Advertisment

ପ୍ରଖ୍ୟାତ ଅଭିନେତା ମନୋବାଲାଙ୍କ ଦେହାନ୍ତ

ଏହି ଖବର ପ୍ରଚାରିତ ହେବା ପରେ କେବଳ ତାମିଲ ନୁହେଁ, ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଚ୍ଛାୟା ଖେଳି ଯାଇଛି।

author-image
Manoj Swain
ଅଦ୍ୟତନ ହୋଇଛି
Actor-filmmaker Manobala passes away

Actor-filmmaker Manobala passes away

ଆଉ ନାହାନ୍ତି ପ୍ରଖ୍ୟାତ ତଥା ଲୋକପ୍ରିୟ ତାମିଲ ଅଭିନେତା-ନିର୍ଦ୍ଦେଶକ ମନୋବାଲା। ଆଜି ସେ ତାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ମନୋବାଲା ଯକୃତ ରୋଗରେ ପୀଡ଼ିତ ଥିଲେ। ଏଥିପାଇଁ ଗତ ଦୁଇ ସପ୍ତାହ ଧରି ସେ ତାଙ୍କ ବାସଭବନରେ ହିଁ ଚିକିତ୍ସିତ ହେଉଥିଲେ। କିନ୍ତୁ ଆଜି ସକାଳେ ସେ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି। 

Advertisment

ଏହି ଖବର ପ୍ରଚାରିତ ହେବା ପରେ କେବଳ ତାମିଲ ନୁହେଁ, ପୂରା ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଚ୍ଛାୟା ଖେଳି ଯାଇଛି। ତାଙ୍କ ଫ୍ୟାନ୍ସ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ମନୋବାଲାଙ୍କୁ ଶେଷ ଦର୍ଶନ ପାଇଁ ପ୍ରବଳ ଭିଡ଼ ହୋଇଛି। ତାଙ୍କୁ ଭଲ ପାଉଥିବା ଲୋକମାନେ ଚେନ୍ନାଇର ସାଲିଗ୍ରାମର ଏଲଭି ପ୍ରସାଦ ରୋଡରେ ଥିବା ତାଙ୍କ ବାସଭବନକୁ ଯାଇ ପାର୍ଥିବ ଶରୀରର ଶେଷ ଦର୍ଶନ କରିଛନ୍ତି। 

ଅଭିନେତା-ନିର୍ଦ୍ଦେଶକ ଜିଏମ କୁମାର ଏହି ଦୁଖଦ ଖବରକୁ ପ୍ରଥମେ ଟ୍ୱିଟ କରି ସମସ୍ତଙ୍କୁ ଅବଗତ କରାଇଥିଲେ। ଏହି ଖବର ଶୁଣିବା ମାତ୍ରେ ସୋଶାଲ ମିଡିଆରେ ମନୋବାଲାଙ୍କ ମୃତ୍ୟୁକୁ ନେଇ ସୁପରଷ୍ଟାର ରଜନୀକାନ୍ତ, କମଲ ହାସନ, ବିଜୟଙ୍କ ଠାରୁ ଆରମ୍ଭ କରି ବହୁ ଅଭିନେତା, ରାଜନେତା ଓ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। 

Advertisment

ମନୋବାଲା ୪୫୦ ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଥିଲେ।

ମନୋବାଲା ତାଙ୍କର ହାସ୍ୟ ଅଭିନୟ ପାଇଁ ତାମିଲ ଫିଲ୍ମ ଜଗତରେ ଖୁବ ଖ୍ୟାତି ଅର୍ଜନ କରିଥିଲେ। ୩୫ ବର୍ଷର କ୍ୟାରିଅର ମଧ୍ୟରେ ସେ ୪୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ମନୋବାଲା ୧୯୭୯ରେ ଭାରତୀ ରାଜାଙ୍କ ଫିଲ୍ମ 'ପୁଥିଆ ବରପୁଗଲ' ରେ ଅଭିନୟ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ସେ ଅନେକ ଚଳଚ୍ଚିତ୍ରରେ ପାର୍ଶ୍ୱ ଅଭନେତା ଭାବେ ମଧ୍ୟ କାମ କରିଛନ୍ତି। ତାଙ୍କୁ ଶେଷଥର ପାଇଁ କାଜଲ ଅଗ୍ରୱାଲଙ୍କ ଘୋଷ୍ଟୀ ସିନେମାରେ ଦେଖିବାକୁ ମିଳିଥିଲା।  

ଅଭିନୟ ସହ ସେ ଅନେକ ସିନେମାରେ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ୧୯୮୨ରେ ରିଲିଜ୍‌ ହୋଇଥିବା 'ଅଗୟା ଗଙ୍ଗାଇ' ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା। ସେ ପ୍ରାୟ ୨୫ଟି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ। ତାଙ୍କର କେତେକ ଲୋକପ୍ରିୟ ଚଳଚ୍ଚିତ୍ର ମଧ୍ୟରେ 'ପିଲ୍ଲାଇ ନୀଲା', 'ଓର୍କାଭାଲାନ୍', 'ଏନ୍ ପୁରଷନ୍ତନ୍ ଏନାକ୍କୁ ମତ୍ତୁମଥାନ୍', 'କରୁପ୍ପୁ ଭେଲାଇ', 'ମଲ୍ଲୁ ଭେଟ୍ଟି ମାଇନୋର' ଏବଂ 'ପାରାମାରିୟମ୍' ରହିଛି। 

South Indian Actors