Advertisment

ସାଉଥ୍‌ରେ ଡେବ୍ୟୁ କରିବେ ଜାହ୍ନବୀ

ମୁମ୍ବାଇ: ଫିଲ୍ମ ‘ଧଡକ୍’ରୁ ବଲିଉଡ୍‌ରେ ପାଦ ରଖିଥିବା ଜାହ୍ନବୀ କପୁର ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସାଉଥ୍ ସୁପର୍‌ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ଜାହ୍ନବୀ ସ୍କ୍ରିନ୍ ଶେଆର କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଗାମୀ ତେଲୁଗୁ ଫିଲ୍ମ ‘ଫାଇଟର୍‌’ରେ ଜାହ୍ନବୀ ଓ ‘ଅର୍ଜୁନ ରେଡ୍ଡୀ’ ଫେମ୍ ବିଜୟ ଦେବରକୋଣ୍ଡା ଏକାଠି କାମ କରିବେ। ହେଲେ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ କି ଫିଲ୍ମକୁ ନେଇ କିଛି ଅଧିକ ସୂଚନା […]

ଅଦ୍ୟତନ ହୋଇଛି
ସାଉଥ୍‌ରେ ଡେବ୍ୟୁ କରିବେ ଜାହ୍ନବୀ

janvi

Advertisment

ମୁମ୍ବାଇ: ଫିଲ୍ମ ‘ଧଡକ୍’ରୁ ବଲିଉଡ୍‌ରେ ପାଦ ରଖିଥିବା ଜାହ୍ନବୀ କପୁର ସାଉଥ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସାଉଥ୍ ସୁପର୍‌ଷ୍ଟାର ବିଜୟ ଦେବରକୋଣ୍ଡାଙ୍କ ସହ ଜାହ୍ନବୀ ସ୍କ୍ରିନ୍ ଶେଆର କରିବେ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଆଗାମୀ ତେଲୁଗୁ ଫିଲ୍ମ ‘ଫାଇଟର୍‌’ରେ ଜାହ୍ନବୀ ଓ 'ଅର୍ଜୁନ ରେଡ୍ଡୀ' ଫେମ୍ ବିଜୟ ଦେବରକୋଣ୍ଡା ଏକାଠି କାମ କରିବେ। ହେଲେ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ କି ଫିଲ୍ମକୁ ନେଇ କିଛି ଅଧିକ ସୂଚନା ମିଳିନାହିଁ। ତେବେ ଫିଲ୍ମର ଶୁଟିଂ ଆସନ୍ତା ବର୍ଷ ଫେବୃଆରୀରୁ ଆରମ୍ଭ ହେବ ବୋଲି କୁହାଯାଉଛି।

Advertisment

https://www.instagram.com/p/B3MuQxyhLbk/?utm_source=ig_web_copy_link

ଯଦି ଖବରଟି ସତ ହୁଏ, ତା’ହେଲେ ଜାହ୍ନବୀଙ୍କର ସାଉଥ୍‌ରେ ଫିଲ୍ମ କରିବାର ସ୍ୱପ୍ନ ଖୁବ୍‌ଶୀଘ୍ର ପୂରଣ ହୋଇଯିବ। ତାଙ୍କ ମା’ ତଥା ଦିବଂଗତ ବଲିଉଡ୍ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ସାଉଥ୍‌ ଫିଲ୍ମରେ ଅଭିନୟ କରିଥିଲେ। ଏକ ସୂତ୍ରରୁ ଯାହା ସୂଚନା ମିଳିଛି, ଏହି ଫିଲ୍ମ ପାଇଁ ଜାହ୍ନବୀ କୁଆଡ଼େ ନିର୍ମାତାଙ୍କର ପ୍ରଥମ ପସନ୍ଦ ନଥିଲେ। ତାଙ୍କ ପୂର୍ବରୁ ଏହି ଫିଲ୍ମ ପାଇଁ କିୟାରା ଆଡଭାନୀ ଓ ଆଲିଆ ଭଟ୍ଟଙ୍କୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ କୌଣସି କାରଣରୁ ଏହି ଦୁଇ ଅଭିନେତ୍ରୀଙ୍କ ସହ ଚୁକ୍ତି ହୋଇପାରିଲା ନାହିଁ। ଏହା ବି ଶୁଣିବାକୁ ମିଳୁଛି ଯେ କରଣ ଜୋହର ଏହି ଫିଲ୍ମ ପାଇଁ ଜାହ୍ନବୀଙ୍କ ନାଁକୁ ସୁପାରିସ କରିଥିଲେ।

https://www.instagram.com/p/B5zjXufgphJ/?utm_source=ig_web_copy_link

ସୂଚନାଯୋଗ୍ୟ, ଜାହ୍ନବୀ ଆଗକୁ ଗୁଞ୍ଜନ ସକ୍ସେନାଙ୍କ ବାୟୋପିକ୍‌ରେ ନଜର ଆସିବେ। ଏହାବ୍ୟତୀତ ରାଜକୁମାର ରାଓଙ୍କ ସହ ଫିଲ୍ମ ‘ରୁହି ଆଫ୍‌ଜା’ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିବ। ଏସବୁ ବ୍ୟତୀତ କରଣ ଜୋହରଙ୍କ ଫିଲ୍ମ ‘ତଖ୍‌ତ’ରେ ବି ସେ ଅଭିନୟ କରିପାରନ୍ତି। ଜଣାଇଦେବାକୁ ଚାହୁଁ ଯେ ଜାହ୍ନବୀଙ୍କ ମଆ ତଥା ଦିବଗନ୍ତ ଅଭିନେତ୍ରୀ ଶ୍ରୀଦେବୀ ମଧ୍ୟ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଚେହେରା ଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe