ଫିଲ୍ମ 'ପିକେ'ର ଅଭିନେତା ସାଇ ଗୁଣ୍ଡେୱାରଙ୍କ ଦେହାନ୍ତ

ମୁମ୍ବାଇ: ଆମୀର ଖାନଙ୍କ ଫିଲ୍ମ ପିକେରେ କାମ କରିଥିବା ଅଭିନେତା ସାଇ ଗୁଣ୍ଡେୱାରଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 42 ବର୍ଷ ହୋଇଥିଲା। ଅନେକଦିନରୁ ସେ ବ୍ରେନ୍ କ୍ୟାସରରେ ପୀଡ଼ିତ ହୋଇ ଲସ୍ ଏଞ୍ଜେଲସରେ ଚିକିତ୍ସା ହେଉଥିଲେ। ତେବେ ଗତ 10 ମେରେ ସେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। पी. के. सारख्या लोकप्रिय चित्रपटांच्या माध्यमातून प्रेक्षकांची मने जिंकणारे अभिनेते साईप्रसाद गुंडेवार यांची कॅन्सरशी झुंज अखेर […]

sai

sai

Chinmayee Roy
  • Published: Thursday, 14 May 2020
  • Updated: 14 May 2020, 03:54 PM IST

Sports

Latest News

ମୁମ୍ବାଇ: ଆମୀର ଖାନଙ୍କ ଫିଲ୍ମ ପିକେରେ କାମ କରିଥିବା ଅଭିନେତା ସାଇ ଗୁଣ୍ଡେୱାରଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 42 ବର୍ଷ ହୋଇଥିଲା। ଅନେକଦିନରୁ ସେ ବ୍ରେନ୍ କ୍ୟାସରରେ ପୀଡ଼ିତ ହୋଇ ଲସ୍ ଏଞ୍ଜେଲସରେ ଚିକିତ୍ସା ହେଉଥିଲେ। ତେବେ ଗତ 10 ମେରେ ସେ ଚିକିତ୍ସିତ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

https://twitter.com/AnilDeshmukhNCP/status/1259401360690171904?s=20

ସାଇଙ୍କ ମୃତ୍ୟୁକୁ ନେଇ ମହାରାଷ୍ଟ୍ର ଗୃହମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି। ଗୃହମନ୍ତ୍ରୀ ଅନୀଲ ଦେଶମୁଖ ଟୁଇଟ୍ କରି ଲେଖିଛନ୍ତି, ‘ଅଭିନେତା ସାଇ ପ୍ରସାଦ ଗୁଣ୍ଡେୱାର, ଯିଏକି ତାଙ୍କ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିଥିଲେ। ଶେଷରେ କର୍କଟ ରୋଗ ସହିତ ଦୀର୍ଘଦିନର ଯୁଦ୍ଧରେ ସେ ହାରିଗଲେ। ତାଙ୍କ ମୃତ୍ୟୁରୁ ଭାରତୀୟ ସିନେମା ଇଣ୍ଡଷ୍ଟ୍ରିର ବଡ଼ କ୍ଷତି ହୋଇଛି। ଭାବପ୍ରବଣ ଶ୍ରଦ୍ଧାଞ୍ଜଳି।’

https://www.instagram.com/p/BrERnedHskg/?utm_source=ig_web_copy_link

ସୂଚନାଯୋଗ୍ୟ, ସାଇ ଗୁଣ୍ଡେୱାର୍ ୨୦୧୦ରେ ‘MTV ସ୍ପିଟ୍ସଭିଲ୍ଲା’ରେ ଭାଗ ନେଇଥିଲେ। ଏହି ଶୋ ତାଙ୍କୁ ବହୁ ଲୋକପ୍ରିୟତା ଆଣିଦେଇଥିଲା, ଯାହା ପରେ ତାଙ୍କୁ ଆମେରିକୀୟ ରିଆଲିଟି ଶୋ ଉପରେ ଆଧାରିତ ଶୋ’ ସର୍ଭାଇଭର’ରେ ଦେଖିବାକୁ ମିଳିଥିଲା ଏହା ବ୍ୟତୀତ ସେ ଅନେକ ଫିଲ୍ମ ଏବଂ ରିଆଲିଟି ଶୋ’ର କାମ କରିଛନ୍ତି।  ସେ ଅନେକ ବଡ଼ ବଡ଼ ବ୍ରାଣ୍ଡର ବିଜ୍ଞାପନ ମଧ୍ୟ କରିଛନ୍ତି। ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା ‘ବଜାର’ ଯେଉଁଥିରେ ସୈଫ ଅଲି ଖାନ୍ ମୁଖ୍ୟ ଭୂମିକାରେ ଥିଲେ। ସାଇ ଆମୀର ଖାନଙ୍କ ଫିଲ୍ମ ‘ପିକେ’ ଓ ସଲମାନଙ୍କ ଫିଲ୍ମ ‘ୟୁବରାଜ’ରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିଲେ। ଏହା ବ୍ୟତୀତ ସେ ଫିଲ୍ମ ‘ରକ୍ ଅନ୍’, ‘ଡେଭିଡ’, ‘ଆଇ ମି ଔର୍ ମେଁ’, ‘ପପୁ କାଣ୍ଟ୍ ଡ୍ୟାନ୍ସ ସାଲା’, ‘ଲଭ୍ ବ୍ରେକଅପ୍ ଜିନ୍ଦେଗି’ ଭଳି  ହିଟ୍ ସିନେମାରେ ମଧ୍ୟ କାମ କରିଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos