Advertisment

ଏହି କଳାକାରଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରିବାକୁ ଭଲ ପାଆନ୍ତି ଏଲିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଆଜି ଜନ୍ମଦିନ। ୧୯୯୬ ମସିହା ଜୁଲାଇ ୨୩ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ତରଙ୍ଗରେ ପ୍ରସାରିତ ହେଉଥିବା ରିଆଲିଟି ଶୋଟ ‘କିଏ ହେବ ମୋ ହିରୋଇନ୍‌ ସିଜନ୍‌-୧‘ର ବିଜୟିନୀ ହେବା ପରେ ଏଲିନା ଓଲିଉଡ୍‌ରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମ ଥିଲା ‘ଇସ୍କ ତୁହି ତୁ’। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅରିନ୍ଦମ୍‌। ଫିଲ୍ମଟି ୨୦୧୫ରେ ରିଲିଜ୍‌ ହୋଇଥିଲା ଏବଂ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ […]

ଅଦ୍ୟତନ ହୋଇଛି
ଏହି କଳାକାରଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରିବାକୁ ଭଲ ପାଆନ୍ତି ଏଲିନା

elina

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଲିଉଡ୍‌ ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କର ଆଜି ଜନ୍ମଦିନ। ୧୯୯୬ ମସିହା ଜୁଲାଇ ୨୩ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ତରଙ୍ଗରେ ପ୍ରସାରିତ ହେଉଥିବା ରିଆଲିଟି ଶୋଟ ‘କିଏ ହେବ ମୋ ହିରୋଇନ୍‌ ସିଜନ୍‌-୧‘ର ବିଜୟିନୀ ହେବା ପରେ ଏଲିନା ଓଲିଉଡ୍‌ରେ ପାଦ ଥାପିଥିଲେ। ପ୍ରଥମ ଫିଲ୍ମ ଥିଲା ‘ଇସ୍କ ତୁହି ତୁ’। ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ ଅରିନ୍ଦମ୍‌। ଫିଲ୍ମଟି ୨୦୧୫ରେ ରିଲିଜ୍‌ ହୋଇଥିଲା ଏବଂ ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ତା’ପରେ ଏଲିନା ‘ଅଭୟ’, ‘ଲଭ୍‌ ଷ୍ଟେସନ୍‌’, ‘କାବୁଲା ବାର ବୁଲା’, ‘ମୁଁ ଖାଣ୍ଟି ଓଡ଼ିଆ ଝିଅ’, ‘ହାପି-ଲକି’ ପରି ହିଟ୍‌ ଫିଲ୍ମରେ କାମ କରିବାର ସୁଯୋଗ ପାଇଲେ।

Advertisment

ତେବେ ୫ବର୍ଷ ଧରି ଏଲିନା ଓଲିଉଡ୍‌ରେ ଅଛନ୍ତି। ଏବଂ ଏପର୍ଯ୍ୟନ୍ତ ଓଲିଉଡ୍‌ର ସମସ୍ତ ସୁପରଷ୍ଟାର୍‌ଙ୍କ ସହ କାମ କରିସାରିଛନ୍ତି।କିନ୍ତୁ ସମସ୍ତଙ୍କ ମଧ୍ୟରୁ ଏଲିନା ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରିବାକୁ ଭଲ ପାଆନ୍ତି। କାରଣ ସେ ତାଙ୍କ ସହ ରୋମାଣ୍ଟିକ୍‌ ସିନ୍‌ କରିବାକୁ ସହଜ ଅନୁଭବ କରନ୍ତି।‌ ଥରେ ଓଟିଭିରେ ପ୍ରସାରିତ ହେଉଥିବା ଟକ୍‌ ଶୋ ‘ଗପସପ’ରେ ଯୋଗଦେଇ ଏଲିନା ଏକଥା କହିଥିଲେ।

publive-imageଏଲିନା ଆହୁରି କହିଥିଲେ, ରୋମାଣ୍ଟିକ୍‌ ସିନ୍‌ କରିବାରେ ସେ କେତେବଳେ ବି ପ୍ରସ୍ତୁତ ନଥାନ୍ତି। କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କୁ ଖୁବ୍‌ ଭଲ ସହ କଳାକାରମାନେ ମିଳିଛନ୍ତି ଯେଉଁମାନେ ଏସବୁ ସିନ୍‌କୁ ବଡ ସହଜରେ କରିବାରେ ତାଙ୍କୁ ସାହାଯ୍ୟ କରିଛନ୍ତି।

Advertisment

ତେବେ ଆଜି ଏଲିନାଙ୍କ ୨୪ତମ ଜନ୍ମଦିନରେ ତାଙ୍କୁ ଓଲିଉଡ୍‌ ଅନେକ କଳାକାରଙ୍କ ସମେତ ତାଙ୍କ ପ୍ରଶଂସକ ମାନେ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କ ସୁନ୍ଦର ଭବିଷ୍ୟତର କାମନା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe