Advertisment

ସୋନୁଙ୍କ ପାଇଁ ନୂଆ ଜୀବନ ପାଇଲେ ଅମନ

ମୁମ୍ବାଇ: ଲକଡାଉନ ଠାରୁ ଚର୍ଚ୍ଚାରେ ରହିଥିବା ବଲିଉଡ ଅଭିନେତା ସୋନୁ ସୁଦ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପୁଣିଥରେ ସହୃଦୟତା ଦେଖାଇ ଦେବଦୂତ ସାଜିଛନ୍ତି ସୋନୁ । ୧୨ ବର୍ଷ ଧରି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ଛତିଶଗଡର ଅମନଙ୍କୁ ସୋନୁ ଦେଇଛନ୍ତି ନୂଆ ଜୀବନ । ପୂରଣ ହୋଇଛି ଅମନର ସ୍ୱପ୍ନ। ମେରୁଦଣ୍ଡରେ ଗଭୀର ସମସ୍ୟା କାରଣରୁ ଦୀର୍ଘ ୧୨ ବର୍ଷ ହେବ ଖଟିଆରେ ପଡି ରହିଥିଲେ ଛତିଶଗଡର ଅମନ । […]

ଅଦ୍ୟତନ ହୋଇଛି
ସୋନୁଙ୍କ ପାଇଁ ନୂଆ ଜୀବନ ପାଇଲେ ଅମନ

sonu-sood

Advertisment

ମୁମ୍ବାଇ: ଲକଡାଉନ ଠାରୁ ଚର୍ଚ୍ଚାରେ ରହିଥିବା ବଲିଉଡ ଅଭିନେତା ସୋନୁ ସୁଦ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ପୁଣିଥରେ ସହୃଦୟତା ଦେଖାଇ ଦେବଦୂତ ସାଜିଛନ୍ତି ସୋନୁ । ୧୨ ବର୍ଷ ଧରି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ଛତିଶଗଡର ଅମନଙ୍କୁ ସୋନୁ ଦେଇଛନ୍ତି ନୂଆ ଜୀବନ । ପୂରଣ ହୋଇଛି ଅମନର ସ୍ୱପ୍ନ।

Advertisment

ମେରୁଦଣ୍ଡରେ ଗଭୀର ସମସ୍ୟା କାରଣରୁ ଦୀର୍ଘ ୧୨ ବର୍ଷ ହେବ ଖଟିଆରେ ପଡି ରହିଥିଲେ ଛତିଶଗଡର ଅମନ । ଅର୍ଥ ଅଭାବ ଯୋଗୁ ଭଡା ଅଟୋ ଚଳାଉଥିବା ବାପା ଏବଂ ମାଆ ଅମନର ଚିକିତ୍ସା କରିପାରୁନଥିଲେ । ମହଙ୍ଗା ଚିକିତ୍ସା କାରଣରୁ ନିଜ ପୁଅକୁ କଷ୍ଟ ପାଉଥିବା ଦେଖିବା ଛଡ଼ା ସେମାନଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା। କିନ୍ତୁ ପରେ ଅମନ ବିଛଣାରେ ପଡି ରହି ମଧ୍ୟ ଟ୍ୱିଟର ମାଧ୍ୟମାରେ ସୋନୁ ସୁଦଙ୍କୁ ସହାୟତା ମାଗିଥିଲେ। ଏବଂ ସୋନୁ ମଧ୍ୟ ଅମନଙ୍କ ଗୋଟିଏ ଟ୍ୱିଟରେ ତାଙ୍କୁ ସହଯୋଗର ହାତ ବଢ଼ାଇ ଦେଇଥିଲେ ।

ସୋନୁ ସୁଦଙ୍କ ସହାୟତାରେ ଅମନଙ୍କ କରନାଲର ୱିର୍କ ହସ୍ପିଟାଲରେ ନ୍ୟୁରୋ ସର୍ଜନ ଡାକ୍ତର ଅଶ୍ୱିନୀଙ୍କ ଦେଖାଶୁଣାରେ ଚିକିତ୍ସା ହୋଇଥିଲା। ଅମନଙ୍କ ପାଟି ରାସ୍ତାରେ ମେରୁଦଣ୍ଡ ହାଡ଼ର ସର୍ଜରି ହୋଇଥିଲା। ସୋନୁଙ୍କ ସହାୟତା ପରେ ଏବେ ଅମନଙ୍କ ନିଜ ଗୋଡ଼ରେ ଛିଡ଼ା ହେବାର ସ୍ୱପ୍ନ ପୂରଣ ହୋଇପାରିଛି। ଅମନଙ୍କ ବାପା-ମାଆ ସୋନୁ ସୁଦ ଏବଂ ଡାକ୍ତର ଅଶ୍ୱିନୀଙ୍କ ପ୍ରଶଂସା କରି କରି ଥକୁ ନାହାନ୍ତି । କାରଣ ଏହି ୨ଜଣଙ୍କ ଯୋଗୁଁ ଅମନଙ୍କ ଆଶା ପୂରଣ ହୋଇପାରିଛି।

Advertisment
Sonu Sood
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe