Advertisment

ଠକାମୀରେ ପଡ଼ିଲେ ବଲିଉଡ୍‌ ଅଭିନେତା ବିବେକ ଓବରୋୟ

ସେ ପ୍ରାୟ ୧.୫୫ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ୩ ଜଣଙ୍କ ନାମରେ ସେ ଏହି ଅଭିଯୋଗ ଆଣିଛନ୍ତି।

author-image
Niranjan Mishra
ଅଦ୍ୟତନ ହୋଇଛି
Bollywood actor Vivek Oberoi

Bollywood actor Vivek Oberoi

ଠକାମୀରେ ପଡ଼ିଲେ ବଲିଉଡ୍‌ ଅଭିନେତା ବିବେକ ଓବରୋୟ। ସେ ପ୍ରାୟ ୧.୫୫ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ୩ ଜଣଙ୍କ ନାମରେ ସେ ଏହି ଅଭିଯୋଗ ଆଣିଛନ୍ତି। ଏକ ଫିଲ୍ମ କରିବାକୁ ସେମାନେ ଏହି ଟଙ୍କା ନେଇଥିଲେ ଓ ଭଲ ଲାଭ ମିଳିବ ବୋଲି କହି ଠକେଇ କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ମହାରାଷ୍ଟ୍ରର ଅନ୍ଧେରି ଇଷ୍ଟ ଅନ୍ତର୍ଗତ ଏମ୍‌ଆଇଡିସି ଥାନାରେ ଏତଲା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Advertisment

ଅଭିଯୁକ୍ତ ତାଲିକାରେ ଜଣେ ଫିଲ୍ମ ନିର୍ମାତା ଅଛନ୍ତି। ଯିଏକି ତାଙ୍କୁ ଫିଲ୍ମରେ ଟଙ୍କା ନିବେଶ ନିମନ୍ତେ କହିଥିଲେ। ସେ ପ୍ରାୟ ୧.୫୫ କୋଟି ଟଙ୍କା ଏଥିନିମନ୍ତେ ଦେଇଥିବା ବେଳେ ଅଭିଯୁକ୍ତମାନେ ଏହାକୁ ନିଜ ବ୍ୟବହାରରେ ଖର୍ଚ୍ଚ କରିଦେଇଛନ୍ତି। ଏହି ଫିଲ୍ମ ନିର୍ମାଣରେ ବିବେକଙ୍କ ପତ୍ନୀ ମଧ୍ୟ ଜଣେ ପାଟନର ହୋଇଥିଲେ।

Bollywood News Bollywood