Advertisment

କବିତା ଲେଖି ବାବୁସାନ୍‌‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମାଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଖୁବ୍‌ ସୁନ୍ଦର ଏ ଜୀବନ , ସୁନ୍ଦର ଏ ପୃଥିବୀ। ଏକା ଭାବି ଜୀବନ ଯୁଦ୍ଧରେ ଯିବୁନି ତୁ କେବେ ହାରି। ଲକ୍ଷେ ଅଭି‌ଜ୍ଞତା ଲକ୍ଷେ ଅନୁଭବ, ହେଇ ଲକ୍ଷେ ସୈନିକ ରୂପ ଧାରୀ। ରହିଛନ୍ତି ତତେ ଧରି।‘ ଏ କବିତା ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ପାଇଁ। ଆଜି ବାବୁସାନ୍‌ଙ୍କ ଜନ୍ମଦିନରେ ମାଆ ଅପରାଜିତା ମହାନ୍ତି ଏହି କବିତା ମାଧ୍ୟମରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ୧୯୮୯ ମସିହା ଜୁଲାଇ ୩୦ ତାରିଖ ଦିନ […]

କବିତା ଲେଖି ବାବୁସାନ୍‌‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମାଆ

babushan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଖୁବ୍‌ ସୁନ୍ଦର ଏ ଜୀବନ , ସୁନ୍ଦର ଏ ପୃଥିବୀ। ଏକା ଭାବି ଜୀବନ ଯୁଦ୍ଧରେ ଯିବୁନି ତୁ କେବେ ହାରି। ଲକ୍ଷେ ଅଭି‌ଜ୍ଞତା ଲକ୍ଷେ ଅନୁଭବ, ହେଇ ଲକ୍ଷେ ସୈନିକ ରୂପ ଧାରୀ। ରହିଛନ୍ତି ତତେ ଧରି।‘ ଏ କବିତା ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ପାଇଁ। ଆଜି ବାବୁସାନ୍‌ଙ୍କ ଜନ୍ମଦିନରେ ମାଆ ଅପରାଜିତା ମହାନ୍ତି ଏହି କବିତା ମାଧ୍ୟମରେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।

Advertisment

୧୯୮୯ ମସିହା ଜୁଲାଇ ୩୦ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ବାବୁସାନ୍‌। ୨୦୦୯ରେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ରୋମିଓ ଦ ଲଭର୍‌ ବୟ’ ଫିଲ୍ମ ମାଧ୍ୟମରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ପାଖାପାଖି ୫୦ଟି ଫିଲ୍ମରେ କାମ କରିଛନ୍ତି ବାବୁ।

https://www.instagram.com/p/CDPJFXEJLp8/?utm_source=ig_web_copy_link

ଆଜି ବାବୁସାନ୍‌ଙ୍କ ଜନ୍ମଦିନ ଅବସରରେ କେବଳ ତାଙ୍କ ମାଆ ଅପରାଜିତା ନୁହନ୍ତି ଅନ୍ୟ ଓଲିଉଡ୍‌ କଳାକାର ମାନେ ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଅଭିନେତ୍ରୀ ପ୍ରକୃତି ମିଶ୍ର ତାଙ୍କ ଇନ୍‌ଷ୍ଟାଗ୍ରାମରେ ବାବୁସାନ୍‌ଙ୍କର ଏକ ଫଟୋ ଶେଆର କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେବା ସହ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି।

Advertisment

ଅଭିନେତ୍ରୀ ଭୂମିକା ଦାସ ମଧ୍ୟ ତାଙ୍କ ସହ ଏକ ଭିଡ଼ିଓ ଶେଆର କରି ଲେଖିଛନ୍ତି, ‘ହିରୋ ନଂ-୧’ରୁ ‘ଶ୍ରୀମାନ୍‌ ସୁରଦାସ’ର ଏତ ଅତୁଳନୀୟ ଯାତ୍ରା ତୁମ ସହ। ଜଣେ ଦକ୍ଷ, ପରିଶ୍ରମୀ କଳାକାର ତୁମେ, ଅନେକ ଯୁବ କଳାକାରଙ୍କ ପାଇଁ ତୁମେ ଏକ ପ୍ରେରଣା। ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା।

ସେହିପରି ଅଭିନେତ୍ରୀ ଶୀତଲ୍‌ ପାତ୍ର ମଧ୍ୟ ଇନ୍‌ଷ୍ଟାଗ୍ରାମରେ ବାବୁସାନ୍‌ଙ୍କ ସହ ଏକ ଫଟୋ ଶେଆର କରି ତାଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ତାଙ୍କ ସହ ଡେବ୍ୟୁ ଫିଲ୍ମ କରି ବହୁତ କିଛି ଶିଖିଥିବାର ଲେଖିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe