Advertisment

'ମୋ ସହ କରିଥିଲେ ମାଇଣ୍ଡଗେମ୍'

ଗୋଟିଏ ସହରରେ ରହୁଥିଲେ ମଧ୍ୟ କାହିଁକି ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଛନ୍ତି?

author-image
Manoj Swain
ଅଦ୍ୟତନ ହୋଇଛି

ନୀରବତା ଭାଙ୍ଗିଲେ ଅଭିନେତା ମନୋଜ ମିଶ୍ରଙ୍କ ପତ୍ନୀ। ବାଦ ବିବାଦ, ଚର୍ଚ୍ଚା ପର୍ଯ୍ୟାଲୋଚନା ଭିତରେ ଆଜି ମନର କଥା ଓ ବ୍ୟଥା ବଖାଣିଛନ୍ତି ମାନା। ଆଉ ଖୋଲିଛନ୍ତି ସ୍ୱାମୀଙ୍କ ପୋଲ୍‌। ଗୋଟିଏ ସହରରେ ରହୁଥିଲେ ମଧ୍ୟ କାହିଁକି ସ୍ୱାମୀ ଓ ସ୍ତ୍ରୀ ଅଲଗା ରହୁଛନ୍ତି? ମାନା କହିଛନ୍ତି, ମୋ’ ମନରେ ତାଙ୍କ ପ୍ରତି କିଛି ଖରାପ ଭାବନା ନାହିଁ। ଆଜି ମଧ୍ୟ ମୁଁ ତାଙ୍କୁ ଚାହୁଁଛି। ତାଙ୍କ ସହିତ ରହିବା ପାଇଁ ଚାହୁଁଛି। କିନ୍ତୁ ସେ ଛାଡ଼ପତ୍ର ପାଇଁ ଭୁବନେଶ୍ୱର ସେସନ୍ସ କୋର୍ଟରେ ଆବେଦନ କରିଛନ୍ତି। ଯାହାର ବିଚାର ଆଜି ଯାଏଁ ଚାଲିଛି। କିନ୍ତୁ ମୁଁ ଛାଡ଼ପତ୍ର ଦେବା ପାଇଁ ମନା କରିଛି। 

Advertisment
Manoj Mishra Odisha