Advertisment

ଚାଲିଗଲେ ଗୁଫି; ‘ଶକୁନି’ ଭୂମିକାରେ କରିଥିଲେ ଚମତ୍କାର ଅଭିନୟ

ମୃତ୍ୟୁ ବେଳକୁ ଗୁଫି ପେଣ୍ଟଲଙ୍କୁ ୭୯ ବର୍ଷ ହୋଇଥିଲା।

ଅଦ୍ୟତନ ହୋଇଛି
Gufi Paintal

Gufi Paintal

Advertisment

ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଶକୁନି ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲ (ସରବଜିତ ସିଂହ ପେଣ୍ଟଲ)ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।

Advertisment

ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କୁ କିଛି ଦିନ ତଳେ ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ପ୍ରାୟ ୯ଟା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଗୁଫିଙ୍କ ପୁତୁରା ହିତେନ କହିଛନ୍ତି ଯେ ତାଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ଥିଲା। ତାଙ୍କର ହାର୍ଟ ସମସ୍ୟା ମଧ୍ୟ ଥିଲା। ସେ ଅନେକ ଦିନ ହେବ ଅସୁସ୍ଥ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଡାକ୍ତରଖାନାରେ ଆଠ ଦିନ ରହିଲେ। ଡାକ୍ତରଖାନାରେ ଭର୍ତ୍ତି କରିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସ୍ଥିରତା ଆସିଥିଲା। ତେବେ ଆଜି ଶୋଇଥିବା ଅବସ୍ଥାରେ ତାଙ୍କ ପ୍ରାଣ ବାୟୁ ଚାଲିଯାଇଥିଲା।

Advertisment

ଅଶି ଦଶକରେ ଗୁଫି ପ୍ରଥମେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିଲେ। ୧୯୭୫ରେ ରିଲିଜ ହୋଇଥିବା ଫିଲ୍ମ ‘ରଫୁ ଚକ୍କର’ରେ ସେ ପ୍ରଥମେ ଅଭିନୟ କରିଥିଲେ। ତା’ପରେ ଦିଲ୍‌ଲଗି (୧୯୭୮), ଦେଶ ପରଦେଶ (୧୯୭୮) ଓ ସୁହାଗ (୧୯୯୪) ଆଦି ଫିଲ୍ମରେ ଅଭିନୟ କରିଥିଲେ। ଏହା ସହିତ ଆହୁରି କିଛି ଫିଲ୍ମରେ ସେ ଅଭିନୟ କରିଥିଲେ। ତେବେ ଗୁଫି ସାରା ଦେଶରେ ଜଣାଶୁଣା ହୋଇଥିଲେ ୧୯୮୮ରୁ ୧୯୯୦ ପର୍ଯ୍ୟନ୍ତ ଡିଡି ନ୍ୟାସନାଲରେ ପ୍ରସାରିତ ହୋଇଥିବା ବି.ଆର ଚୋପ୍ରାଙ୍କ ଧାରାବାହିକ ‘ମହାଭାରତ’ ମାଧ୍ୟମରେ।

‘ମହାଭାରତ’ରେ ସେ ଶକୁନି ଭୂମିକାରେ ଅଭିନୟ କରିଥିଲେ। ଆଉ ଏହି ଚରିତ୍ରରେ ତାଙ୍କର ନିଖୁଣ ଅଭିନୟ ସମସ୍ତଙ୍କୁ ଭଲ ଲାଗିଥିଲା। ‘ମହାଭାରତ’ ପରେ ସେ ‘କାନୁନ’, ‘ସୌଦା’, ‘ଓଁ ନମଃ ଶିବାୟ’, ‘ଆକବର ବୀରବଲ’, ’କର୍ମଫଳ ଦାତା ଶନି’, ‘ଦ୍ୱାରିକାଧୀଶ ଭଗବାନ ଶ୍ରୀକୃଷ୍ଣ’ ଓ ‘କର୍ଣ୍ଣସଂଗୀନି’ ଆଦି ଅନେକ ଟେଲିଭିଜନ ସିରିଏଲରେ ଅଭିନୟ କରିଥିଲେ।

Gufi Paintal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe