Advertisment

କରଣ ଜୋହରଙ୍କ ଫିଲ୍ମରେ ହ୍ରିତିକ୍

ମୁମ୍ବାଇ: ହ୍ରିତିକ୍‌ ରୋଶନଙ୍କ ପାଇଁ ଗତ ବର୍ଷଟି ବେଶ୍‌ ଲକି ସାବ୍ୟସ୍ତ ହୋଇଛି । ସେ ବ୍ୟାକ୍‌ ଟୁ ବ୍ୟାକ୍ ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୁପର୍‌ ୩୦’ ଓ ‘ୱାର୍’ ବକ୍ସ ଅଫିସ୍‌ରେ ଧୂଆଁଦାର୍‌ ପ୍ରଦର୍ଶନ କରିଛି। ଏହାପରଠୁ ହ୍ରିତିକ୍‌ଙ୍କ ଡିମାଣ୍ଡ ବେଶ୍ ଅଧିକ ବଢ଼ିଯାଇଛି। ପ୍ରାୟ ସମସ୍ତେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଦର୍ଶକ ମଧ୍ୟ ତାଙ୍କ ଅପକମିଂ ଫିଲ୍ମ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଆଉ ଏବେ ସେମାନଙ୍କ ପାଇଁ […]

ଅଦ୍ୟତନ ହୋଇଛି
କରଣ ଜୋହରଙ୍କ ଫିଲ୍ମରେ ହ୍ରିତିକ୍

hritik

Advertisment

ମୁମ୍ବାଇ: ହ୍ରିତିକ୍‌ ରୋଶନଙ୍କ ପାଇଁ ଗତ ବର୍ଷଟି ବେଶ୍‌ ଲକି ସାବ୍ୟସ୍ତ ହୋଇଛି । ସେ ବ୍ୟାକ୍‌ ଟୁ ବ୍ୟାକ୍ ସୁପର୍‌ହିଟ୍‌ ଫିଲ୍ମ ଦେଇଛନ୍ତି। ତାଙ୍କ ଅଭିନୀତ ଫିଲ୍ମ ‘ସୁପର୍‌ ୩୦’ ଓ ‘ୱାର୍’ ବକ୍ସ ଅଫିସ୍‌ରେ ଧୂଆଁଦାର୍‌ ପ୍ରଦର୍ଶନ କରିଛି। ଏହାପରଠୁ ହ୍ରିତିକ୍‌ଙ୍କ ଡିମାଣ୍ଡ ବେଶ୍ ଅଧିକ ବଢ଼ିଯାଇଛି। ପ୍ରାୟ ସମସ୍ତେ ତାଙ୍କୁ ନିଜ ଫିଲ୍ମରେ ନେବାକୁ ଚାହୁଁଛନ୍ତି। ଦର୍ଶକ ମଧ୍ୟ ତାଙ୍କ ଅପକମିଂ ଫିଲ୍ମ ବିଷୟରେ ଜାଣିବାକୁ ଚାହୁଁଛନ୍ତି। ଆଉ ଏବେ ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। କାରଣ ତାଙ୍କ ଅପକମିଂ ପ୍ରୋଜେକ୍ଟ ବିଷୟରେ ଜଣାପଡ଼ିଛି।

Advertisment

https://twitter.com/karanjohar/status/1215174058796449792

ସୂଚନା ଅନୁଯାୟୀ, କରଣ ଜୋହର ତାଙ୍କ ଆଗାମୀ ଫିଲ୍ମରେ ହ୍ରିତିକ୍‌ଙ୍କୁ ନେଇଛନ୍ତି। ଏଥିରେ ସେ ଜଣେ ଗୁପ୍ତଚର ଭୂମିକାରେ ନଜର ଆସିବେ। ନିକଟରେ କରଣ ଏହି ଘୋଷଣା କରିଛନ୍ତି। ନୀତିନ ଗୋଖଲେଙ୍କ ବହି ‘ଆର୍‌ ଏନ୍‌ କାଓ: ଜେଣ୍ଟଲ୍‌ମ୍ୟାନ୍‌ ସ୍ପାଇମାଷ୍ଟର’କୁ ନେଇ ଏକ ଫିଲ୍ମ ନିର୍ମାଣ କରାଯିବ। କରଣ ଓ ଆନନ୍ଦ ତିୱାରୀ ମିଶି ଏହାକୁ ତିଆରି କରିବେ। ଏଥିପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇଯାଇଛି।

https://www.instagram.com/p/B2B6Lq4nOKY/?utm_source=ig_web_copy_link

‘ଆର୍‌ ଏନ୍‌ କାଓ: ଜେଣ୍ଟଲ୍‌ମ୍ୟାନ୍‌ ସ୍ପାଇମାଷ୍ଟର’ ବହିଟି ରାମେଶ୍ୱର କାଓ ନାମକ ଜଣେ ଭାରତୀୟ ଗୁପ୍ତଚରଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ସେ ଭାରତୀୟ ଗୁଇନ୍ଦା ବିଭାଗ ‘RAW’ର ପ୍ରଥମ ଗୁପ୍ତଚର ଥିଲେ। ସେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହରୁଙ୍କ ବ୍ୟକ୍ତିଗତ ମୁଖ୍ୟ ଅଙ୍ଗରକ୍ଷକ ଓ ରାଜୀବ ଗାନ୍ଧିଙ୍କ ସୁରକ୍ଷା ପରାମର୍ଶଦାତା ଭାବେ ମଧ୍ୟ କାମ କରିଥିଲେ। ଫିଲ୍ମରେ ହ୍ରିତିକ୍‌ ତାଙ୍କରି ଚରିତ୍ରରେ ଅଭିନୟ କରିବେ। ଅବଶ୍ୟ ଏ ନେଇ ହ୍ରିତିକ୍‌ଙ୍କ ତରଫରୁ କୌଣସି ସୂଚନା ମିଳିନାହିଁ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe