ଅଡୁଆରେ ଅଭିନେତା ଦିଲ୍ଲୀପ କୁମାର, ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ ସୁରକ୍ଷା

ମୁମ୍ୱାଇ: ଖ୍ୟାତନାମା ଅଭିନେତା ଦିଲ୍ଲୀପ କୁମାର ପୁଣି ଥରେ ଚର୍ଚ୍ଚାରେ। ଅସୁବିଧାରେ ପଡିଥିବାରୁ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହାଯ୍ୟ ମାଗିଛନ୍ତି। ଟୁଇଟ୍‌ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ଭିକ୍ଷା କରିବା ପରେ ଏହି କଥା ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। କାରଣ କ’ଣ ଜାଣନ୍ତି ? ବାସ୍ତବରେ ସମୀର ଭୋଜବାନି ନାମକ ଜଣେ ଜମି ମାଫିଆ ଦିଲ୍ଲୀପ ଓ ତାଙ୍କ ପତ୍ନୀ ସାଏରା ବାନୁଙ୍କୁ ହଇରାଣ କରୁଥିବା ଶୁଣିବାକୁ ମିଳିଛି। ସାୟରାଙ୍କ କହିବା […]

rr

Mihir Pattnayak
  • Published: Monday, 17 December 2018
  • , Updated: 17 December 2018, 12:37 PM IST

ମୁମ୍ୱାଇ: ଖ୍ୟାତନାମା ଅଭିନେତା ଦିଲ୍ଲୀପ କୁମାର ପୁଣି ଥରେ ଚର୍ଚ୍ଚାରେ। ଅସୁବିଧାରେ ପଡିଥିବାରୁ ସେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହାଯ୍ୟ ମାଗିଛନ୍ତି। ଟୁଇଟ୍‌ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ଭିକ୍ଷା କରିବା ପରେ ଏହି କଥା ଏବେ ସୋଶାଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

କାରଣ କ’ଣ ଜାଣନ୍ତି ?

ବାସ୍ତବରେ ସମୀର ଭୋଜବାନି ନାମକ ଜଣେ ଜମି ମାଫିଆ ଦିଲ୍ଲୀପ ଓ ତାଙ୍କ ପତ୍ନୀ ସାଏରା ବାନୁଙ୍କୁ ହଇରାଣ କରୁଥିବା ଶୁଣିବାକୁ ମିଳିଛି। ସାୟରାଙ୍କ କହିବା ଅନୁସାରେ, ସମୀର ଭୋଜବାନି ତାଙ୍କ ବଙ୍ଗଳାର ଦୁଇଟି ଫ୍ଳାଟ୍‌ ଉପରେ ନିଜର ମାଲିକାନା ଜାହିର୍‌ କରୁଛନ୍ତି।

ବାନ୍ଦ୍ରାସ୍ଥିତ ଦିଲ୍ଲୀପ କୁମାରଙ୍କର ଘରକୁ ଭୋଜବାନି ନିଜ ଅଧିନକୁ ନେବାକୁ ଚାହୁଁଛନ୍ତି। ଏହାକୁ ନେଇ ସାୟରା ବାନୁ ଟ୍ୱିଟର୍‌ରେ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ସାୟରା ଲେଖିଛନ୍ତି, “ଜମି ମାଫିଆ ସମୀର୍‌ ଭୋଜବାନି ଜେଲ୍‌ରୁ ମୁକୁଳି ସାରିଛି। ଯିଏ ଆମ ଘରକୁ ହଡ଼ପ କରିବାକୁ ଚାହୁଁଛି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରୁଛି, ଆମକୁ ସାହାଯ୍ୟ କରନ୍ତୁ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନାଭିସ୍‌ଙ୍କ ଆଶ୍ୱାସନା ପାଇବା ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ସେ ଆହୁରି ଲେଖିଛନ୍ତି, “ପଦ୍ମ ବିଭୂଷଣରେ ସମ୍ମାନୀତ ହୋଇଥିବା ଜଣେ ବ୍ୟକ୍ତିକୁ ଧମକ ଦିଆଯାଉଛି। ଆପଣଙ୍କୁ ଅନୁରୋଧ, ଆମକୁ ମୁମ୍ୱାଇରେ ଦେଖା କରନ୍ତୁ।

ସୂଚନା ଅନୁସାରେ, ଜମି ମାଫିଆ ସମୀର୍‌ ଭୋଜବାନିଙ୍କୁ ଏପ୍ରିଲ୍‌ରେ ମୁମ୍ବାଇ ପୁଲିସ୍‌ ଗିରଫ କରିଥିଲା।
ଜମି ମାଫିଆ ସମୀର୍‌ ଭୋଜବାନି ତାଙ୍କ ଫ୍ଲାଟ୍‌ରେ ନିଜର  ମାଲିକାନା ଜାହିର୍‌ କରିବାକୁ ଚାହୁଁଛନ୍ତି ବୋଲି ସାୟରା ବାନୁ ଏ  ନେଇ ଥାନାରେ ମାମଲା ମଧ୍ୟ ଦାୟର୍‌ କରିଥିଲେ।

ମୁମ୍ୱାଇ ପୁଲିସ୍‌ର ସନ୍ଦେହ ଥିଲା ଯେ, ସମୀର୍ ଭୋଜବାନି ସମ୍ପତ୍ତିର ନକଲି କାଗଜପତ୍ର ତିଆରି କରୁଛନ୍ତି। ଏହାପରେ ପୁଲିସ୍‌ ସମୀର୍‌ଙ୍କର ବାନ୍ଦ୍ରାସ୍ଥିତ ଘରେ ଚଢାଉ କରିଥିଲେ। ଏହା ପରେ ତାଙ୍କ ଘରୁ ଧାରୁଆ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଥିଲା। ଏଥିପାଇଁ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା।

Related story