Advertisment

ପିଣ୍ଟୁ ନନ୍ଦଙ୍କ ପାଇଁ କଳାକାର ସଂଘ ନେବ ବଡ଼ ନିଷ୍ପତ୍ତି!

ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ, ଆଇଏଲବିଏସ୍‌ରେ ତାଙ୍କୁ ଭର୍ତ୍ତି କରାଯିବ। ଏ ନେଇ ଆଇଏଲବିଏସ୍‌ର ଡାକ୍ତର ଅଶୋକ ଚୌଧୁରୀଙ୍କ ସହିତ କଥାବାର୍ତ୍ତା କରାଯାଇଛି। ପିଣ୍ଟୁ ନନ୍ଦ ଲିଭର ସିରୋସିସରେ ପୀଡ଼ିତ।

ଅଦ୍ୟତନ ହୋଇଛି
Pintu Nanda

Pintu Nanda

Advertisment

ଏ ଗଉରା ଗୀତ ପାଇଁ ରାଜ୍ୟରେ ଚର୍ଚ୍ଚାରେ ଥିବା ଓଲିଉଡ୍‌ ଅଭିନେତା ପିଣ୍ଟୁ ନନ୍ଦ ଦୀର୍ଘ ଦିନ ହେଲା ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କୁ ଦିଲ୍ଲୀ ନିଆଯିବ ବୋଲି ଜଣାପଡ଼ିଛି। ସେଠାରେ ଚିକିତ୍ସା କରିବା ପାଇଁ ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏତେ ଟଙ୍କା ଯୋଗାଡ଼ କରିବା କଷ୍ଟକର ହେଉଛି। ତେଣୁ ସାହାଯ୍ୟ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛି ସିନେ ଆର୍ଟିଷ୍ଟ ସଂଘ।

Advertisment

ସେପଟେ ସିନେ ଆର୍ଟିଷ୍ଟ ଆସୋସିଏସନ ସମ୍ପାଦକ ଶ୍ରୀତମ ଦାସ କହିଛନ୍ତି, ଗୁରୁତର ଅସୁସ୍ଥ ଥିବା ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଦିଲ୍ଲୀ ନେବାକୁ ଏକ ପ୍ରକାର ସ୍ଥିର ହୋଇଛି। ଉତ୍ତମ ଚିକିତ୍ସା ପାଇଁ ଦିଲ୍ଲୀ ଓ ହାଇଦ୍ରାବାଦ, ଏହି ଦୁଇଟି ସ୍ଥାନ ମଧ୍ୟରୁ ଦିଲ୍ଲୀ ନେବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଶ୍ରୀତମ ଦାସ। ଖୁବଶୀଘ୍ର ଦିଲ୍ଲୀରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଆଣ୍ଡ୍‌ ବିଲିଆରି ସାଇନସେସ, ଆଇଏଲବିଏସ୍‌ରେ ତାଙ୍କୁ ଭର୍ତ୍ତି କରାଯିବ। ଏ ନେଇ ଆଇଏଲବିଏସ୍‌ର ଡାକ୍ତର ଅଶୋକ ଚୌଧୁରୀଙ୍କ ସହିତ କଥାବାର୍ତ୍ତା କରାଯାଇଛି। ପିଣ୍ଟୁ ନନ୍ଦ ଲିଭର ସିରୋସିସରେ ପୀଡ଼ିତ। ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ପଡ଼ିବ। ତା’ ପୂର୍ବରୁ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ଷ୍ଟେବୁଲ ରହିବା ଦରକାର। ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି କୁହାଯାଇଛି। ଏବେ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ପିଣ୍ଟୁ ନନ୍ଦ।

ପିଣ୍ଟୁଙ୍କ ଲିଭର୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ଦରକାର ୫୦ ଲକ୍ଷ ଟଙ୍କା। ଟ୍ରାନ୍ସପ୍ଲାଣ୍ଟ ପରର ଚିକିତ୍ସା ପାଇଁ ବହୁତ ଟଙ୍କା ଲାଗିବ। ଗତକାଲି ସିନେ କଳାକାର ସଂଘର କୋଷାଧ୍ୟକ୍ଷ ବରିଷ୍ଠ ଅଭିନେତା ସୁରେଶ ମିଶ୍ର ଓ ସଂପାଦକ ଶ୍ରୀତମ ଦାସ, ପିଣ୍ଟୁଙ୍କ ଘରକୁ ଯାଇ କିଛି ଆର୍ଥିକ ସାହାଯ୍ୟ ଦେଇଛନ୍ତି। ପରିବାର ଲୋକେ ମଧ୍ୟ କ୍ରାଉଡ୍‌ ଫଣ୍ଡିଂ କରୁଛନ୍ତି। ଏହା ସହିତ ପିଣ୍ଟୁଙ୍କୁ ସାହାଯ୍ୟ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଶ୍ରୀତମ ଦାସ। ପିଣ୍ଟୁଙ୍କ ପାଇଁ ସିନେ କଳାକାର ସଂଘ ତରଫରୁ ଏକ ବଡ଼ ନିଷ୍ପତ୍ତି ନିଆଯିବ ବୋଲି କୁନା ତ୍ରିପାଠୀ ମଧ୍ୟ କହିଛନ୍ତି।

Advertisment

୪୫ ବର୍ଷୀୟ ପିଣ୍ଟୁ ନନ୍ଦ ଓଲିଉଡ୍‌ର ଜଣେ ପୋଖତ କଳାକାର। ୩୦ରୁ ଅଧିକ ଫିଲ୍ମରେ ସେ ନିଖୁଣ ଅଭିନୟ କରିଛନ୍ତି। କେତେବେଳେ ଅଭିନେତା ତ କେତେବେଳେ ସହ- ଅଭିନେତା ଏବଂ କମେଡିଆନ୍‌ ଚରିତ୍ରରେ ସେ ଦର୍ଶକଙ୍କୁ ହସାଇଛନ୍ତି, କନ୍ଦାଇଛନ୍ତି, ଅଭିନୟ ଯାଦୁରେ ବାନ୍ଧି ରଖିଛନ୍ତି। ଜୟ ଜଗନ୍ନାଥ, ବାହୁଡିବେ ମୋ ଜଗାବଳିଆ, ଦୋସ୍ତି, ହାତ ଧରି ଚାଲୁଥା, ପ୍ରେମ ପାଇଁ ମହାଭାରତ ଓ ଲଭ୍ ଏକ୍ସପ୍ରେସ ଭଳି ହିଟ୍ ଫିଲ୍ମରେ ନିଜ ଅଭିନୟର ଛାପ ଛାଡ଼ିଛନ୍ତି ପିଣ୍ଟୁ। ଏହାଛଡ଼ା ଅନେକ ଆଲବମ୍‌ରେ ଅଭିନୟ କରିବା ସହ ଟିଭି ସୋର ହୋଷ୍ଟ ମଧ୍ୟ କରିଛନ୍ତି। ତାଙ୍କର ଏ ଗଉରା ଗୀତ, ସାରା ରାଜ୍ୟରେ ଚହଳ ପକାଇଥିଲା।

Jollywood Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe