Advertisment

ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ପରଲୋକ

୪ ଦଶନ୍ଧିରୁ ଅଧିକ ବର୍ଷ ଧରି ସେ ଅଭିନୟ କରିଥିଲେ। ସେ ୭୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ସେ ଖୁବ୍ ଲୋକପ୍ରିୟ ଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Kota Srinivasa Rao

Kota Srinivasa Rao

ଭେଟେରାନ ତେଲୁଗୁ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।

Advertisment

ଦୀର୍ଘଦିନ ହେବ କୋଟା ଶ୍ରୀନିବାସ ଅସୁସ୍ଥ ଥିଲେ। ଆଜି ସକାଳେ ହାଇଦ୍ରାବାଦ ସ୍ଥିତ ତାଙ୍କ ‘ଫିଲ୍ମ ନଗର’ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

୪ ଦଶନ୍ଧିରୁ ଅଧିକ ବର୍ଷ ଧରି କୋଟା ଶ୍ରୀନିବାସ ରାଓ ଅଭିନୟ କରିଥିଲେ। ସେ ୭୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ। ସେ ଖୁବ୍ ଲୋକପ୍ରିୟ ଥିଲେ।

Advertisment

ଅଭିନୟ ସହିତ ସେ ରାଜନୀତିରେ ବି ପାଦ ଥାପିଥିଲେ। ସେ ବିଜେପି ଟିକେଟରେ ବିଜୟୱାଡା ଇଷ୍ଟ ଆସନରୁ ଥରେ ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୧୯୪୨ ମସିହା ଜୁଲାଇ ୧୦ ତାରିଖରେ ଆନ୍ଧ୍ର ପ୍ରଦେଶର କୃଷ୍ଣ ଜିଲ୍ଲାର କାଙ୍କିପାଡୁ ଗାଁରେ ଜନ୍ମ ହୋଇଥିବା କୋଟା ଶ୍ରୀନିବାସ ରାଓ ୧୯୭୮ରେ ‘ପ୍ରଣାମ ଖରୀଧୁ’ ଫିଲ୍ମ ମାଧ୍ୟମରେ ଡେବ୍ୟୁ କରିଥିଲେ। ସେ ତେଲୁଗୁ ସହିତ ତାମିଲ, କନ୍ନଡ ଓ ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ବିଭିନ୍ନ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି। ସେ ଅନେକ ପୁରସ୍କାର ପାଇଛନ୍ତି। ୨୦୧୫ରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ସେ ୯ଟି ନନ୍ଦି ପୁରସ୍କାର ପାଇଥିଲେ। ତେଲୁଗୁ ସିନେମା, ଥିଏଟର ଓ ଟେଲିଭିଜନ କ୍ଷେତ୍ରରେ ନନ୍ଦି ପୁରସ୍କାର ହେଉଛି ସବୁଠୁ ବଡ଼ ପୁରସ୍କାର।

ଅଭିନୟ ସହିତ କିଛି ସମୟ ପାଇଁ ସେ ରାଜନୀତିରେ ଯୋଗ ଦେଇଥିଲେ। ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଆନ୍ଧ୍ର ପ୍ରଦେଶ ବିଧାନସଭାର ସଦସ୍ୟ ଥିଲେ। ବିଜେପି ଟିକେଟରେ ସେ ବିଜୟୱାଡା ଇଷ୍ଟ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

କୋଟା ଶ୍ରୀନିବାସ ରାଓଙ୍କ ମୃତ୍ୟୁରେ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ସହିତ ଅନ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀ ପକ୍ଷରୁ ସମସ୍ତେ ଗଭୀର ଶୋକ ପ୍ରକାଶ କରିଛନ୍ତି। ବହୁ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ରାଜନେତା ଓ ଅନ୍ୟାନ୍ୟ ବିଭିନ୍ନ ବର୍ଗର ଲୋକେ ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। 

ତାଙ୍କ ମୃତ୍ୟୁରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତ୍ୟୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

kota-srinivasa-rao