Advertisment

ଗିରଫ ହେଲେ ଟାଇଗର୍ !

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରୋଫ୍‌ଙ୍କୁ ପୁଲିସ୍‌ ଗିରଫ କରିଛି। ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଥିବା ଏକ ଫଟୋରୁ ଏହା ଜଣାପଡ଼ୁଛି। ଏହି ଫଟୋରେ ଟାଇଗର୍‌ ପୁଲିସ୍ ଜିପ୍‌ରେ ବସିଛନ୍ତି ଓ ପୁଲିସ୍‌ ତାଙ୍କ ହାତରେ ହାତକଡ଼ି ପିନ୍ଧାଉଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ପ୍ରଥମେ ଚକିତ ହୋଇଯାଇଥିଲେ। ତେବେ ଏହି ଫଟୋ ପଛର କାହାଣୀ କିଛି ଅଲଗା। https://www.instagram.com/p/B7AQVk0h9Fa/?utm_source=ig_web_copy_link ବାସ୍ତବରେ ଏହି ଫଟୋଟି ଶୁଟିଂ ସେଟ୍‌ର। ତାଙ୍କ ଅପ୍‌କମିଂ ଫିଲ୍ମ […]

ଅଦ୍ୟତନ ହୋଇଛି
ଗିରଫ ହେଲେ ଟାଇଗର୍ !

tiger

Advertisment

ମୁମ୍ବାଇ: ବଲିଉଡ୍‌ ଅଭିନେତା ଟାଇଗର୍‌ ଶ୍ରୋଫ୍‌ଙ୍କୁ ପୁଲିସ୍‌ ଗିରଫ କରିଛି। ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଥିବା ଏକ ଫଟୋରୁ ଏହା ଜଣାପଡ଼ୁଛି। ଏହି ଫଟୋରେ ଟାଇଗର୍‌ ପୁଲିସ୍ ଜିପ୍‌ରେ ବସିଛନ୍ତି ଓ ପୁଲିସ୍‌ ତାଙ୍କ ହାତରେ ହାତକଡ଼ି ପିନ୍ଧାଉଥିବା ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖି ତାଙ୍କ ଫ୍ୟାନ୍‌ମାନେ ମଧ୍ୟ ପ୍ରଥମେ ଚକିତ ହୋଇଯାଇଥିଲେ। ତେବେ ଏହି ଫଟୋ ପଛର କାହାଣୀ କିଛି ଅଲଗା।

Advertisment

https://www.instagram.com/p/B7AQVk0h9Fa/?utm_source=ig_web_copy_link

ବାସ୍ତବରେ ଏହି ଫଟୋଟି ଶୁଟିଂ ସେଟ୍‌ର। ତାଙ୍କ ଅପ୍‌କମିଂ ଫିଲ୍ମ ‘ବାଗୀ ୩’ର ଏହା ଏକ ସିନ୍‌। ଏହି ଫଟୋଟିକୁ ଟାଇଗର୍‌ଙ୍କ ଫ୍ୟାନ୍‌କ୍ଲବ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଛନ୍ତି, ଯାହା ଭାଇରାଲ୍‌ ହୋଇଛି। ଏହି ଫଟୋକୁ ତାଙ୍କ ଫ୍ୟାନ୍‌ମାନେ ଲାଇକ୍ କରିବା ସହିତ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।

https://www.instagram.com/p/B6-bWcAhKek/?utm_source=ig_web_copy_link

ସୂଚନାଯୋଗ୍ୟ, ଏହି ଫିଲ୍ମଟି ୨୦୧୬ରେ ଆସିଥିବା ଫିଲ୍ମ ‘ବାଗୀ’ର ତୃତୀୟ ପାର୍ଟ। ଏଥିରେ ମଧ୍ୟ ପ୍ରଥମ ଫିଲ୍ମ ପରି ଟାଇଗର୍‌ ଓ ଶ୍ରଦ୍ଧା କପୁର ଲିଡ୍‌ ରୋଲ୍‌ରେ ଅଛନ୍ତି। ସେମାନଙ୍କ ବ୍ୟତୀତ ଫିଲ୍ମରେ ରିତେଶ ଦେଶମୁଖ, ଅଙ୍କିତା ଲୋଖଣ୍ଡେ ଓ ଚଙ୍କି ପାଣ୍ଡେ  ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଅହ୍‌ମଦ୍ ଖାନ୍ ଏହାର ନିର୍ଦ୍ଦେଶନା ଦେଉଛନ୍ତି।  ଫିଲ୍ମଟି ମାର୍ଚ୍ଚ ୭ରେ ରିଲିଜ୍‌ ହେବ। ଏହି ଫିଲ୍ମର ଦ୍ୱିତୀୟ ପାର୍ଟ ‘ବାଗୀ ୨’ରେ ଟାଇଗର୍‌ଙ୍କ ସହ ଦିଶା ପଟାନୀ ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe