Advertisment

ସାଉଥ୍‌ ଅଭିନେତାଙ୍କ ଝିଅଙ୍କ ଅକାଳ ବିୟୋଗ

ରାଜେନ୍ଦ୍ର ପ୍ରସାଦଙ୍କ ଝିଅ ଗାୟତ୍ରୀଙ୍କର ଅକାଳ ବିୟୋଗ ଘଟିଛି। ମାତ୍ର ୩୮ ବର୍ଷ ବୟସରେ ସେ ଆଖି ବୁଜିଛନ୍ତି।

actor-rajendra-prasad with daughter-gayatri

actor-rajendra-prasad with daughter-gayatri

Advertisment

ସାଉଥ ଫିଲ୍ମ ଇଣ୍ଟଷ୍ଟ୍ରୀରୁ ଆସିଛି ଦୁଃଖଦ ଖବର। ସାଉଥ୍‌ ଇଣ୍ଡଷ୍ଟ୍ରୀର ବର୍ଷୀୟାନ ଅଭିନେତା ରାଜେନ୍ଦ୍ର ପ୍ରସାଦଙ୍କ ପରିବାର ମୁଣ୍ଡରେ ପଡ଼ିଛି ଚଡ଼କ । ରାଜେନ୍ଦ୍ର ପ୍ରସାଦଙ୍କ ଝିଅ ଗାୟତ୍ରୀଙ୍କର ଅକାଳ ବିୟୋଗ ଘଟିଛି। ମାତ୍ର ୩୮ ବର୍ଷ ବୟସରେ ସେ ଆଖି ବୁଜିଥିବା ବେଳେ ଏହା ପୂରା ପରିବାରକୁ ଦୋହଲାଇ ଦେଇଛି।

Advertisment

ଗାୟତ୍ରୀଙ୍କ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ତୁରନ୍ତ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ବଞ୍ଚାଇବାକୁ ଡାକ୍ତର ଆପ୍ରାଣ ଉଦ୍ୟମ କରିଥିଲେ। ମାତ୍ର ଶେଷରେ ତାଙ୍କ ପରଲୋକ ହୋଇଥିବା ଜଣାଯାଇଛି। ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି। ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ସୂତ୍ରରୁ ପ୍ରକାଶ।

ନିଜ ଫିଲ୍ମ ସୁଟିଂରେ ବ୍ୟସ୍ତ ଥିବା ରାଜେନ୍ଦ୍ର ପ୍ରସାଦ ଝିଅ ଅସୁସ୍ଥତା ଖବର ପାଇ ହସ୍ପିଟାଲରେ ପହଞ୍ଚିଥିଲେ। ମାତ୍ର ସେତେବେଳକୁ ତାଙ୍କ ମୃତ୍ୟୁ ହୋଇ ସାରିଥିଲା।

Advertisment

ରାଜେନ୍ଦ୍ର ପ୍ରସାଦ ପିଲା ଦିନେ ମା’ଙ୍କୁ ହରାଇଥିବାରୁ ନିଜ ଝିଅ ଗାୟତ୍ରୀଙ୍କୁ ଖୁବ୍‌ ଭଲ ପାଉଥିଲେ। ମାତ୍ର କିଛି ବର୍ଷ ପୂର୍ବେ ଗାୟତ୍ରୀ ପ୍ରେମ ବିବାହ କରିଥିବା ବେଳେ ବାପ- ଝିଅଙ୍କ ସମ୍ପର୍କ ଭଟ୍ଟା ପଡ଼ିଥିଲା। ଏହାପରେ ପୁଣି ଥରେ ପରିବାର ଏକାଠି ହୋଇ ଯାଇଥିଲା।

ଗାୟତ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ସ୍ୱାମୀ ଓ ୧୦ ବର୍ଷର ଝିଅ ଏକୁଟିଆ ହୋଇ ଯାଇଛନ୍ତି। ଏହି ସମୟରେ ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେବାକୁ ସାଉଥ୍‌ ଇଣ୍ଡଷ୍ଟ୍ରୀର ବହୁ ସେଲିବ୍ରିଟି ଗାୟତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ସେମାନେ ମୃତଦେହର ଶେଷ ଦର୍ଶନ କରିବା ସହ ଭାଙ୍ଗି ପଡ଼ିଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। 

South Cinema Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe