Advertisment

ରଶ୍ମିକାଙ୍କ ଡିପଫେକ୍ ଭିଡିଓ କ୍ରିଏଟର ଗିରଫ

ଗତ ବର୍ଷ ନଭେମ୍ବରରେ ରଶ୍ମିକାଙ୍କ ଏକ ଡିପଫେକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା।

ଅଦ୍ୟତନ ହୋଇଛି
Rashmika Mandana

Rashmika Mandana

Advertisment

ରଶ୍ମିକା ମନ୍ଦନାଙ୍କ ଡିପଫେକ୍ ଭିଡିଓ କ୍ରିଏଟ କରିଥିବା ବ୍ୟକ୍ତି ଗିରଫ। ସମ୍ପୃକ୍ତ ବ୍ୟକ୍ତିକୁ ଦିଲ୍ଲୀରୁ ଗିରଫ କରିଛି ପୁଲିସ। ଗତ ବର୍ଷ ନଭେମ୍ବରରେ ରଶ୍ମିକାଙ୍କ ଏକ ଡିପଫେକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିଲା।

Advertisment

ଭିଡିଓଟି ଏପରି ବିକୃତ କରାଯାଇଥିଲା, ଯାହା ରଶ୍ମିକାଙ୍କ ବ୍ୟକ୍ତିତ୍ୱ ଉପରେ ଆଞ୍ଚ୍ ଆଣିବା ପରି। ପ୍ରକୃତରେ ଏହି ଭିଡିଓଟି ଜଣେ ବ୍ରିଟିଶ-ଇଣ୍ଡିଆନ ଇନଫ୍ଲୁଏନ୍ସର ଜାରା ପଟେଲଙ୍କର। ତାଙ୍କ ଭିଡିଓରେ ରଶ୍ମିକାଙ୍କ ଚେହେରାକୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସହାୟତାରେ ଏଡିଟ୍ କରାଯାଇଥିଲା। ଏହି ଭିଡିଓ ଭାଇରାଲ୍ ହେବା ପରେ ଅମିତାଭ ବଚ୍ଚନଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଡିପଫେକ୍ ଫଟୋ ଏବଂ ଭିଡିଓ ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଚିନ୍ଦା ପ୍ରକଟ କରିଥିଲେ। କେନ୍ଦ୍ର ସରକାର ମାମଲାକୁ ଗୁରୁତର ସହ ନେଇ ସୋଶାଲ ମିଡିଆ ପ୍ଲାଟଫର୍ମରେ ଯେପରି ଏହିପରି ଭିଡିଓ ଭାଇରାଲ୍ ନ ହୁଏ ସେଥିପାଇଁ ପ୍ଲାଟଫର୍ମଗୁଡିକୁ ଚେତାବନୀ ଦେଇଥିଲେ। ଏଥିସହ ସୋଶାଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ମାମଲା ପଞ୍ଜିକୃତ କରିବାର ବ୍ୟବସ୍ଥା କରିଥିଲେ।

Advertisment

ରଶ୍ମିକାଙ୍କ ଡିପଫେକ୍ ଭିଡିଓ ଭାଇରାଲ୍ ହେବା ପରେ କ୍ୟାଟ୍ରିନା କୈଫ, ଆଲିଆ ଭଟ୍ଟଙ୍କ ସମେତ ଅନେକ ବଲିଉଡ କଳାକାର ଏହାର ଶିକାର ହୋଇଥିଲା। ଦିଲ୍ଲୀ ପୁଲିସ ଏ ଏପରେ ସ୍ୱତନ୍ତ୍ର ଟିମ୍ ଗଠନ କରି ତଦନ୍ତ ଚଳାଇଥିଲା। ଶେଷରେ ରଶ୍ମିକାଙ୍କ ଭିଡିଓ କ୍ରିଏଟ୍ କରିଥିବା କ୍ରିଏଟରକୁ ଗିରଫ କରିଛି। 

Rashmika Mandana Deepfake Video Rashmika Deepfake Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe