Advertisment

ବାବୁ ଭୟାଙ୍କୁ ରାଜନୀତି ନୁହେଁ, ନେତାଗିରି ପସନ୍ଦ

ମୁମ୍ବାଇ: ବଲିଉଡ୍‌ କଳାକାର ପରେଶ ରାୱଲ୍‌ କମେଡି ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଫିଲ୍ମ କ୍ୟାରିୟର୍‌ରେ ସେ ‘ବାବୁ ଭୟା’ ନାମରେ ସବୁଠୁ ଅଧିକ ଲୋକପ୍ରିୟ । ଫିଲ୍ମରେ ପରେଶ ରାୱଲ ଥିଲେ ଦର୍ଶକ ହସି ହସି ଗଡିବା ଥୟ । ଆଜି ହେଉଛି କମେଡି ଜଗତର ସେହି ବାବୁ ଭୟାଙ୍କ ୬୯ତମ ଜନ୍ମଦିନ। ତାଙ୍କ ଜନ୍ମ ୧୯୫୦ ମସିହା ଆଜିର ଦିନରେ ମୁମ୍ବାଇରେ ହୋଇଥିଲା। ୧୯୮୫ ମସିହାରେ ସେ ଫିଲ୍ମ ଜଗତରେ […]

ଅଦ୍ୟତନ ହୋଇଛି
ବାବୁ ଭୟାଙ୍କୁ ରାଜନୀତି ନୁହେଁ, ନେତାଗିରି ପସନ୍ଦ

p44

Advertisment

ମୁମ୍ବାଇ: ବଲିଉଡ୍‌ କଳାକାର ପରେଶ ରାୱଲ୍‌ କମେଡି ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କ ଫିଲ୍ମ କ୍ୟାରିୟର୍‌ରେ ସେ ‘ବାବୁ ଭୟା’ ନାମରେ ସବୁଠୁ ଅଧିକ ଲୋକପ୍ରିୟ । ଫିଲ୍ମରେ ପରେଶ ରାୱଲ ଥିଲେ ଦର୍ଶକ ହସି ହସି ଗଡିବା ଥୟ ।

Advertisment

ଆଜି ହେଉଛି କମେଡି ଜଗତର ସେହି ବାବୁ ଭୟାଙ୍କ ୬୯ତମ ଜନ୍ମଦିନ। ତାଙ୍କ ଜନ୍ମ ୧୯୫୦ ମସିହା ଆଜିର ଦିନରେ ମୁମ୍ବାଇରେ ହୋଇଥିଲା। ୧୯୮୫ ମସିହାରେ ସେ ଫିଲ୍ମ ଜଗତରେ ପାଦ ରଖିଥିଲେ।

publive-image

ସେ ଫିଲ୍ମ କରିବା ସହ ରାଜନୀତିରେ ମଧ୍ୟ ଭାଗ୍ୟ ପରୀକ୍ଷା କରିଥିଲେ। ବିଜେପିରୁ ସେ ୨୦୧୪ରେ ନିର୍ବାଚନ ଲଢ଼ି ଜିତିଥିଲେ। କିନ୍ତୁ ଚଳିତ ବର୍ଷ ସେ ନିର୍ବାଚନ ଲଢ଼ିବା ପାଇଁ ମନା କରିଦେଇଥିଲେ। ତାଙ୍କୁ ରାଜନୀତି ପସନ୍ଦ ନ ଆସିବାରୁ ସେ ନିର୍ବାଚନ ଲଢ଼ିଲେ ନାହିଁ ବୋଲି ଚର୍ଚ୍ଚା ହୁଏ।

Advertisment

ସେ ଟ୍ୱିଟର୍‌ରେ ଲେଖିଥିଲେ ଯେ, ‘ମିଡିଆ ଓ ସାଙ୍ଗମାନଙ୍କୁ ଅନୁରୋଧ କରୁଛି, ସେମାନେ ମୋ ନିର୍ବାଚନ ଲଢ଼ିବା ନେଇ ଅଟକଳ ଲଗାନ୍ତୁ ନାହିଁ। ଲୋକସଭା ନିର୍ବାଚନ ଲଢ଼ିବି ନାହିଁ ବୋଲି ମୁଁ ବହୁତ ପୂର୍ବରୁ ପାର୍ଟିକୁ କହି ସାରିଛି। ମୁଁ ବିଜେପିର ବିଶ୍ୱସ୍ତ ସାଂସଦ ଏବଂ ସମର୍ଥକ ଅଟେ’।

publive-image

ପରେଶ ଖୋଲାଖୋଲି ପିଏମ୍‌ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ କରନ୍ତି। ଏହା ସହ ସେ ଟ୍ୱିଟର୍‌ରେ ରାଜନୀତି ସମ୍ବନ୍ଧୀୟ ଟ୍ୱିଟ୍‌ କରନ୍ତି ଆଉ ବିଭିନ୍ନ ପ୍ରସଙ୍ଗରେ ନିଜ ମତାମତ ରଖିଥାନ୍ତି।

ସେ ତାଙ୍କ ଫିଲ୍ମ କ୍ୟାରିୟର୍‌ ୧୯୮୫ ମସିହାରେ ଆସିଥିବା ଫିଲ୍ମ ‘ଅର୍ଜୁନ’ରୁ ଆରମ୍ଭ କରିଥିଲେ। ‘ଅନ୍ଦାଜ୍‌ ଆପନା ଆପ୍‌ନା’ ‘ଚାଚ୍ଚି ୪୨୦’, ‘ହେରାଫେରି’, ‘ନାୟକ’, ‘ଗରମ ମସାଲା’, ‘ଫିର୍‌ ହେରା ଫେରି’, ‘ଗୋଲ୍‌ମାଲ୍‌’, ‘ଭୁଲ୍‌ ଭୁଲେୟା’, ‘ୱେଲ୍‌କମ୍‌’ , ‘ଓଏମ୍‌ଜି-ଓଃ ମାଇଁ ଗଡ୍‌’, ‘ଟାଇଗର୍‌ ଜିନ୍ଦା ହୈ’, ‘ସଞ୍ଜୁ’ ଇତ୍ୟାଦି ତାଙ୍କର ପ୍ରମୁଖ ଫିଲ୍। ଯାହା ଲୋକମାନଙ୍କୁ ବହୁତ ପସନ୍ଦ ଆସିଥିଲା।

ଏହା ସହ ସେ ପଦ୍ମଶ୍ରୀ ପୁରସ୍କାର, ଜାତୀୟ ଫିଲ୍ମ ଆୱାଡ୍‌, ଫିଲ୍ମ ଫେୟାର୍‌ ଆୱାଡ୍, ଷ୍ଟାର୍‌ ସ୍କିନ୍‌ ଆୱାଡ୍‌, ଆଇଫା ଆୱାଡ୍‌, ଜି ସିନେ ଆୱାଡ୍‌ ଇତ୍ୟାଦିର ବିଜେତା ହୋଇପାରିଛନ୍ତି।

ବ୍ୟକ୍ତଗତ ଜୀବନ କଥା କହିଲେ ପରେଶ ୧୯୭୯ ମସିହାରେ ମିସ୍‌ ଇଣ୍ଡିଆ ପ୍ରତିଯୋଗୀ ତଥା ଅଭିନେତ୍ରୀ ସ୍ୱରୂପ ସମ୍ପତ୍‌ଙ୍କୁ ବିବାହ କରିଥିଲେ। ଉଭୟଙ୍କ ବୈବାହିକ ଜୀବନ ଦୀର୍ଘ ୪୦ ବର୍ଷ ହେବ ବେଶ୍‌ ହସଖୁସିରେ ଚାଲୁଥିବା ବେଳେ ଆଦିତ୍ୟ ଓ ଅନିରୁଧ ନାମରେ ଉଭୟଙ୍କର ୨ ପୁତ୍ର ସନ୍ତାନ ଅଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe