Advertisment

ଓଲିଉଡ୍‌ କଳିରେ ଏଣ୍ଟ୍ରୀ ମାରିଲେ ନରସିଂହ; ନାପସନ୍ଦ କଲେ କଳାକାର ଓ ରାଜନେତା

ଆଜି ପୁଣି ବିଷ ଉଦଗାରିଛନ୍ତି ଅଭିନେତା ମନୋଜ। କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର। ମୁଁ ଜଣେ ଓଡ଼ିଆ। ମୋତେ ବ୍ୟାନ କରିଥିବା ଟୁଟୁ ନାୟକଙ୍କୁ ମୁଁ ନିଜ ଆଡୁ ବ୍ୟାନ୍ କରୁଛି। ଟୁଟୁ ନାୟକଙ୍କ ଚକ୍କରରେ ଅନୁଭବ ଓ ଅରିନ୍ଦମ ପଡ଼ିଥିବା କହିଛନ୍ତି ମନୋଜ।

Narasingha

Narasingha

Advertisment

ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରୀରେ ପଶିଲା ପଲିଟିକ୍ସ। ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ ବିବାଦରେ ବଲାଙ୍ଗିର ବିଧାୟକଙ୍କ ଏଣ୍ଟ୍ରି। ନିଆଁରେ ଘିଅ ଢାଳିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର। ବ୍ୟାନକୁ ପ୍ରତ୍ୟାହାର ନକଲେ ଓଡ଼ିଶା ଦୁଇ ଫାଳ ହେବ ବୋଲି ଚେତାବନୀ ଦେଲେ।

Advertisment

ଅବସର ଥିଲା ବଲାଙ୍ଗିର ଭରସୁଜାର ଛେଲିଆପାଟ୍ ଉତ୍ସବ। ନରସିଂହଙ୍କ ଡାହାଣରେ ଥିଲେ ବିବାଦର ଚକ୍ରବ୍ୟୁହରେ ଫସିଥିବା ଅଭିନେତା ମନୋଜ ମିଶ୍ର। ବାମ ପାଖରେ ଥିଲେ ମନ୍ତ୍ରୀ ରୀତା ସାହୁ। ଉଭୟଙ୍କ ମଝିରେ ଛିଡ଼ା ହୋଇ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ମନ୍ତବ୍ୟ ଦେଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଆଜି ମଧ୍ୟ ସେହି ବୟାନରେ କାୟମ୍‌ ରହି, ବିଭିନ୍ନ ପ୍ରସଙ୍ଗ ଓ ପ୍ରକଳ୍ପ କଥା ଉଠାଇ, ଓଡ଼ିଶା ଭାଗ ଭାଗ ହେଲେ ସରକାର ଦାୟୀ ରହିବେ ବୋଲି କହିଥିଲେ। ନରସିଂହଙ୍କ ମନ୍ତବ୍ୟକୁ ନାପସନ୍ଦ କରିଥିଲେ ମନ୍ତ୍ରୀ ରୀତା ସାହୁ।

ସେପଟେ ଆଜି ପୁଣି ବିଷ ଉଦଗାରିଛନ୍ତି ଅଭିନେତା ମନୋଜ। କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର। ମୁଁ ଜଣେ ଓଡ଼ିଆ। ମୋତେ ବ୍ୟାନ କରିଥିବା ଟୁଟୁ ନାୟକଙ୍କୁ ମୁଁ ନିଜ ଆଡୁ ବ୍ୟାନ୍ କରୁଛି। ଟୁଟୁ ନାୟକଙ୍କ ଚକ୍କରରେ ଅନୁଭବ ଓ ଅରିନ୍ଦମ ପଡ଼ିଥିବା କହିଛନ୍ତି ମନୋଜ। ତା’ସହ ଏହି ବିବାଦର ଆପୋଷ ସମାଧାନ ପାଇଁ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ପ୍ରସ୍ତାବକୁ ସମାଲୋଚନା କରି ଆଜି ଯାଏଁ ସେ କେଉଁଠି ଥିଲେ ବୋଲି ପଚାରିଛନ୍ତି। କିନ୍ତୁ ନରସିଂହଙ୍କ ଓଡ଼ିଶା ଦୁଇ ଫାଳ ମନ୍ତବ୍ୟ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼ାଇ, ପ୍ରେସ କନଫରେନସରୁ ଉଠି ପଳାଇଥିଲେ ମନୋଜ ମିଶ୍ର।

Advertisment

ତେଣେ ଓଲିଉଡ୍‌ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡ଼ିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ। ସେହିପରି ସଞ୍ଜୟ ନାୟକ ମଧ୍ୟ ରାଜନୀତି ନପୂରାଇବାକୁ କହିଛନ୍ତି। ସିନେ ସମୀକ୍ଷକ ମଧ୍ୟ ସମାନ ମତ ରଖି ବ୍ୟାନ ପଦକ୍ଷେପକୁ ନାପସନ୍ଦ କରିଛନ୍ତି। ତୁରନ୍ତ କଳି ତୁଟାଇବାକୁ ଅପିଲ୍‌ କହିଛନ୍ତି।

କୁହାଯାଉଛି, ଓଡ଼ିଆ ଫିଲ୍ମ ‘ରାମ୍‌’ର ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ମନୋଜଙ୍କ ବିବାଦ ରହିଥିଲା। ସେହି ବିବାଦ ଭିତରେ ସମ୍ବଲପୁରରେ ରିଲିଜ ହୋଇଥିବା ଫିଲ୍ମ ରାମକୁ ବିରୋଧ ପଛରେ ମନୋଜଙ୍କ ହାତ ଥିବା ଅଭିଯୋଗ କରି ବ୍ୟାନ ଘୋଷଣା କରିଥିଲେ କେତେକ ପ୍ରଯୋଜକ। ତା’ପରଠୁ ତେଜିଛି ବିବାଦ। ଓଡ଼ିଆ ସିନେ ଶିଳ୍ପର ସଙ୍କଟ ସମୟରେ ଓଲିଉଡ୍‌ରେ ଉଠିଥିବା ଏହି ଝଡ଼କୁ ନେଇ ଏବେ ନାନା ଚର୍ଚ୍ଚା।

Entertainment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe