ସୁଶାନ୍ତଙ୍କ ମା’ଙ୍କ ଫଟୋ ଶେଆର କରି ଏମିତି ଲେଖିଲେ ଅଙ୍କିତା

ମୁମ୍ବାଇ: ଆଉ ଦିନ କେଇଟା ପରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ହୋଇଯିବ। ତାଙ୍କ ମୃତ୍ୟୁ ଉପରେ ଏଯାଏ ରହସ୍ୟ ହଟିନି। ଅନ୍ୟପକ୍ଷରେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ। ଆଉ ଏଭଳି ସ୍ଥିତିରେ ସୁଶାନ୍ତଙ୍କ ପରିବାର ସହିତ ଛିଡ଼ା ହୋଇଥିବା ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏକ ଇମୋସ୍‌ନାଲ୍‌ ପୋଷ୍ଟ କରିଛନ୍ତି। ସେ ସୁଶାନ୍ତ ସିଂହ ରାଜପୁତଙ୍କ ସ୍ୱର୍ଗତ ମାଆଙ୍କ ଫଟୋକୁ ଧରି ଛିଡ଼ା ହୋଇଥିବାର ଏକ ଏକ […]

sushant

sushant

Biswobandita Swain
  • Published: Saturday, 08 August 2020
  • Updated: 08 August 2020, 11:29 AM IST

Sports

Latest News

ମୁମ୍ବାଇ: ଆଉ ଦିନ କେଇଟା ପରେ ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ଦୁଇ ମାସ ହୋଇଯିବ। ତାଙ୍କ ମୃତ୍ୟୁ ଉପରେ ଏଯାଏ ରହସ୍ୟ ହଟିନି। ଅନ୍ୟପକ୍ଷରେ ପ୍ରତିଦିନ ଆସୁଛି ନୂଆ ନୂଆ ତଥ୍ୟ। ଆଉ ଏଭଳି ସ୍ଥିତିରେ ସୁଶାନ୍ତଙ୍କ ପରିବାର ସହିତ ଛିଡ଼ା ହୋଇଥିବା ତାଙ୍କର ପୂର୍ବତନ ଗର୍ଲଫ୍ରେଣ୍ଡ ଅଙ୍କିତା ଲୋଖଣ୍ଡେ ଏକ ଇମୋସ୍‌ନାଲ୍‌ ପୋଷ୍ଟ କରିଛନ୍ତି। ସେ ସୁଶାନ୍ତ ସିଂହ ରାଜପୁତଙ୍କ ସ୍ୱର୍ଗତ ମାଆଙ୍କ ଫଟୋକୁ ଧରି ଛିଡ଼ା ହୋଇଥିବାର ଏକ ଏକ ଫଟୋ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେଆର କରିଛନ୍ତି।

ଏହି ଫଟୋ ଶେଆର କରି ଅଙ୍କିତା କ୍ୟାପସନ୍‌ରେ ଲେଖିଛନ୍ତି, ବିଶ୍ୱାସ, ଆପଣ ଦୁଇ ଜଣ ଏକାଠି ଥିବେ। ଅଙ୍କିତାଙ୍କର ଏହି ପୋଷ୍ଟରେ ତାଙ୍କ ପ୍ରଶଂସକମାନେ ଢେର୍‌ କମେଣ୍ଟ କରିଛନ୍ତି। କିଛି ଲୋକ ଅଙ୍କିତା ସୁଶାନ୍ତଙ୍କୁ ନ୍ୟାୟ ଦେବାପାଇଁ ଯେଉଁଭଳି ଢଙ୍ଗରେ ଆଗକୁ ଆସିଛନ୍ତି, ତାହା ନିଶ୍ଚୟ ଏକ ପ୍ରଶଂସନୀୟ କାମ। ଏମିତି ଝିଅଙ୍କ ସଂଖ୍ୟା କମ୍‌ ବୋଲି କିଛି ଲୋକ କମେଣ୍ଟ କରିଥିବା ବେଳେ ଆଉ କିଛି ଲୋକ ସୁଶାନ୍ତ ସିଂହ ରାଜପୁତ ଯଦିଓ ତାଙ୍କ ପାଖରେ ନାହାନ୍ତି ତଥାପି ସେ ତାଙ୍କ ସ୍ମୃତିକୁ ସବୁବେଳେ ମନରେ ସାଇତି ରଖନ୍ତୁ ବୋଲି ପ୍ରତିକ୍ରିୟା ଦେଇଛନ୍ତି।

https://www.instagram.com/p/CDl_LCIBC5K/?utm_source=ig_web_copy_link

ସୂଚନାଯୋଗ୍ୟ, ସୁଶାନ୍ତ ସିଂହ ରାଜପୁତଙ୍କ ମାଆ ଉଷା ସିଂହଙ୍କ ନିଧନ ୨୦୦୨ରେ ହୋଇଥିଲା। ତାଙ୍କ ମାଆଙ୍କ ନିଧନ ସମୟରେ ସୁଶାନ୍ତ ପୂରା ଭାଙ୍ଗିପଡ଼ିଥିଲେ। ସେତେବେଳକୁ ତାଙ୍କୁ ୧୬ ବର୍ଷ ହୋଇଥିଲା। ବଞ୍ଚିଥିବା ବେଳେ ସୁଶାନ୍ତ ଅନେକ ସମୟରେ ତାଙ୍କ ମା’ଙ୍କୁ ମନେ ପକାଇ ବିଭିନ୍ନ ପ୍ରକାର ପୋଷ୍ଟ କରୁଥିଲେ।

 

,

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos