Advertisment

ସ୍ତନ କର୍କଟରେ ପୀଡ଼ିତ ଅଭିନେତ୍ରୀ ହିନା ଖାନ

ବର୍ତ୍ତମାନ ସେ ସ୍ତନ କର୍କଟର ତୃତୀୟ ଷ୍ଟେଜରେ ଥିବା ସୋଶାଲ ମିଡିଆରେ ପୋଷ୍ଟ ଶେଆର କରି ସୂଚନା ଦେଇଛନ୍ତି।

ଅଦ୍ୟତନ ହୋଇଛି
Hina Khan

Hina Khan

Advertisment

ଟିଭି ଅଭିନେତ୍ରୀ ହିନା ଖାନ ସ୍ତନ କର୍କଟରେ ପୀଡ଼ିତ। ଏନେଇ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସୂଚନା ଦେଇଛନ୍ତି ହିନା। ବର୍ତ୍ତମାନ ସେ ସ୍ତନ କର୍କଟର ତୃତୀୟ ଷ୍ଟେଜରେ ଥିବା କହିଛନ୍ତି। ଏହି କଠିନ ସମୟରେ ଫ୍ୟାନଙ୍କ ପ୍ରାର୍ଥନା ଲୋଡ଼ିଛନ୍ତି ହିନା।

Advertisment

ଇନଷ୍ଟାଗ୍ରାମ ପୋଷ୍ଟରେ ହିନା କହିଛନ୍ତି, "ମୋତେ ଭଲ ପାଉଥିବା ଓ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେବାକୁ ଚାହେଁ। ବର୍ତ୍ତମାନ ମୋତେ ଷ୍ଟେଜ୍ ଥ୍ରୀ ବ୍ରେଷ୍ଟ କ୍ୟାନସର। ମୋର ଚିକିତ୍ସା ଆରମ୍ଭ ହୋଇସାରିଛି। ଏହି କଠିନ ପରିସ୍ଥିତିରେ ଆପଣମାନଙ୍କଠୁ ସମ୍ମାନ ଓ ଗୋପନୀୟତା ଆଶା କରୁଛି।"

"ଆପଣମାନଙ୍କ ଭଲପାଇବା ଓ ଆଶୀର୍ବାଦକୁ ମୁଁ ଗଭୀର ଭାବେ ପ୍ରଶଂସା କରେ। ଆପଣମାନଙ୍କ ବାର୍ତ୍ତା ମୋ ପାଇଁ ପ୍ରେରଣାର ଉତ୍ସ ହେବ। ଦିବ୍ୟଶକ୍ତିର କୃପା ସହ ମୁଁ ଏହି କଠିନ ସମୟରୁ ବାହାରି ପାରିବି ଏବଂ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବି ବୋଲି ବିଶ୍ୱାସ କରୁଛି। ଦୟାକରି ପ୍ରାର୍ଥନା ଓ ଆଶୀର୍ବାଦ କରନ୍ତୁ।"

Advertisment

ହିନାଙ୍କ ଏହି ପୋଷ୍ଟରେ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ରୋହନ ମେହେରା, ଆମୀର ଅଲିଙ୍କ ସମେତ ଅନ୍ୟ କଳାକାରମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଫ୍ୟାନ୍ସ ମଧ୍ୟ ତାଙ୍କୁ ଆଶ୍ୱସନା ଦେବା ସହ ସୁସ୍ଥତା କାମନା କରିଛନ୍ତି।

ଟେଲିଭିଜନ ଇଣ୍ଡଷ୍ଟ୍ରିର ଅନ୍ୟତମ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ହିନା ଖାନ। ଲୋକପ୍ରିୟ ଟିଭି ସିରିଅଲ 'ୟେ ରିସ୍ତା କ୍ୟା କେହଲତା ହୈ'ରେ 'ଅକ୍ଷରା' ଭୂମିକା ପାଇଁ ସେ ଘରେ ଘରେ ପରିଚିତ ହୋଇଥିଲେ। ଟେଲିଭିଜନରେ ସଫଳତା ବ୍ୟତୀତ, ହିନା 'ବିଗ୍ ବସ୍' ଏବଂ 'ଖତରୋଁ କେ ଖିଲାଡି' ଭଳି ରିଆଲିଟି ଶୋ'ରେ ଅଂଶଗ୍ରହଣ କରିଥିଲେ। ଏହା ପରେ ସେ 'ହ୍ୟାକ୍ଡ' ଏବଂ 'ଡ୍ୟାମେଜ୍ଡ 2' ଭଳି ପ୍ରୋଜେକ୍ଟ ସହ ଚଳଚ୍ଚିତ୍ର ଏବଂ ଡିଜିଟାଲ୍ ପ୍ଲାଟଫର୍ମରେ ଏଣ୍ଟ୍ରି କରିଥିଲେ। 

Hina Khan Breast Cancer
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe