ଶିଳ୍ପାଙ୍କ ହୃଦୟ ଭାଙ୍ଗି ଦେଇଥିଲେ ଏଇ ବ୍ୟକ୍ତି

ମୁମ୍ବାଇ: ଶିଳ୍ପା ଶେଟ୍ଟୀ ତାଙ୍କ ଜୀବନ ସହିତ ଜଡ଼ିତ ଗୋଟିଏ କଥା କହିଛନ୍ତି। ଆପଣମାନେ ହୁଏତ ଏ ବିଷୟରେ ଆଗରୁ ଜାଣି ନଥିବେ। ଅକ୍ଷୟ କୁମାରଙ୍କ ସହ ତାଙ୍କର ପ୍ରେମ କାହାଣୀ ସଂପର୍କରେ ପ୍ରାୟ ସମସ୍ତେ ଜାଣନ୍ତି।  ବଲିଉଡ୍‌ର ଆଉ କାହା କାହା ସହିତ ବି ତାଙ୍କ ନାମ ଯୋଡ଼ା ଯାଇଛି। କିନ୍ତୁ ସେ ଆଉ ଜଣଙ୍କୁ ବି ଭଲ ପାଉଥିଲେ। ତେବେ ତାଙ୍କ ସହିତ ବି ଶିଳ୍ପାଙ୍କର ବ୍ରେକ୍‌ଅପ୍ ହୋଇଯାଇଥିଲା। ତେବେ ଏ ପ୍ରେମ କାହାଣୀଟି […]

shilpaa

Sangita Sahoo
  • Published: Thursday, 04 October 2018
  • , Updated: 04 October 2018, 09:22 AM IST

ମୁମ୍ବାଇ: ଶିଳ୍ପା ଶେଟ୍ଟୀ ତାଙ୍କ ଜୀବନ ସହିତ ଜଡ଼ିତ ଗୋଟିଏ କଥା କହିଛନ୍ତି। ଆପଣମାନେ ହୁଏତ ଏ ବିଷୟରେ ଆଗରୁ ଜାଣି ନଥିବେ।

ଅକ୍ଷୟ କୁମାରଙ୍କ ସହ ତାଙ୍କର ପ୍ରେମ କାହାଣୀ ସଂପର୍କରେ ପ୍ରାୟ ସମସ୍ତେ ଜାଣନ୍ତି।  ବଲିଉଡ୍‌ର ଆଉ କାହା କାହା ସହିତ ବି ତାଙ୍କ ନାମ ଯୋଡ଼ା ଯାଇଛି। କିନ୍ତୁ ସେ ଆଉ ଜଣଙ୍କୁ ବି ଭଲ ପାଉଥିଲେ। ତେବେ ତାଙ୍କ ସହିତ ବି ଶିଳ୍ପାଙ୍କର ବ୍ରେକ୍‌ଅପ୍ ହୋଇଯାଇଥିଲା। ତେବେ ଏ ପ୍ରେମ କାହାଣୀଟି ଭାରି ଇଣ୍ଟ୍ରେଷ୍ଟିଙ୍ଗ୍‌।

ଏ ନେଇ ଶିଳ୍ପା କହିଛନ୍ତି,“ ଏ ପ୍ରେମ କାହାଣୀଟି ଶୁଣିବାକୁ ଫିଲ୍ମ ପରି ଲାଗିପାରେ, କିନ୍ତୁ ଏହା ସତ। ମୋର ଜଣେ ବନ୍ଧୁ ସେହି ବ୍ୟକ୍ତିଙ୍କୁ ମୋ ସହିତ ରିଲେସନ୍‌ସିପ୍‌ରେ ରହିବାକୁ ଚ୍ୟାଲେଞ୍ଜ୍ ଦେଇଥିଲେ। ଏମିତି ମଜାରେ ମଜାରେ ହେଉ ହେଉ ମୁଁ ସେହି ବ୍ୟକ୍ତି ଜଣଙ୍କୁ ଭଲ ପାଇବାକୁ ଲାଗିଲି। କିନ୍ତୁ ପରେ ଆମ ମଧ୍ୟରେ ବ୍ରେକ୍ ଅପ୍ ହୋଇଯାଇଥିଲା। କାରଣ ମୁଁ ତାଙ୍କୁ ସତରେ ଭଲ ପାଉଥିଲି, କିନ୍ତୁ ସେ ଚ୍ୟାଲେଞ୍ଜ୍‌ ଜିତିବା ପାଇଁ ମତେ ଭଲ ପାଉଥିଲେ। ଏହା ଜାଣିବା ପରେ ମୋ ହୃଦୟ ଭାଙ୍ଗି ଯାଇଥିଲା। ମୁଁ ପୂରା ନିରାଶ ହୋଇଯାଇଥିଲି।”

ତେବେ ଶିଳ୍ପା ସେହି ବ୍ୟକ୍ତିଙ୍କ ପରିଚୟ ଦେଇ ନାହାନ୍ତି।

[caption id="attachment_283556" align="aligncenter" width="750"] image credit- JodiStory[/caption]

ରାଜ୍‌ କୁନ୍ଦ୍ରାଙ୍କ ସହ ଏମିତି ହୋଇଥିଲା ପ୍ରଥମ ଡେଟ୍‌:

ଆପଣମାନେ ତ ଜାଣିଥିବେ ଶିଳ୍ପା ଜଣାଶୁଣା ବ୍ୟବସାୟୀ ରାଜ୍ କୁନ୍ଦ୍ରାଙ୍କୁ ବାହା ହୋଇଛନ୍ତି। ୨୦୦୯ରେ ଏ ଦୁହେଁ ବିବାହ ହୋଇଥିଲା। ତେବେ ସେମାନଙ୍କର ପ୍ରଥମେ ଡେଟ୍ କେମିତି ଥିଲା, ସେ ବିଷୟରେ ବି ଶିଳ୍ପା କହିଛନ୍ତି।

ସେ କହିଛନ୍ତି, “କୁନ୍ଦ୍ରାଙ୍କ ପାଖରେ ମୋର କିଛି ଜିନିଷ ରହିଯାଇଥିଲା। ଯାହାକୁ ସେ ଦେବା ପାଇଁ ଲଣ୍ଡନ୍‌ରୁ ମୁମ୍ବାଇ ଆସିଥିଲେ। ପ୍ରଥମ ଦିନରେ ସେ ମୋତେ ବ୍ୟାଗ୍‌ ପଠାଇଥିଲେ। ତା’ପର ଦିନ ଆଉ ଏକ ବ୍ୟାଗ୍‌।  ମୁଁ ରାଜ୍‌ଙ୍କ ପ୍ରତି ସେତେବେଳେ ଆଦୌ ଆକର୍ଷିତ ନଥିଲି। ରାଜ୍‌ ଲଣ୍ଡନ୍‌ରେ ସେଟେଲ୍‌ ଥିଲେ।  କିନ୍ତୁ ମୁଁ ଲଣ୍ଡନ୍‌ରେ ସେଟେଲ୍‌ ହେବାକୁ ଚାହୁଁନଥିଲି।  କିଛି ଦିନ ପରେ ରାଜ୍‌ ମୋତେ ତାଙ୍କ ମୁମ୍ବାଇ ଠିକଣାରେ ଡାକିଲେ।  ଏହା ରାଜ୍‌ଙ୍କ ସହ ମୋର ପ୍ରଥମ ଡେଟ୍‌ ଥିଲା। ’’

Related story