Advertisment

ଅଭିନେତା ସଇଦ ଜାଫ୍ରିଙ୍କ ପରଲୋକ

ମୁମ୍ୱାଇ: ଭାରତରେ ଜନ୍ମିତ ବ୍ରିଟିଶ ଆକ୍ଟର ସଇଦ୍ ଜାଫ୍ରି ଆଉ ନାହାଁନ୍ତି। ଆଜି ମୁମ୍ୱାଇଠାରେ ସେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ବଲିଉଡ ସିନେମାରେ ସେ ଜଣେ ପରିଚିତ ମୁହଁ। ମାସୁମ୍, ଦିଲ୍, ରାମ ତେରି ଗଙ୍ଗା ମୈଲି ହୋଗେୟୀ, ଚଷମେ ବଦ୍ଦୁର, ରାମ ଲଖନ୍, ଖୁନ୍ ଭରି ମାଙ୍ଗ୍ ଓ ନସିବ୍ ଭଳି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା। ତେବେ ସତ୍ୟଜିତ୍ ରେଙ୍କ ‘ସତରଞ୍ଜ କି ଖିଲାଡି’ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଅଭିନେତା ସଇଦ ଜାଫ୍ରିଙ୍କ ପରଲୋକ

shid

ମୁମ୍ୱାଇ: ଭାରତରେ ଜନ୍ମିତ ବ୍ରିଟିଶ ଆକ୍ଟର ସଇଦ୍ ଜାଫ୍ରି ଆଉ ନାହାଁନ୍ତି। ଆଜି ମୁମ୍ୱାଇଠାରେ ସେ ପ୍ରାଣତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ବଲିଉଡ ସିନେମାରେ ସେ ଜଣେ ପରିଚିତ ମୁହଁ। ମାସୁମ୍, ଦିଲ୍, ରାମ ତେରି ଗଙ୍ଗା ମୈଲି ହୋଗେୟୀ, ଚଷମେ ବଦ୍ଦୁର, ରାମ ଲଖନ୍, ଖୁନ୍ ଭରି ମାଙ୍ଗ୍ ଓ ନସିବ୍ ଭଳି ଫିଲ୍ମରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା।

Advertisment

ତେବେ ସତ୍ୟଜିତ୍ ରେଙ୍କ ‘ସତରଞ୍ଜ କି ଖିଲାଡି’ ତାଙ୍କୁ ଆଣି ଦେଇଥିଲା ସଫଳତା। ‘ସତରଞ୍ଜ କେ ଖିଲାଡି ଓ ‘ଚଷମେ ବଦ୍ଦୁର’ ପାଇଁ ତାଙ୍କୁ ବେଷ୍ଟ ଆକ୍ଟର ଆୱାର୍ଡ ମିଳିଥିଲା। ୧୯୨୯ ଜାନୁୟାରୀ ୮ ତାରିଖରେ ପଞ୍ଜାବର ମାଲେରକୋଟାଲାରେ ସେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କ ଫିଲ୍ମ କ୍ୟାରିୟର କେବଳ ବଲିଉଡରେ ସୀମିତ ନ ଥିଲା। ସେ ‘ଦ ମ୍ୟାନ ହୁ ଉଡ୍ ବି କିଙ୍ଗ’ ଓ ‘ଗାନ୍ଧି’ ପରି ହଲିଉଡ ଫିଲ୍ମରେ ବି କାମ କରିଛିନ୍ତି।