Advertisment

ପୁଣିଥରେ ଫିଲ୍ମଦୁନିଆରେ ଏଣ୍ଟ୍ରି କରିବେ ଭାଗ୍ୟଶ୍ରୀ

ମୁମ୍ବାଇ: ୧୯୮୯ରେ ସୁପରହିଟ୍ ଫିଲ୍ମ ‘ମେନେ ପ୍ୟାର କିୟା’ରେ ସଲମାନଙ୍କ ବିପକ୍ଷରେ ଅଭିନୟ କରି ରାତାରାତି ଷ୍ଟାର୍ ପାଲଟିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମଟି ବେଶ୍ ଲୋକପ୍ରିୟ ହୋଇଥିଲା। ଦର୍ଶକ ଫିଲ୍ମରେ ଭାଗ୍ୟଶ୍ରୀଙ୍କ ଅଭିନୟକୁ ମଧ୍ୟ ବେଶ୍ ପନ୍ଦ କରିଥିଲେ।  ପ୍ରଶଂସକମାନେ ଭାଗ୍ୟଶ୍ରୀଙ୍କଠାରୁ ଇଣ୍ଡଷ୍ଟ୍ରିରେ ଆହୁରି ଭଲ ଫିଲ୍ମର ଆଶା ରଖିଥିଲେ। କିନ୍ତୁ କିଛି ଦିନ ପରେ ଭାଗ୍ୟଶ୍ରୀ ବିବାହ କରି ବଲିଉଡରୁ ଦୂରେଇଗଲେ। ତାଙ୍କ ପ୍ରଶଂସକମାନେ ଆଜି […]

author-image
Chinmayee Roy
ପୁଣିଥରେ ଫିଲ୍ମଦୁନିଆରେ ଏଣ୍ଟ୍ରି କରିବେ ଭାଗ୍ୟଶ୍ରୀ

bhagyashree

ମୁମ୍ବାଇ: ୧୯୮୯ରେ ସୁପରହିଟ୍ ଫିଲ୍ମ ‘ମେନେ ପ୍ୟାର କିୟା’ରେ ସଲମାନଙ୍କ ବିପକ୍ଷରେ ଅଭିନୟ କରି ରାତାରାତି ଷ୍ଟାର୍ ପାଲଟିଥିଲେ ଅଭିନେତ୍ରୀ ଭାଗ୍ୟଶ୍ରୀ। ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିଥିଲେ। ଫିଲ୍ମଟି ବେଶ୍ ଲୋକପ୍ରିୟ ହୋଇଥିଲା। ଦର୍ଶକ ଫିଲ୍ମରେ ଭାଗ୍ୟଶ୍ରୀଙ୍କ ଅଭିନୟକୁ ମଧ୍ୟ ବେଶ୍ ପନ୍ଦ କରିଥିଲେ।  ପ୍ରଶଂସକମାନେ ଭାଗ୍ୟଶ୍ରୀଙ୍କଠାରୁ ଇଣ୍ଡଷ୍ଟ୍ରିରେ ଆହୁରି ଭଲ ଫିଲ୍ମର ଆଶା ରଖିଥିଲେ। କିନ୍ତୁ କିଛି ଦିନ ପରେ ଭାଗ୍ୟଶ୍ରୀ ବିବାହ କରି ବଲିଉଡରୁ ଦୂରେଇଗଲେ। ତାଙ୍କ ପ୍ରଶଂସକମାନେ ଆଜି ବି ତାଙ୍କୁ ପରଦାରେ ଦେଖିବାକୁ ଚାହାଁନ୍ତି। ସେମାନଙ୍କ ପାଇଁ ଖୁସି ଖବର। ଖୁବ୍ ଶୀଘ୍ର ସେ ପୁଣିଥରେ ଫିଲ୍ମି ଦୁନିଆକୁ ପ୍ରବେଶ କରିବାକୁ ଯାଉଛନ୍ତି।

Advertisment

https://www.instagram.com/p/B9EtVykH4nN/?utm_source=ig_web_copy_link

ସୂଚନା ଅନୁଯାୟୀ, ଭାଗ୍ୟଶ୍ରୀ ପୁଣିଥରେ ଫିଲ୍ମ ପରଦାରେ କାମ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଏପରିକି ସେ ଫିଲ୍ମ ସାଇନ୍ ମଧ୍ୟ କରିସାରିଲେଣି। ଏ ନେଇ ନିଜେ ଭାଗ୍ୟଶ୍ରୀ ସୂଚନା ଦେଇ କହିଛନ୍ତି  ଯେ ସେ ବର୍ତ୍ତମାନ ସ୍କ୍ରିପ୍ଟ  ପଢ଼ୁଛନ୍ତି। ଫିଲ୍ମର କାମ ମଧ୍ୟ ଆରମ୍ଭ କରିଦେଲେଣି। ଏହି ଫିଲ୍ମଟି ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ଯାହାର ଏପର୍ଯ୍ୟନ୍ତ ନାଁ ଘୋଷଣା କରାଯାଇ ନାହିଁ। ତେବେ ଲକଡାଉନର କିଛି ସମୟ ପୂର୍ବରୁ ହିଁ ଏହାର ଶୁଟିଂ ଆରମ୍ଭ ହୋଯାଇଥିଲା।  ଫିଲ୍ମରେ ଭାଗ୍ୟଶ୍ରୀ ଏକ ମଜାଦାର ଚରିତ୍ରରେ ନଜର ଆସିବେ। ଏଥିପାଇଁ ସେ ବିଭିନ୍ନ କୌଶଳ ସବୁ ଶିଖୁଛନ୍ତି।

https://www.instagram.com/p/B8Gu519HmIC/?utm_source=ig_web_copy_link

ସୂଚନାଯୋଗ୍ୟ,  ଭାଗୀଶ୍ରୀ ‘ମେନ୍ ପ୍ୟାର କିୟା’ ଫିଲ୍ମ ସୁପର ହିଟ୍ ହେବା ପରେ ୧୯୯୦ ମସିହାରେ ବ୍ୟବସାୟୀ ହିମାଳୟ ଦାସାନୀଙ୍କୁ ବିବାହ କରିଥିଲେ। ଏହା ପରେ ସେ ସ୍ୱାମୀ ହିମାଳୟଙ୍କ ସହ ବଲିଉଡରେ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ। ହେଲେ ସମସ୍ତ ଫିଲ୍ମ ଫ୍ଲପ୍ ହୋଇଥିଲା।  ତା’ପରେ ଭାଗ୍ୟଶ୍ରୀ ବଲିଉଡରୁ ଦୂରେଇଯାଇଥଲେ। ଭାଗ୍ୟଶ୍ରୀଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ପୁଅର ନାମ ଅଭିମନ୍ୟୁ ଦାସାନି। ଅଭିମନ୍ୟୁ ୨୦୧୮ରେ ଫିଲ୍ମ ‘ମର୍ଦ କୋ ଦର୍ଦ ନେହିଁ ହୋତା’ ଦରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଆଗକୁ ସେ ଶିଳ୍ପା ଶେଟ୍ଟୀଙ୍କ ସହ ଫିଲ୍ମ ‘ନିକାମା’ରେ ନଜର ଆସିବେ।

Advertisment

https://www.instagram.com/p/CAFaksbnikS/?utm_source=ig_web_copy_link