Advertisment

ଦୁର୍ଘଟଣାର ଶିକାର ହେଲେ ଦିବ୍ୟାଙ୍କା, ଆଜି ଅସ୍ତ୍ରୋପଚାର

ଦୁର୍ଘଟଣାର ଶିକାର ହୋଇଛନ୍ତି ଛୋଟ ପରଦାର ଚୁଲୁବୁଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ। ଏହି ଦୁର୍ଘଟଣାରେ ଦିବ୍ୟାଙ୍କାଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି।

author-image
Niharika Rout
Divyanka Tripathi

Divyanka Tripathi

ଦୁର୍ଘଟଣାର ଶିକାର ହୋଇଛନ୍ତି ଛୋଟ ପରଦାର ଚୁଲୁବୁଲି ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ। ଏହି ଦୁର୍ଘଟଣାରେ ଦିବ୍ୟାଙ୍କାଙ୍କ କାନ୍ଧ ହାଡ଼ ଭାଙ୍ଗି ଯାଇଥିବା ଜଣାଯାଇଛି।

Advertisment

ଦିବ୍ୟାଙ୍କା ଗତକାଲି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ବେଳେ ଆଜି ତାଙ୍କର ଅସ୍ତ୍ରୋପଚାର କରାଯିବ । ଏନେଇ ଦିବ୍ୟାଙ୍କଙ୍କ ସ୍ୱାମୀ ତଥା ଅଭିନେତା ବିବେକ ଦହିୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି।

ବିବେକ ଦିବ୍ୟାଙ୍କାଙ୍କ ଏକ୍ସ-ରେ ଫଟୋକୁ ପୋଷ୍ଟ କରି ସୂଚନା ଦେଇଛନ୍ତି ଯେ, ଦିବ୍ୟାଙ୍କା ଗତକାଲି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ତାଙ୍କ କାନ୍ଧର ଦୁଇଟି ହାଡ଼ ଭାଙ୍ଗି ଯାଇଛି। ସେ ସୁରକ୍ଷିତ ଥିବା ବେଳେ ଆଜି ତାଙ୍କର ଅସ୍ତ୍ରୋପଚାର ହେବ ।

Advertisment

ବିବେକ ଏବେ ପତ୍ନୀଙ୍କ ପାଖେପାଖେ ରହୁଥିବାରୁ ଆଜି ଇନଷ୍ଟାଗ୍ରାମରେ ହେବାକୁ ଥିବା ନିଜ ଲାଇଭ ସେସନ ପ୍ରୋଗ୍ରାମକୁ ବାତିଲ କରି ଦେଇଛନ୍ତି। ଏନେଇ ବିବେକଙ୍କ ଟିମ୍‌ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ପରବର୍ତ୍ତୀ କାର୍ଯ୍ୟକ୍ରମ ନେଇ ଖୁବ୍‌ ଶୀଘ୍ର ସୂଚନା ଦିଆଯିବ ବୋଲି କହିଛନ୍ତି।

ଦିବ୍ୟାଙ୍କା ଓ ବିବେକ ଉଭୟ ‘ୟେ ହେ ମୋହବତେ’ ସିରିଏଲରେ ଅଭିନୟ କରୁଥିବା ବେଳେ ପରସ୍ପର ପ୍ରେମରେ ପଡ଼ି ଯାଇଥିଲେ। ଏହାପରେ ଉଭୟ ୨୦୧୬ ମସିହାରେ ବିବାହ କରିଥିଲେ। କିଛି ଦିନ ହେଲା ଛୋଟ ପରଦାରୁ ଦୂରେଇ ରହିଥିବା ଦିବ୍ୟାଙ୍କା ପୁଣି ଥରେ ଛୋଟ ପରଦାକୁ ଫେରିଛନ୍ତି। ଏବେ ସେ ‘ଅଦୃଶ୍ୟମ’ ସିରିଏଲରେ ଇନ୍ସପେକ୍ଟର ପ୍ରଭାତି ଶେହଗଲ ଭୂମିକାରେ ନଜର ଆସିଛନ୍ତି।

Entertainment