Advertisment

ମେଧାବୀ ଛାତ୍ର ଥିଲେ ସୁଶାନ୍ତ : ଏହି ପରୀକ୍ଷାରେ ସାରା ଭାରତରେ ସପ୍ତମ ସ୍ଥାନରେ ରହିଥିଲେ

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି। ତେବେ ଅତ୍ୟଧିକ ମାନସିକ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ସ୍ତରରେ କୁହାଯାଉଛି। ଟେଲିଭିଜନ ଧାରାବାହିକରୁ […]

ମେଧାବୀ ଛାତ୍ର ଥିଲେ ସୁଶାନ୍ତ : ଏହି ପରୀକ୍ଷାରେ ସାରା ଭାରତରେ ସପ୍ତମ ସ୍ଥାନରେ ରହିଥିଲେ

p44

Advertisment

ମୁମ୍ବାଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଫାସୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟା ନେଇ ପ୍ରଥମେ ତାଙ୍କ ଘରୋଇ ସହାୟକ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁଶାନ୍ତଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ତଦନ୍ତ ଜାରି ରଖିଛି। ତେବେ ଅତ୍ୟଧିକ ମାନସିକ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା ପ୍ରାଥମିକ ସ୍ତରରେ କୁହାଯାଉଛି।

Advertisment

ଟେଲିଭିଜନ ଧାରାବାହିକରୁ ନିଜର ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ ସୁଶାନ୍ତ ସିଂହ ରାଜପୁତ। ୨୦୦୮ ଷ୍ଟାର୍‌ ପ୍ଲସ୍‌ରେ ପ୍ରସାରିତ ହୋଇଥିବା ରୋମାଣ୍ଟିକ୍‌ ଡ୍ରାମା ସିରିଏଲ୍‌ ” କିସ୍‌ ଦେଶ୍‌ ମେ ହୈ ମେରା ଦିଲ୍‌ ” ଧାରାବାହିକ ଥିଲା ତାଙ୍କର ପ୍ରଥମ ହିନ୍ଦୀ ସିରିଏଲ୍‌।

publive-image

ଏହାପରେ ୨୦୦୯ରେ ଜି ଟିଭିରେ ଆରମ୍ଭ ହୋଇଥିବା ‘ପବିତ୍ର ରିସ୍ତା’ ଧାରାବାହିକରେ ସୁଶାନ୍ତ ‘ମାନବ’ ଚରିତ୍ରରେ ଅଭିନୟ କରି ଅଳ୍ପଦିନର ଭିତରେ ଘରେ ଘରେ ପରିଚିତ ହୋଇପାରିଥିଲେ। ଏହାପରେ ୨୦୧୧ରେ ଧାରାବାହିକ ଛାଡ଼ି ସିଧା ବଲିଉଡ୍‌ରେ ଏଣ୍ଟ୍ରି ମାରିଥିଲେ। ତାଙ୍କର ହ୍ୟାଣ୍ଡସମ୍ ଲୁକ୍‌ ଓ ସୁନ୍ଦର ଅଭିନୟ ପାଇଁ ଖୁବ୍ କମ୍‌ ଦିନରେ ବହୁତ ଲୋକପ୍ରିୟ ହୋଇପାରିଥିଲେ ଏହି ବଲିଉଡ୍‌ ଷ୍ଟାର୍।

Advertisment

୨୦୧୩ରେ ଅଭିଷେକ କାପୁରଙ୍କ ଫିଲ୍ମ ‘କାଇ ପୋ ଛେ’ ମାଧ୍ୟମରେ ବଡ଼ ପରଦାରେ ଏଣ୍ଟ୍ରି ମାରିଥିଲେ ସୁଶାନ୍ତ ସିଂହ ରାଜପୁତ। ଏହି ଫିଲ୍ମଟି ଲେଖକ ଚେତନ ଭଗତଙ୍କର ବହୁ ଲୋକପ୍ରିୟ ଉପନ୍ୟାସ ‘ଥ୍ରୀ ମିଷ୍ଟେକ୍‌ ଇନ୍‌ ମାଇଁ ଲାଇଫ୍‌’ର କାହାଣୀ ଉପରେ ଆଧାରିତ ଥିଲା। ପୁଣି ସେହି ବର୍ଷ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ସହିତ ‘ଶୁଦ୍ଧ ଦେଶୀ ରୋମାନ୍ସ‘ ଫିଲ୍ମରେ ସ୍କ୍ରିନ୍‌ ଶେୟାର କରିଥିଲେ ସୁଶାନ୍ତ। ଏହାପରେ ୨୦୧୪ରେ ଅମିର ଖାନ୍‌ଙ୍କ ଅଭିନୀତ ରାଜକୁମାର ଇରାନୀଙ୍କ ଫିଲ୍ମ ‘ପି.କେ’ରେ ଅନୁଷ୍କାଙ୍କ ବୟ ଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ।

publive-image

କିନ୍ତୁ ଧୋନୀଙ୍କ ଜୀବନ ଉପରେ ଆଧାରିତ ୨୦୧୬ରେ ବଡ଼ ପରଦାକୁ ଆସିଥିବା’ଧୋନୀ ଦି ଅନ୍‌ଟୋଲ୍ଡ ଷ୍ଟୋରୀ’ ଫିଲ୍ମରେ ସେ ଧୋନୀ ଚରିତ୍ରରେ ଅଭିନୟ କରି ରାତାରାତି ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଯାଇଥିଲେ। ଏହି ଫିଲ୍ମ ପାଇଁ ବେଷ୍ଟ ଆକ୍ଟର ଫିଲ୍ମ ଫେୟାର ଆହ୍ୱାର୍ଡ ମଧ୍ୟ ଜିତିଥିଲେ। ପରେ ୨୦୧୮ରେ କମର୍ଶିଆଲ୍ ଫିଲ୍ମ ‘କେଦାରନାଥ’ରେ ବି ଅଭିନୟ କରିଥିଲେ ସୁଶାନ୍ତ। ୨୦୧୯ରେ ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ‘ଛିଛୋରେ’ ଫିଲ୍ମ ତାଙ୍କ ଶେଷ ଫିଲ୍ମ ଥିଲା।

ସୁଶାନ୍ତ ସିଂହ ରାଜପୁତ ବିହାରର ପାଟନାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଭାଇ ନୀରଜ କୁମାର ବବ୍‌ଲୁ ବିହାର ଜଣେ ବିଧାୟକ ମଧ୍ୟ ଅଛନ୍ତି। ସୁଶାନ୍ତଙ୍କ ପରିବାରରେ ତାଙ୍କର ବଡ଼ ଭାଇ ଦୁଇ ଭଉଣୀ ଓ ବାପା ଡ. କେକେ ସିଂହ ଥିଲେ। ତାଙ୍କର ଜଣେ ଭଉଣୀ ମିତୁ ସିଂହ ଜଣେ ଷ୍ଟେଟ୍‌ ଲେବଲ କ୍ରିକେଟର। ୨୦୦୨ ମସିହାରେ ମାତ୍ର ୧୬ ବର୍ଷରେ ସୁଶାନ୍ତ ତାଙ୍କ ମାଆକୁ ହରାଇଥିଲେ। ଏହା ତାଙ୍କ ଜୀବନ ସବୁଠାରୁ ଦୁଃଖଦ ମୁହୂର୍ତ୍ତ ଥିଲା ବୋଲି ଅନେକ ଇଣ୍ଟର୍‌ଭ୍ୟୁରେ କହିଥିଲେ ସୁଶାନ୍ତ।

publive-image

ସୁଶାନ୍ତ ଯେ କେବଳ ଜଣେ ଭଲ ଅଭିନେତା ଥିଲା ତାହା ନୁହେଁ, ସେ ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲେ। ଇଞ୍ଜିନିୟରିଂ ପ୍ରବେଶୀକା ପରୀକ୍ଷାରେ ସାରା ଭାରତରେ ସେ ୭ ନମ୍ବର ରେଙ୍କ୍‌ ହାସଲ କରିଥିଲେ। ଏହାପରେ ଦିଲ୍ଲୀ କଲେଜ୍‌ ଅଫ୍‌ ଇଞ୍ଜିନିୟରିଂରୁ ମେକାନିକାଲରେ ଇଞ୍ଜିନୟରିଂ ଡିଗ୍ରୀ ହାସଲ୍‌ କରିଥିଲେ। ଶୁଶାନ୍ତ ଫିଜିକ୍ସରେ ଓଲିମ୍ପିୟାଡ୍‌ ବିଜେତା ମଧ୍ୟ। ପାଠପଢ଼ା ସାରିବା ପରେ ଶିଆମକ ଡଭାର୍ସ ଡାନ୍ସ କ୍ଲାସ୍‌ ଜଏନ୍‌ କରିଥିଲେ। ପରେ ଆକ୍ଟିଙ୍ଗ୍ ଶିଖିବା ପାଇଁ ବେରୀ ଜୋହନ୍ସରେ ଆକ୍ଟିଂ କ୍ଲାସ୍‌ କରୁଥିଲେ। ଏଥିସହିତ ପାଠପଢ଼ା କ୍ଷେତ୍ରରେ ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରୁଥିଲେ ସୁଶାନ୍ତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe