Advertisment

ବସ୍ ଯୋଗାଡ଼ କରି ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇଲେ ସୋନୁ

ମୁମ୍ବାଇ: କରୋନା ଭାଇରସ୍ ବିରୁଦ୍ଧରେ ବର୍ତ୍ତମାନ ସାରା ବିଶ୍ୱରେ ଯୁଦ୍ଧ ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଦେଶରେ ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରିବ ଶ୍ରମିକ ଶ୍ରେଣୀର ଲୋକମାନେ ନିଜର ରୋଜଗାର ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକମାନେ କାନ୍ଧରେ ଜିନିଷପତ୍ର ଧରି ପାଦରେ ଚାଲି ଚାଲି ନିଜ […]

author-image
Chinmayee Roy
ବସ୍ ଯୋଗାଡ଼ କରି ପ୍ରବାସୀ ଶ୍ରମିକଙ୍କୁ ଘରକୁ ପଠାଇଲେ ସୋନୁ

sonu

ମୁମ୍ବାଇ: କରୋନା ଭାଇରସ୍ ବିରୁଦ୍ଧରେ ବର୍ତ୍ତମାନ ସାରା ବିଶ୍ୱରେ ଯୁଦ୍ଧ ଚାଲିଛି। ସଂକ୍ରମଣକୁ ରୋକିବା ପାଇଁ ସରକାର ବିଭିନ୍ନ ପ୍ରକାରର ପଦକ୍ଷେପ ନେଉଛନ୍ତି। ଦେଶରେ ବର୍ତ୍ତମାନ ଲକଡାଉନ ଚାଲିଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଗରିବ ଶ୍ରମିକ ଶ୍ରେଣୀର ଲୋକମାନେ ନିଜର ରୋଜଗାର ହରାଇ ଭୋକ ଉପାସରେ ଦିନ କାଟୁଛନ୍ତି। ଗାଡ଼ି ଚଳାଚଳ ବନ୍ଦ ଥିବାରୁ ରୋଜଗାର ହରାଇଥିବା ପ୍ରବାସୀ ଶ୍ରମିକମାନେ କାନ୍ଧରେ ଜିନିଷପତ୍ର ଧରି ପାଦରେ ଚାଲି ଚାଲି ନିଜ ଘର ଅଭିମୁଖେ ଯାତ୍ରା କରୁଛନ୍ତି। ଏହି ସମୟରେ ଏପରି କିଛି ଲୋକଙ୍କୁ ସାହାଯ୍ୟ କରିବାକୁ ବଲିଉଡ ଅଭିନେତା ସୋନୁ ସୁଡ୍ ଆଗକୁ ଆସିଛନ୍ତି।

Advertisment

https://www.instagram.com/p/CACrs0DA69i/?utm_source=ig_web_copy_link

ସୋନୁ ସହରରେ ଅଟକି ରହିଥିବା ଶହ ଶହ ପ୍ରବାସୀଙ୍କ ପାଇଁ ବସ୍ ବ୍ୟବସ୍ଥା କରିଛନ୍ତି। କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ସରକାରଙ୍କ ଅନୁମତି ପାଇବା ପରେ ସୋମବାର ଦିନ ମହାରାଷ୍ଟ୍ରର ଥାନେରୁ କର୍ଣ୍ଣାଟକର ଗୁଲବର୍ଗ ଯିବା ପାଇଁ ସେ ମୋଟ ଦଶଟି ବସ୍ ଛାଡ଼ିଛନ୍ତି। ସୋନୁ କହିଛନ୍ତି ଯେ ସେ ବିଶ୍ୱାସ କରନ୍ତି ବର୍ତ୍ତମାନର ବିଶ୍ୱ ସଙ୍କଟରେ ପ୍ରତ୍ୟେକ ଭାରତୀୟ ନିଜ ପରିବାର ଏବଂ ପ୍ରିୟଜନଙ୍କ ସହ ରହିବା ଆବଶ୍ୟକ” ତେଣୁ ସେ ପ୍ରବାସୀମାନଙ୍କୁ ଘରେ ପହଞ୍ଚିବାରେ ସାହାଯ୍ୟ କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ଲୋଡ଼ିଥିଲେ।

https://www.instagram.com/tv/B_b4jQFAXie/?utm_source=ig_web_copy_link

ଏହା ପ୍ରଥମ ଘଟଣା ନୁହେଁ ଯେ ସୋନୁ ଅସହାୟମାନଙ୍କୁ ସାହାଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ପଞ୍ଜାବର ଡାକ୍ତରରମାନଙ୍କ ପାଇଁ 1500 PPE କିଟ୍ ଦାନ କରିଥିଲେ। ଏହା ବ୍ୟତୀତ ସେ ମୁମ୍ବାଇର ନିଜ ହୋଟେଲକୁ ମଧ୍ୟ ଡାକ୍ତର ଓ ଅନ୍ୟ ମେଡିକାଲ କର୍ମଚାରୀମାନଙ୍କୁ ରହିବାକୁ ଦେଇଛନ୍ତି। କେବଳ ଏତିକି ନୁହେଁ, ପବିତ୍ର ରମଜାନ୍ ମାସରେ ପ୍ରତିଦିନ ସେ ଲକଡାଉନରେ ଫସି ରହିଥିବା ଲୋକମାନଙ୍କୁ ଖାଦ୍ୟ ଯୋଗାଇ ଆସୁଛନ୍ତି।

Advertisment