି। ଏହି ଘରର ଦାମ୍ ଶୁଣି ଏବେ ସମସ୍ତଙ୍କ ହୋସ୍ ଉଡ଼ିିଯାଇଛି।
ଏହି ଲଗ୍ଜୁରୀ ଘରଟିକୁ ନିଜ ବାପା-ମା’ଙ୍କ ପାଇଁ କିଣିଛନ୍ତି ଧନୁଷପ୍ରକୃତରେ ସେ ଏହି ଲଗ୍ଜୁରୀ ଘରଟିକୁ ନିଜ ବାପା-ମା’ଙ୍କ ପାଇଁ କିଣିଛନ୍ତି। ଧନୁଷ ନିଜ ବାପା-ମା’ଙ୍କୁ ଏହି ଘରଟି ଉପହାର ସ୍ୱରୂପ ଦେଇଛନ୍ତି। ନିର୍ଦ୍ଦେଶକ ସୁବ୍ରମଣ୍ୟମ ଶିବା ଫେସ୍ବୁକ୍ରେ ଏହି ଘରର ଫଟୋକୁ ଶେଆର କରିଛନ୍ତି। ନିକଟରେ ଧନୁଷଙ୍କ ପୂରା ପରିବାର ଏହି ଘରେ ରହିବା ପାଇଁ ଆସିଥିବା ସେ ସୂଚନା ଦେଇଛନ୍ତି।
ଚେନ୍ନାଇର ପୋଇସ୍ ଗାର୍ଡନରେ ସ୍ଥିତ ଏହି ବିଳାଶପୂର୍ଣ୍ଣ ଘରଟିର ଦାମ୍ ପ୍ରାୟ ୧୫୦ କୋଟି ଟଙ୍କା ହେବ ବୋଲି ଦାବି କରାଯାଉଛି। ସୋଶାଲ ମିଡିଆରେ ଘରର ଯେଉଁ ଫଟୋ ସବୁ ସାମ୍ନାକୁ ଆସିଛି, ସେଥିରେ ଧନୁଷଙ୍କ ବାପା କସ୍ତୁରୀରାଜ ଓ ମା’ ବିଜୟଲକ୍ଷ୍ମୀଙ୍କୁ ଦେଖିବାକୁ ମିଳିଛି।
ଏହି ପୋଷ୍ଟରେ ସୁବ୍ରମଣ୍ୟମ ଶିବା ଲେଖିଛନ୍ତି, ମୋର ସାନଭାଇ ଧନୁଷଙ୍କ ନୂଆ ଘର ମୋତେ ଏକ ମନ୍ଦିର ପରି ଦେଖାଯାଉଛି। ସେ ନିଜ ପିତାମାତାଙ୍କୁ ସ୍ୱର୍ଗ ପରି ଏକ ଘର ଦେଇଛନ୍ତି। ଏହି ପୋଷ୍ଟରେ ସୁବ୍ରମଣ୍ୟମ ଶିବା ଧନୁଷଙ୍କୁ ପ୍ରଶଂସା କରିଛନ୍ତି।
ନିକଟରେ ଧନୁଷଙ୍କ ଫିଲ୍ମ ‘ବାତୀ’ ରିଲିଜ ହୋଇଛି। ଏହି ଫିଲ୍ମକୁ ଚାରିଆଡୁ ପଜିଟିଭ ରେସ୍ପନ୍ସ ମିଳିଛି। ଫିଲ୍ମରେ ଧନୁଷଙ୍କ ଅପୋଜିଟ୍ରେ ସଂଯୁକ୍ତା ମେନନ୍ ନଜର ଆସିଛନ୍ତି। ଭେଙ୍କି ଅତଲୁରୀ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ୩୦ କୋଟି ବଜେଟ୍ରେ ତିଆରି ଏହି ଫିଲ୍ମ ଫେବ୍ରୁଆରୀ ୧୭ ତାରିଖରେ ପରଦାକୁ ଆସିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Dhanush_1676881678.jpeg)