Advertisment

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

ମୁମ୍ବାଇ: ବରିଷ୍ଠ ହାସ୍ୟ ଅଭିନେତା ତଥା ଘରେ ଘରେ ଜଗଦୀପ ନାମରେ ପରିଚିତ ସୟଦ୍‌ ଇସ୍ତଆକ୍ ଅହମ୍ମଦ ଜାଫରିଙ୍କ ପରଲୋକ ହୋଇଛି। ଜଗଦୀପ ତାଙ୍କ ମଞ୍ଚ ନାମ ହୋଇଥିଲେ ହେଁ ସମସ୍ତେ ତାଙ୍କୁ ସେହି ନାମରେ ହିଁ ଜାଣନ୍ତି। ତାଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଛି। ବୟସାଧିକ କାରଣରୁ ରାତି ୮.୪୦ ବେଳକୁ ତାଙ୍କର ମୃତ୍ୟୁ ହୋଇଛି। ଆସନ୍ତାକାଲି ତାଙ୍କୁ ମୁମ୍ବାଇର ଶିଆ କବରସ୍ତାନକୁ ନିଆଯିବ। ୭୦ ଦଶକରୁ ଆରମ୍ଭ କରି ୮୦ ଏବଂ ୯୦ […]

author-image
Subrat Kumar Nayak
ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

surma

ମୁମ୍ବାଇ: ବରିଷ୍ଠ ହାସ୍ୟ ଅଭିନେତା ତଥା ଘରେ ଘରେ ଜଗଦୀପ ନାମରେ ପରିଚିତ ସୟଦ୍‌ ଇସ୍ତଆକ୍ ଅହମ୍ମଦ ଜାଫରିଙ୍କ ପରଲୋକ ହୋଇଛି। ଜଗଦୀପ ତାଙ୍କ ମଞ୍ଚ ନାମ ହୋଇଥିଲେ ହେଁ ସମସ୍ତେ ତାଙ୍କୁ ସେହି ନାମରେ ହିଁ ଜାଣନ୍ତି। ତାଙ୍କର ୮୧ ବର୍ଷ ବୟସରେ ପରଲୋକ ହୋଇଛି।

Advertisment

ବୟସାଧିକ କାରଣରୁ ରାତି ୮.୪୦ ବେଳକୁ ତାଙ୍କର ମୃତ୍ୟୁ ହୋଇଛି। ଆସନ୍ତାକାଲି ତାଙ୍କୁ ମୁମ୍ବାଇର ଶିଆ କବରସ୍ତାନକୁ ନିଆଯିବ।

୭୦ ଦଶକରୁ ଆରମ୍ଭ କରି ୮୦ ଏବଂ ୯୦ ଦଶକ ଯାଏ ସେ ବଲିଉଡ୍‌ରେ ବେଶ ସକ୍ରିୟ ଥିଲେ। ୧୯୭୫ ମସିହାର ପ୍ରସିଦ୍ଧ ଫିଲ୍ମ ଶୋଲେରେ ସେ ନିଭାଇ ଥିଲେ ସୁର୍‌ମା ଭୋପାଲି ଭୂମିକା। ସେହି ସୁର୍‌ମା ଭୋପାଲି ନାମରେ ଏକ ଫିଲ୍ମର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏତଦ୍‌ବ୍ୟତୀତ ଅନ୍ଦାଜ୍‌ ଅପନା ଅପନା, ବ୍ରହ୍ମଚାରୀ ଏବଂ ନାଗିନ୍ ପରି ଫିଲ୍ମରେ ସେ ଅଭିନୟ କରିଛନ୍ତି। ଅଭିନେତା ଜାଭେଦ୍‌ ଜାଫରି ଏବଂ ନାଭେଦ୍‌ ଜାଫରି ତାଙ୍କର ଦୁଇ ପୁଅ।

Advertisment