tbv
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଆ ସିନେମା ଓ ସିରିଏଲ ଜଗତର ଜଣାଶୁଣା ଅଭିନେତା ତଥା ‘ଗୋପାଳ ଭାଣ୍ଡ’ ଭାବେ ଘରେ ଘରେ ପରିଚିତ ରବି ମିଶ୍ର ଆଉ ନାହାନ୍ତି । ତାଙ୍କ ମୃତ୍ୟୁରେ ପୂରା ସିନେ ଇଣ୍ଡଷ୍ଟ୍ରିରେ ଶୋକର ପରିବେଶ। ରବି ମିଶ୍ରଙ୍କ ବିୟୋଗରେ ଭାବବିହ୍ୱଳ ହୋଇ ଅଭିନେତ୍ରୀ ଲିପ୍ସା ମିଶ୍ର କହିଛନ୍ତି ଯେ, ଗତକାଲି ଲାଷ୍ଟ ସିନ୍ ତାଙ୍କ ସହିତ ମୋର ଥିଲା। ରାତି ୧୦ଟାରେ ସେ ଘରକୁ ଫେରିଲେ। ସେତେବେଳେ ତାଙ୍କର ଏସିଡିଟି ଲାଗୁଥିଲା ବୋଲି କହିଥିଲେ।
ତାଙ୍କର ଶେଷ ଅଭିନୟ ବି ଦେହ ଖରାପ ଥିଲା। ହେଲେ ସେଇ ଅଭିନୟ ଯେ, ସତସତିକା ହୋଇଯିବ ଆମେ କେବେ ବିଶ୍ୱାସ କରିପାରୁ ନଥିଲୁ। ରାତି ୧୨ଟା ବେଳେ ତାଙ୍କ ଦେହ ଖରାପ ହୋଇଥିବା ମୁଁ ଖବର ପାଇଥିଲି। ତାଙ୍କୁ କେୟାର ହସପିଟାଲ ନିଆଯାଇଥିଲା। ହେଲେ ସକାଳେ ସେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ସେ ଜଣେ ଭେଟେରାନ ଆକ୍ଟର। ସେ ଜଣେ ଭଲ ମଣିଷ ମଧ୍ୟ। ଆମ ସିନେ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ହୋଇଛି। ଆମ ୟୁନିଟ ପାଇଁ ସେ ମୂଳଦୁଆ ଥିଲେ। ଏବେ ସେ ଚାଲିଗଲେ। ଆମ ୟୁନିଟିର ବାପା ଚାଲିଗଲେ। ବାପା ଚାଲିଗଲେ ପରିବାର ଯେମିତି ଭାଙ୍ଗିପଡ଼େ ଆମେ ମଧ୍ୟ ସେମିତି ତାଙ୍କୁ ହରାଇ ମର୍ମାହତ ବୋଲି ଲିପସା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/01/tbv.jpg)