ବାପା ହେବାକୁ ଚାହୁଁନଥିଲେ ଅନୁଭବ, ରାତିସାରା ବେଡ୍‌ରେ କାନ୍ଦୁଥିଲେ ବର୍ଷା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାତ ଧରି ଚାଲିବାକୁ କଥା ଦେଇଥିଲେ, କିନ୍ତୁ ସମୟ ବଦଳିବା ସହ ତାଙ୍କ ଭିତରେ କିଛି ନଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବର୍ଷା। ଏସ୍‌ଡିଜିଏମ କୋର୍ଟରେ ପାରିବାରିକ ହିଂସା ନିରୋଧ ଆଇନ ଅନୁଯାୟୀ ଦାୟର କରିଛନ୍ତି ଏଭଳି କିଛି ସଙ୍ଗୀନ ଅଭିଯୋଗ ସମ୍ବଳିତ ଏକ ମୋକଦ୍ଦମା। ଏହି ଅଭିଯୋଗ ଗତ ଅଗଷ୍ଟ ମାସ ୭ ତାରିଖରେ […]

Barsa

Barsa

Subrat Kumar Nayak
  • Published: Saturday, 05 September 2020
  • Updated: 05 September 2020, 06:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହାତ ଧରି ଚାଲିବାକୁ କଥା ଦେଇଥିଲେ, କିନ୍ତୁ ସମୟ ବଦଳିବା ସହ ତାଙ୍କ ଭିତରେ କିଛି ନଥିବା ଅଭିଯୋଗ ଆଣିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବର୍ଷା। ଏସ୍‌ଡିଜିଏମ କୋର୍ଟରେ ପାରିବାରିକ ହିଂସା ନିରୋଧ ଆଇନ ଅନୁଯାୟୀ ଦାୟର କରିଛନ୍ତି ଏଭଳି କିଛି ସଙ୍ଗୀନ ଅଭିଯୋଗ ସମ୍ବଳିତ ଏକ ମୋକଦ୍ଦମା। ଏହି ଅଭିଯୋଗ ଗତ ଅଗଷ୍ଟ ମାସ ୭ ତାରିଖରେ ଅଣାଯାଇଥିଲା ଏବଂ ଆସନ୍ତା ୭ ତାରିଖରେ ଏହାର ଶୁଣାଣି ରହିଛି।

Domestic violence case slapped against MP Anubhav Mohanty by actor wife  Barsha Priyadarshini

ସିନେମା ନୁହେଁ, ସତରେ ଏମିତି ଘଟୁଥିବା ନେଇ ଅଭିଯୋଗ ଆଣିଛନ୍ତି ଓଲିଉଡ୍ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ୮ ପୃଷ୍ଠା ସମ୍ବଳିତ ପିଟିସନରେ ବହୁ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଏଥିରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ହିନ୍ଦୁ ରୀତିନୀତି ଅନୁଯାୟୀ ୮.୨.୨୦୧୪ରେ ବର୍ଷା ଓ ଅନୁଭବଙ୍କର ବାହାଘର ହୋଇଥିଲା। ବର୍ଷାଙ୍କୁ ବାହା ହେବା ପାଇଁ ଅନୁଭବ ବହୁ ହରକତ କରିଥିଲେ। ବାହା ହେବାକୁ ରାଜି ନହେଲେ ଆତ୍ମହତ୍ୟା କରିଦେବେ କହୁଥିଲେ। ଏମିତିକି ହାତ କାଟିଦେବା ସହ ଛୁରିରେ ଛାତି ଚିରି ରକ୍ତ ବୁହାଉଥିଲେ। ଏଭଳି ସ୍ଥିତି ପରେ ବାଧ୍ୟ ହୋଇ ଦୀର୍ଘ ୬ ବର୍ଷ ପରେ ବର୍ଷାଙ୍କ ପରିବାର ଲୋକ ରାଜି ହୋଇଥିଲେ। ବାହାଘରେ ପରେ ବଦଳିଥିଲା ଅନୁଭବଙ୍କ ହାବଭାବ। ଏଥିରେ ଅନୁଭବ ବହୁ ନାରୀଙ୍କ ସହ ସମ୍ପର୍କ ରଖୁଥିବା ଏବଂ ସେ ଜଣେ ହୃଦୟହୀନ ମଣିଷ ବୋଲି କହିଛନ୍ତି।

ଶେଷରେ ୮.୨.୨୦୧୪ରେ ଉଭୟଙ୍କର ଆରେଞ୍ଜଡ୍ ମ୍ୟାରେଜ ହୋଇଥିଲା। ବାହାଘର ବେଳେ ପ୍ରାୟ ୫୦ ଲକ୍ଷ ଟଙ୍କାର ଜିନିଷପତ୍ର ଦିଆଯାଇଥିଲା। ବାହାଘର ପରେ ଉଭୟ ମିଶି ଏକାଧିକ ଫିଲ୍ମରେ ଅଭିନୟ କରିଥିଲେ। ତେବେ ପାରିଶ୍ରମିକ ବାବଦକୁ ବର୍ଷାଙ୍କୁ ଟଙ୍କାଟିଏ ବି ମିଳିନଥିଲା। ଟଙ୍କାଟିଏ ବି ନଦେଇ ଅନୁଭବ ଏମିତି ଅତ୍ୟାଚାର ଆରମ୍ଭ କରିଥିଲେ ବୋଲି ବର୍ଷା ଅଭିଯୋଗ କରିଛନ୍ତି।

Barsha Priyadarshini moves court against Anubhav Mohanty - Update Odisha

ବର୍ଷା ଏହି ଅଭିଯୋଗରେ ଦର୍ଶାଇଛନ୍ତି, ଅନୁଭବ ଜଣେ ‘ପ୍ରଫେସନାଲ ଡ୍ରଙ୍କର’। ମଦ ପିଇଥିବାବେଳେ ହିତାହିତ ଜ୍ଞାନ ଭୁଲିଯା’ନ୍ତି ବୋଲି ବର୍ଷା ଅଭିଯୋଗରେ ଦର୍ଶାଇଛନ୍ତି। ନିଶାସକ୍ତ ଅବସ୍ଥାରେ ଅଶାଳୀନ ଭାଷାରେ ଗାଳିଗୁଲଜ କରିବା ସହ ହାତ ଓ ଲାଠିରେ ମାଡ଼ ମାରିଥା’ନ୍ତି। ଏସବୁ ସତ୍ତ୍ୱେ ଦୁଇ ପରିବାରର ସମ୍ମାନକୁ ଆଖି ଆଗରେ ରଖି ଚୁପ୍ ବସିଥିଲେ ବର୍ଷା।

ଦୁହେଁ ଓଡ଼ିଆ ଫିଲ୍ମ ଜଗତରେ ସୁପରଷ୍ଟାର ହୋଇଥିବାରୁ ସମ୍ମାନକୁ ଜଗି ଚୁପ ରହୁଥିଲେ ବୋଲି ବର୍ଷା ଲେଖିଛନ୍ତି। ବର୍ଷା ଅଭିଯୋଗ କରିଛନ୍ତି, ଅନୁଭବ ଏବଂ ତାଙ୍କ ପରିବାର ଲୋକେ ବର୍ଷାଙ୍କୁ ନର୍କର କୀଟ ଭଳି ବ୍ୟବହାର କରୁଥିଲେ। ସବୁବେଳେ ବର୍ଷାଙ୍କୁ ପରିବାର ଏବଂ ସମାଜରେ ନୀଚ୍ଚ ସ୍ତରରେ ରଖିବାକୁ ପ୍ରୟାସ କରାଯାଉଥିଲା। କିନ୍ତୁ ଈଶ୍ୱରଙ୍କ ଆଶୀର୍ବାଦ ବଳରେ ବର୍ଷା ଉଭୟ ସିନେମା ଏବଂ ସମାଜରେ ଉପରକୁ ଉଠିଥିବା କହିଛନ୍ତି।

ସବୁଠାରୁ ବଡ଼ ଅଭିଯୋଗ ସ୍ୱରୂପ ଲେଖିଛନ୍ତି, ବର୍ଷା ‘ଫ୍ୟୁଚର ଜେନେରେସନ୍’ ବା ‘ପର ପିଢ଼ି’ ପାଇଁ ଇଚ୍ଛୁକ ଥିଲେ ଅର୍ଥାତ ସେ ମା’ ହେବାକୁ ଚାହୁଁଥିଲେ। କିନ୍ତୁ ଅନୁଭବ ଡେରି ରାତି ଯାଏ ମଦ୍ୟପାନ କରୁଥିଲେ। ଫଳରେ ବର୍ଷା କାନ୍ଦି କାନ୍ଦି ଶୋଇପଡ଼ିବାକୁ ବାଧ୍ୟ ହେଉଥିଲେ। ବର୍ଷା ଅନୁଭବଙ୍କୁ ଡିନର ବା ରାତ୍ର ଭୋଜନ ପାଇଁ ଅପେକ୍ଷା କରୁଥିବାବେଳେ ଅନୁଭବ ମଦ ପିଇ ଘରକୁ ଫେରନ୍ତି ଏବଂ ଅସାମାଜିକଙ୍କ ଭଳି ବ୍ୟବହାର କରନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏପରିକି କିଛି ଥର ତାଙ୍କୁ ଗୋଇଠା ମାରି ଘରୁ କାଢ଼ି ଦେଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ଏପରିକି ବର୍ଷାଙ୍କ ମା’ ଏବଂ ଦୁଇ ଭଉଣୀ ଅନୁଭବଙ୍କ ପରିବାରକୁ ବୁଝାଇ ଏହାର ସମାଧାନ ପାଇଁ ପ୍ରୟାସ କରିଥିଲେ। କିନ୍ତୁ ଅନୁଭବ ମଦ ଛାଡ଼ିଦେବେ ବୋଲି କହିଥିଲେ ମଧ୍ୟ ଏହା ପରବର୍ତ୍ତୀ ମୁହୂର୍ତ୍ତରେ କଥା ରଖିନଥିଲେ।

୨୦୧୪ରେ ରାଜ୍ୟସଭା ସାଂସଦ ଏବଂ ୨୦୧୯ରେ ଲୋକସଭା ସାଂସଦ ହେବାପରେ ମଧ୍ୟ କିଛି ବଦଳିନଥିଲା। ଏପରିକି କୋଭିଡ୍‌ ଜନିତ ଲକଡାଉନ୍‌ ପୂର୍ବରୁ ଗତ ମାର୍ଚ୍ଚ ୩ ତାରିଖରେ ବର୍ଷା ଅନୁଭବଙ୍କ ସହ ଦିଲ୍ଲୀ ଯିବାର ଥିଲା। କିନ୍ତୁ ବର୍ଷାଙ୍କୁ ନଜଣାଇ ଅନୁଭବ ଏବଂ ତାଙ୍କ ପରିବାର ହଠାତ ଦିଲ୍ଲୀ ଚାଲିଯାଇଥିବା ଏହି ଅଭିଯୋଗରେ ଦର୍ଶାଯାଇଛି। ଏହାଫଳରେ ଲକଡାଉନ୍‌ ସମୟରେ ୨୫ ମେ’ ପର୍ଯ୍ୟନ୍ତ ଅନୁଭବ ଏବଂ ତାଙ୍କ ପରିବାର ଦିଲ୍ଲୀରେ ଥିଲେ ଓ ବର୍ଷା ଏକୁଟିଆ ହୋଇଯାଇଥିଲେ। ଏହି ସମୟରେ ବର୍ଷାଙ୍କ କଥା ଅନୁଭବ କିଛି ବୁଝୁନଥିଲେ ବୋଲି ବର୍ଷା ଅଭିଯୋଗ ଆଣିଛନ୍ତି। ଏହି ଦୁଇ ମାସ ବର୍ଷା ମାନସିକ ଚାପରେ ଥିଲେ ବୋଲି ଆବେଦନରେ ଲେଖାଯାଇଛି।

ଗତ ୨୫ ମେ’ରେ ଅନୁଭବ ଘରକୁ ଫେରିବା ସମୟରେ ବର୍ଷା ଅନୁଭବଙ୍କ ଘରେ ହିଁ ଥିଲେ। ହଠାତ ଅନୁଭବ ରାଗିଯାଇ ବାଘ ଭଳି ଗର୍ଜିବାକୁ ଲାଗିଲେ। ଏପରିକି ଏସବୁ ଅନୁଭବଙ୍କ ପରିବାର ଲୋକ ଯଥା ବାପା, ମା’ ଏବଂ ଭାଇ ସମସ୍ତେ ଉପସ୍ଥିତ ଥିଲେ ବି କେହି କିଛି କହିନଥିବା ବର୍ଷା କହିଛନ୍ତି। ଧୀରେ ଧୀରେ ଏହି ଅତ୍ୟାଚାର ଆହୁରି ଅସହ୍ୟ ହେବାକୁ ଲାଗିଲା ବୋଲି ବର୍ଷା କହିଛନ୍ତି। ଗତ ଜୁନ୍ ୭ ତାରିଖରେ ରାତି ୧୦ଟା ବେଳକୁ ଅନୁଭବ ଏବଂ ତାଙ୍କ ବାପା ମିଳିତ ଭାବେ ୨ ଘଣ୍ଟା ଧରି ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିବା ବର୍ଷା ଅଭିଯୋଗ କରିଛନ୍ତି। ବର୍ଷାଙ୍କ ମା’ ଓ ଭଉଣୀଙ୍କ ନାଁ ନେଇ ଗାଳି କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି। ତଥାପି ବର୍ଷା ଚୁପ୍ ରହିବାକୁ ବାଧ୍ୟ ହୋଇଥିଲେ ବୋଲି କହିଛନ୍ତି।

ହଠାତ ଜୁନ୍ ୧୧ ତାରିଖରେ ଅନୁଭବ ବର୍ଷାଙ୍କୁ ‘ସହମତି ଭିତ୍ତିକ ଛାଡ଼ପତ୍ର’ ଦେବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗରେ କୁହାଯାଇଛି। ଏପରି ନକଲେ ପରିଣାମ ଭୋଗିବାକୁ ହେବ ବୋଲି କହିଥିଲେ। ବର୍ଷା ଦର୍ଶାଇଛନ୍ତି, ଆଜି ଯାଏ ଅନୁଭବ ତାଙ୍କୁ ଟଙ୍କାଟିଏ ବି ଦେଇନାହାନ୍ତି। ତେବେ ଏ ଅତ୍ୟାଚାର ଅସହ୍ୟ ହେବାରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଦର୍ଶାଇଛନ୍ତି।

ସେ ଓକିଲଙ୍କ ମାଧ୍ୟମରେ ଏହି ଆବେଦନରେ ଦର୍ଶାଇଛନ୍ତି, ତାଙ୍କୁ କ୍ଷତିପୂରଣ ଦିଆଯାଉ। ଅନୁଭବଙ୍କ ଘରେ ରହିବାକୁ ଦିଆଯାଉ, ନଚେତ ସମାଜରେ ତାଙ୍କ ଚଳଣି ମୁତାବକ ମାସିକ ୨୦ ହଜାର ଟଙ୍କାର ଘରଭଡ଼ା ଅନୁଭବ ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏତଦ୍‌ବ୍ୟତୀତ ମାସିକ ‘ମେଣ୍ଟେନାନ୍ସ’ ବାବଦକୁ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଏବଂ ରୋଜଗାର ହରାଇଥିବାରୁ ଏବଂ ମେଡିକାଲ ଖର୍ଚ୍ଚ ବାବଦକୁ ୨ କୋଟି ଟଙ୍କା ଦିଆଯିବାକୁ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଛି।

ଅନ୍ୟପକ୍ଷରେ ଅନୁଭବଙ୍କୁ ଗଣମାଧ୍ୟମ ଏ ପ୍ରସଙ୍ଗରେ ପଚାରିବାରୁ ସେ କହିଛନ୍ତି, ମୋ ପାଖକୁ ଲିଗାଲ ନୋଟିସ୍ ଆସିଲେ ଜଣାଇଦେବି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story