Advertisment

ଜବାବ ଦେଲେ ଏଲିନା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକେ ସେମାନଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ସହିତ ‘ପିଏମ୍‌ କେୟାର୍‌ସ ଫଣ୍ଡ୍’କୁ ଦାନ କରୁଛନ୍ତି। ସେମାନଙ୍କ ମଧ୍ୟରେ କଳାକାରମାନେ ମଧ୍ୟ ଅଛନ୍ତି। ବଲିଉଡ୍ ଓ ଟଲିଉଡ୍‌ର ବହୁ କଳାକାର ଏସବୁ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି। ଓଲିଉଡ୍‌ରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି। ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ତେବେ ଏହି ଦାନ ବା ଆର୍ଥିକ […]

ଅଦ୍ୟତନ ହୋଇଛି
ଜବାବ ଦେଲେ ଏଲିନା

elinasamanta

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ପାଇଁ ବିଭିନ୍ନ ବର୍ଗର ଲୋକେ ସେମାନଙ୍କ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ସହିତ ‘ପିଏମ୍‌ କେୟାର୍‌ସ ଫଣ୍ଡ୍’କୁ ଦାନ କରୁଛନ୍ତି। ସେମାନଙ୍କ ମଧ୍ୟରେ କଳାକାରମାନେ ମଧ୍ୟ ଅଛନ୍ତି। ବଲିଉଡ୍ ଓ ଟଲିଉଡ୍‌ର ବହୁ କଳାକାର ଏସବୁ ପାଣ୍ଠିକୁ ଅର୍ଥ ଦାନ କରିଛନ୍ତି। ଓଲିଉଡ୍‌ରେ ମଧ୍ୟ ଏଭଳି ଦେଖିବାକୁ ମିଳିଛି। ଅଭିନେତା ସବ୍ୟସାଚୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି। ତେବେ ଏହି ଦାନ ବା ଆର୍ଥିକ ସହାୟତାକୁ ନେଇ କିଛି କଳାକାର ସମାଲୋଚନାର ଶିକାର ମଧ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଅଭିନେତ୍ରୀ ଏଲିନା ସାମନ୍ତରାୟ।

Advertisment

କଥା ହେଉଛି, ଏଲିନା କୁକୁର ମାନଙ୍କୁ ଖାଇବାକୁ ଦେଉଥିବାର ଏକ ଭିଡିଓ ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ଶେଆର କରିଥିଲେ। ଏହି ଭିଡିଓ ଦେଖି କିଛି ଲୋକ ସେମାନଙ୍କ ପ୍ରତିକ୍ରିୟାରେ କହିଥିଲେ ଯେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କିଛି ଦେଉନ। କୁକୁରଙ୍କୁ ଖାଇବାକୁ ଦେଇ ଖାଲି ଲୋକ ଦେଖାଣିଆ କାମ କରୁଛ।

ଏଲିନା ଏହାର ଉତ୍ତର ଦେଇ ଲେଖିଛନ୍ତି ଯେ ସେ ଏମିତି ଲୋକ ଦେଖାଣିଆ କାମ କରିବେ। ଏତେ ଯଦି ଖରାପ ଲାଗୁଛି, ତା’ହେଲେ ଦୟାକରି ତାଙ୍କ ପୋଷ୍ଟ ଦେଖନ୍ତୁ ନାହିଁ। ତା’ସହିତ ନକାରାତ୍ମକ ଚିନ୍ତାରୁ ଦୁରେଇ ରୁହନ୍ତୁ।
Advertisment
publive-imageସେମିତି ଜଣେ ବ୍ୟକ୍ତି ତାଙ୍କ ପ୍ରତିକ୍ରିୟାରେ ଲେଖିଥିଲେ ଯେ ସବୁବେଳେ କୁକୁରଙ୍କୁ ଖୁଆଉଛ। କେବେ ଦିନ ମଜୁରିଆ, ଶ୍ରମିକ ଏବଂ ଗରିବ ଶ୍ରେଣୀର ଲୋକ ପାଇଁ କିଛି କରିଛ, ଯେଉଁମାନେ ଟିକେଟ କିଣି ତୁମ ଫିଲ୍ମ ଦେଖିବାକୁ ଯା’ନ୍ତି।
ଏହାରର ଉତ୍ତରରେ ଏଲିନା ଲେଖିଛନ୍ତି, ଆମେ ଯାହା କରୁଛୁ ବହୁତ କରୁଛୁ। ଲୋକଙ୍କୁ ସଚେତନ କରୁଛୁ। କିନ୍ତୁ ଆପଣଙ୍କୁ ସେ ସବୁ ଦେଖାଯାଉନି। ଏତେ ଯଦି ଅସୁବିଧା ଅଛି, ମୋ ପୋଷ୍ଟ ଦେଖନ୍ତୁନି। ଆପଣଙ୍କୁ ଛାଡ଼ି ଆହୁରି ୪ ଲକ୍ଷ ଲୋକ ଅଛନ୍ତି, ଯେଉଁମାନେ ମୋତେ ଭଲ ପାଉଛନ୍ତି। ଆପଣଙ୍କ କମେଣ୍ଟ ମୋର ଦରକାର ନାହିଁ।
View this post on Instagram

#careforanimals

A post shared by Elina⭐️ (@rayelinasamantaray) on

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe