Advertisment

ଭେଣ୍ଟିଲେଟରରେ ଅଭିନେତା ଶିବ କୁମାର, ମାଗିଲେ ସହାୟତା

ମୁମ୍ବାଇ: ବଲିଉଡରେ ଚାଲିଛି ଖରାପ ସମୟ। ବର୍ଷ ୨୦୨୦ରେ ଅନେକ ବଡ ବଡ ଅଭିନେତା ଆରପାରିକୁ ଚାଲିଯାଇଥିବା ବେଳେ ଆଉ କେତେ ଜଣ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କରୋନା ଯୋଗୁଁ ଅନେକ କଳାକାର ଚାକିରି ହରାଇ ଗୁରୁତର ଆର୍ଥିକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଏମିତି ଜଣେ ଅଭିନେତା ହେଉଛନ୍ତି ଶିବ କୁମାର ବର୍ମା। ସେ କ୍ରନିକ ଅବଷ୍ଟ୍ରାକ୍ଟିଭ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହା ଏକ ପ୍ରକାରର ଫୁସଫୁସ୍ ରୋଗ। ଏଥିରେ ଗୁରୁତର ହୋଇ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଭେଣ୍ଟିଲେଟରରେ ଅଭିନେତା ଶିବ କୁମାର, ମାଗିଲେ ସହାୟତା

shiv kumar-1

ମୁମ୍ବାଇ: ବଲିଉଡରେ ଚାଲିଛି ଖରାପ ସମୟ। ବର୍ଷ ୨୦୨୦ରେ ଅନେକ ବଡ ବଡ ଅଭିନେତା ଆରପାରିକୁ ଚାଲିଯାଇଥିବା ବେଳେ ଆଉ କେତେ ଜଣ ଗୁରୁତର ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି କରୋନା ଯୋଗୁଁ ଅନେକ କଳାକାର ଚାକିରି ହରାଇ ଗୁରୁତର ଆର୍ଥିକ ସମସ୍ୟାର ସମ୍ମୁଖିନ ହୋଇଛନ୍ତି । ଏମିତି ଜଣେ ଅଭିନେତା ହେଉଛନ୍ତି ଶିବ କୁମାର ବର୍ମା।

Advertisment

ସେ କ୍ରନିକ ଅବଷ୍ଟ୍ରାକ୍ଟିଭ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହା ଏକ ପ୍ରକାରର ଫୁସଫୁସ୍ ରୋଗ। ଏଥିରେ ଗୁରୁତର ହୋଇ ସେ ଏବେ ଭେଣ୍ଟିଲେଟରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ପାଇଁ ସେ ଏବଂ ତାଙ୍କ ପରିବାର  ଅସମର୍ଥ ଅଛନ୍ତି। ତେଣୁ ସୋଶାଲ ମିଡିଆ ମାଧ୍ୟମରେ ଆର୍ଥିକ ସହାୟତା ପାଇଁ ଶିବକୁମାର ଓ ତାଙ୍କ ପରିବାର ନିବେଦନ କରିଛନ୍ତି।

Advertisment


ଗତ କିଛି ଦିନ ତଳେ ତାଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଚିକିତ୍ସା ପାଇଁ ପ୍ରାୟ ୩ରୁ ୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ତେଣୁ ସିନେ ଏବଂ ଟିଭି ଆର୍ଟିଷ୍ଟ ଆସୋସିଏସନର ସଦସ୍ୟ ଥିବା ଶିବ କୁମାରଙ୍କ ତଫରରୁ  ଆସୋସିଏସନ ବଲିଉଡ ସେଲିବ୍ରିଟିଙ୍କୁ ଆର୍ଥିକ ସହଯୋଗ କିରବା ପାଇଁ ଗୁହାରି କରିଛି ।  ଅମିତାଭ ବର୍ଚ୍ଚନଙ୍କ ଠାରୁ ଆରମ୍ଭ କରି ଅକ୍ଷୟ କୁମାର, ସଲମାନ ଖାନ, ଅନିଲ କପୁର, ସନି ଦେଓଲ, ବିଦ୍ୟା ବାଲନ ଓ ମନୋଜ ଯୋଶୀଙ୍କ ଭଳି ଅଭିନତା ଓ ଅଭିନେତ୍ରୀଙ୍କୁ ଶିବ କୁମାରଙ୍କୁ ସହାୟତା ପାଇଁ ଆସୋସିଏସନ ନିବେଦନ କରିଛି।

ଶିବ କୁମାର ଫିଲ୍ମ ‘ହଲ୍ଲା ବୋଲ’, ବାଜି ଜିନ୍ଦଗି ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ଏଥିସହ ସେ ଅନେକ ଟିଭି ସିରିଏଲରେ ମଧ୍ୟ କାମ କରିଛନ୍ତି।

Bollywood