Advertisment

ଅଭିନେତାଙ୍କ ମା' କରୋନା ପଜିଟିଭ୍ ଚିହ୍ନଟ

ମୁମ୍ବାଇ: ଦେଶରେ କରୋନା ଭାଇରସର ପ୍ରକୋପ ହୁ ହୁ ହୋଇ ବଢ଼ିବାକୁ ଲାଗିଲାଣି। ବର୍ତ୍ତମାନ ସୁଦ୍ଧା ଦେଶରେ ୯୬ ହଜାରରୁ ଅଧିକ ଲୋକ ଏହି ମାହାମାରୀରେ ସଂକ୍ରମିତ ହୋଇସାରିଥିବାବେଳେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଏଥିରେ କିଛି ସେଲେବ୍ରିଟିମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ନିକଟରେ ଅଭିନେତା  ସତ୍ୟଜିତ୍ ଦୁବେଙ୍କ ମାତା ସବିତା ଦୁବେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାବ୍ୟତୀତ ଅଭିନେତା […]

ଅଭିନେତାଙ୍କ ମା' କରୋନା ପଜିଟିଭ୍ ଚିହ୍ନଟ

actor

Advertisment

ମୁମ୍ବାଇ: ଦେଶରେ କରୋନା ଭାଇରସର ପ୍ରକୋପ ହୁ ହୁ ହୋଇ ବଢ଼ିବାକୁ ଲାଗିଲାଣି। ବର୍ତ୍ତମାନ ସୁଦ୍ଧା ଦେଶରେ ୯୬ ହଜାରରୁ ଅଧିକ ଲୋକ ଏହି ମାହାମାରୀରେ ସଂକ୍ରମିତ ହୋଇସାରିଥିବାବେଳେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି। ତେବେ ଏଥିରେ କିଛି ସେଲେବ୍ରିଟିମାନେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ନିକଟରେ ଅଭିନେତା  ସତ୍ୟଜିତ୍ ଦୁବେଙ୍କ ମାତା ସବିତା ଦୁବେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ତାଙ୍କୁ ମୁମ୍ବାଇର ନାନାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାବ୍ୟତୀତ ଅଭିନେତା ଏବଂ ତାଙ୍କ ଭଉଣୀ ମଧ୍ୟ ହୋମ ଆଇଶୋଲେଶନରେ ଅଛନ୍ତି।

Advertisment

https://www.instagram.com/p/CAKfilOgeKK/?utm_source=ig_web_copy_link

ଅଭିନେତା ଶୁକ୍ରବାର ଦିନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ତାଙ୍କ ମାତାଙ୍କୁ କରୋନା ପଜିଟିଭ ବୋଲି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, 'ଗତ କିଛି ଦିନ ମୋ ମା, ଭଉଣୀ ଏବଂ ମୋ ପାଇଁ ବହୁତ କଷ୍ଟସାଧ୍ୟ ଥିଲା। ମୋ ମାଙ୍କ ଦେହ ଭଲ ନଥିଲା। ତାଙ୍କୁ  ମାଇଗ୍ରେନ୍, ଜ୍ୱର ଏବଂ ଶରୀରରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା। ଯାହାପରେ ଆମେ ତାଙ୍କର କରୋନା ପରୀକ୍ଷା କଲୁ ଏବଂ ଏହା ପଜିଟିଭ୍ ବାହାରିଥିଲା।’

https://www.instagram.com/p/BxWpMaBAxAZ/?utm_source=ig_web_copy_link

ସତ୍ୟଜିତ୍ ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ପ୍ରସ୍ଥାନମ’ରେ ନଜର ଆସିଥିଲେ। ଏହା ବ୍ୟତୀତ ଏବେ ସେ ଷ୍ଟାରପ୍ଲସ୍ ଶୋ' ‘ମହାରାଜ କି ଜୟ ହୋ'ରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ସେ ନିଜ ମାଁଙ୍କ ଖବର ପୋଷ୍ଟ କରିବା ପରେ ସେଲିବ୍ରିଟିମାନେ ତାଙ୍କ ମା’ଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe