Advertisment

ବାହା ହେଲେ ଅଦିତି ଓ ସିଦ୍ଧାର୍ଥ

ଅଦିତି ଓ ସିଦ୍ଧାର୍ଥ ପ୍ରାୟ ୩ ବର୍ଷ ହେଲା ରିଲେସନ୍‌ଶିପ୍‌ରେ ଥିଲେ।

Aditi and Sidharth

Aditi and Sidharth

Advertisment

ବାହା ହେଲେ ଅଭିନେତ୍ରୀ ଅଦିତି ରାଓ ହୈଦରୀ ଓ ଅଭିନେତା ସିଦ୍ଧାର୍ଥ। ଗତ ମଙ୍ଗଳବାର ତେଲଙ୍ଗାନାର ଶ୍ରୀରଙ୍ଗପୁର ସ୍ଥିତ ଶ୍ରୀ ରଙ୍ଗନାୟକସ୍ୱାମୀ ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଛି। ପରିବାର ଲୋକ ଓ ଘନିଷ୍ଠ ବନ୍ଧୁମାନଙ୍କ ଉପସ୍ଥିତିରେ ସେମାନଙ୍କ ବିବାହ ହୋଇଥିଲା। ଏହି ବିବାହ ନେଇ ଖୁବ୍‌ଶୀଘ୍ର ଉଭୟ ଆନୁଷ୍ଠାନିକ ଭାବେ ଘୋଷଣା କରିବେ ବୋଲି ଜଣାପଡ଼ିଛି।

Advertisment

ଅଦିତି ଓ ସିଦ୍ଧାର୍ଥ ପ୍ରାୟ ୩ ବର୍ଷ ହେଲା ରିଲେସନ୍‌ଶିପ୍‌ରେ ଥିଲେ। ୨୦୨୧ରେ ଉଭୟ ତାମିଲ ଓ ତେଲୁଗୁ ଭାଷାରେ ନିର୍ମିତ ଫିଲ୍ମ ‘ମହା ସମୁଦ୍ରମ୍’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ କାମ କରିବା ସମୟରେ ସେମାନେ ପରସ୍ପରକୁ ଡେଟ୍ କରୁଥିଲେ। ତେବେ ସେତେବେଳେ ଏ ବିଷୟରେ କେହି ଜାଣିପାରି ନଥିଲେ। କିନ୍ତୁ ପରେ ପରେ ସେମାନଙ୍କୁ ବିଭିନ୍ନ ଫିଲ୍ମର ପ୍ରିମିୟର ଶୋ’, ପୁରସ୍କାର ଉତ୍ସବ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳିଥିଲା। ଏହା ପରେ ସେମାନଙ୍କ ସଂପର୍କକୁ ନେଇ ଚର୍ଚ୍ଚା ହୋଇଥିଲା। ଅଦିତି ପୂର୍ବରୁ ଅଭିନେତା ସତ୍ୟଦୀପ ମିଶ୍ରାଙ୍କୁ ବିବାହ କରିଥିଲେ।

ସିଦ୍ଧାର୍ଥଙ୍କୁ ଶେଷ ଥର ପାଇଁ ତାମିଲ ଫିଲ୍ମ ‘ଚିତା’ରେ ଦେଖିଥିଲେ ଦର୍ଶକ। ଫିଲ୍ମଟି ବେଶ୍ ପ୍ରଶଂସିତ ହୋଇଥିଲା। ଅନ୍ୟପକ୍ଷରେ ଅଦିତିଙ୍କୁ ଶେଷ ଥର ପାଇଁ ତାମିଲ ଫିଲ୍ମ ‘ହେ ସିନାମିକା’ରେ ଦେଖିବାକୁ ମିଳିଥିଲା। ଆଗକୁ ଅଦିତିଙ୍କୁ ସଞ୍ଜୟ ଲୀଲା ଭଂଶାଲିଙ୍କ ଫିଲ୍ମ ‘ହୀରାମଣ୍ଡି’ରେ ଦେଖିବାକୁ ପାଇବେ ଦର୍ଶକ। ତାଙ୍କର ଆଉ ଦୁଇଟି ଫିଲ୍ମ ମଧ୍ୟ ଆଗକୁ ଆସିବ। ସେଗୁଡ଼ିକ ହେଉଛି- Gandhi Talks ଓ Lioness।

Advertisment
Siddharth Aditi Rao
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe