Advertisment

ଉପ-ମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ପ୍ରସ୍ତାବକୁ ଗ୍ରହଣ କଲେନି ଅଭିନେତା ଶିବ ରାଜକୁମାର

ଶିବ ରାଜକୁମାର ହେଉଛନ୍ତି ପ୍ରସିଦ୍ଧ କନ୍ନଡ଼ ଅଭିନେତା ଡ଼. ରାଜକୁମାରଙ୍କ ବଡ଼ ପୁଅ।

Shiva Rajkumar  and DK Shivakumar

Shiva Rajkumar and DK Shivakumar

Advertisment

ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କନ୍ନଡ ଫିଲ୍ମ ଅଭିନେତା ଶିବ ରାଜକୁମାରଙ୍କୁ ପ୍ରସ୍ତାବ ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ତଥା କର୍ଣ୍ଣାଟକାର ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର। କିନ୍ତୁ ଶିବ ରାଜକୁମାର ଏହି ପ୍ରସ୍ତାବକୁ ଗ୍ରହଣ କରି ନାହାନ୍ତି। ସେ ବିନମ୍ରତାର ସହିତ ଡିକେ ଶିବକୁମାରଙ୍କୁ ମନା କରି ଦେଇଥିଲେ।

Advertisment

ବେଙ୍ଗାଲୁରୁରେ ଇଡିଗା ସଂପ୍ରଦାୟର ଏକ ସମ୍ମିଳନୀରେ ଯୋଗ ଦେବା ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଅଭିନେତା ଶିବ ରାଜକୁମାରଙ୍କୁ ଏହି ଅଫର ଦେଇଥିଲେ।

ଶିବକୁମାର କହିଥିଲେ, ଲୋକସଭା ନିର୍ବାଚନ ଲଢ଼ିବାକୁ ମୁଁ ଶିବ ରାଜକୁମାରଙ୍କୁ ପ୍ରସ୍ତୁତ ରହିବାକୁ କହିଥିଲି। ତୁମେ ଯେତେବେଳେ ଚାହିଁବ ଫିଲ୍ମରେ ଅଭିନୟ କରିପାରିବ। କିନ୍ତୁ ସଂସଦକୁ ଯିବାର ସମ୍ମାନ ସମସ୍ତଙ୍କୁ ମିଳେନାହିଁ। ଏଭଳି ସୁଯୋଗକୁ ହାତଛଡ଼ା କର ନାହିଁ ଯାହା ଚାଲି ତୁମ ପାଖକୁ ଆସିଛି।

Advertisment

ଶିବକୁମାରଙ୍କ ଏହି ଅଫରକୁ ବିନମ୍ରତାର ସହିତ ପ୍ରତ୍ୟାଖ୍ୟାନ କରି ଶିବ ରାଜକୁମାର କହିଥିଲେ ଯେ ସେ ତାଙ୍କ ଅଭିନୟ ଦୁନିଆରେ ଖୁସି ଅଛନ୍ତି ଓ ତା’ ଭିତରେ ନିଜକୁ ସୀମିତ ରଖିବାକୁ ଚାହାଁନ୍ତି। ରାଜନୀତି ପାଇଁ କିଛି ସ୍ୱତନ୍ତ୍ର ଲୋକ ଅଛନ୍ତି, ଯେଉଁମାନେ ଭଲ କାମ କରୁଛନ୍ତି।

ଶିବ ରାଜକୁମାର ଆହୁରି କହିଥିଲେ ଯେ ତାଙ୍କ ପତ୍ନୀ ଗୀତା ଶିବରାଜକୁମାର (ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍ ବଙ୍ଗାରପ୍ପାଙ୍କ ଝିଅ)ଙ୍କର ରାଜନୀତିରେ ଆଗ୍ରହ ରହିଛି। ଚଳିତ ବର୍ଷ ସେ କଂଗ୍ରେସରେ ଯୋଗ ଦେଇଛନ୍ତି। ତେବେ ତାଙ୍କ ପତ୍ନୀ କିମ୍ବା ଶାଳକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା କେବେ ବି ତାଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ଉତ୍ସାହିତ କରି ନାହାନ୍ତି।

Congress DK Shivakumar Shiva Rajkumar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe