Advertisment

କାମ୍ୟାଙ୍କ ଫଟୋ ଭାଇରାଲ୍

ମୁମ୍ବାଇ: ଟେଲି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଆଜି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି। ଆଜି ସେ ତାଙ୍କ ବୟଫ୍ରେଣ୍ଡ ସଲଭ୍ ଦାଙ୍ଗଙ୍କୁ ବାହା ହେଉଛନ୍ତି। ତେବେ ୟା ଭିତରେ ତାଙ୍କର ଗୋଟିଏ ପରେ ଗୋଟିଏ ପ୍ରିୱେଡ଼ିଂ ସେରିମନିର ଫଟୋ ସବୁ ସାମ୍ନାକୁ ଆସୁଛି। ଗତକାଲି ସକାଳେ ପ୍ରଥମେ ଗୁରୁଦ୍ୱାରରେ ଏମାନଙ୍କର ନିର୍ବନ୍ଧ ଶେଷ ହୋଇଥିଲା, ଯାହାର ଫଟୋ ଭାଇରାଲ୍‌ ହୋଇଥିଲା। ତେବେ ବର୍ତ୍ତମାନ ତାଙ୍କ ହଲ୍‌ଦି ଓ ମେହେନ୍ଦୀ ରୀତିନୀତିର ଫଟୋ ମଧ୍ୟ ସାମ୍ନାକୁ ଆସିଛି […]

author-image
Chinmayee Roy
ଅଦ୍ୟତନ ହୋଇଛି
କାମ୍ୟାଙ୍କ ଫଟୋ ଭାଇରାଲ୍

kamaya

ମୁମ୍ବାଇ: ଟେଲି ଅଭିନେତ୍ରୀ କାମ୍ୟା ପଞ୍ଜାବୀ ଆଜି ହାତକୁ ଦୁଇ ହାତ ହେବାକୁ ଯାଉଛନ୍ତି। ଆଜି ସେ ତାଙ୍କ ବୟଫ୍ରେଣ୍ଡ ସଲଭ୍ ଦାଙ୍ଗଙ୍କୁ ବାହା ହେଉଛନ୍ତି। ତେବେ ୟା ଭିତରେ ତାଙ୍କର ଗୋଟିଏ ପରେ ଗୋଟିଏ ପ୍ରିୱେଡ଼ିଂ ସେରିମନିର ଫଟୋ ସବୁ ସାମ୍ନାକୁ ଆସୁଛି। ଗତକାଲି ସକାଳେ ପ୍ରଥମେ ଗୁରୁଦ୍ୱାରରେ ଏମାନଙ୍କର ନିର୍ବନ୍ଧ ଶେଷ ହୋଇଥିଲା, ଯାହାର ଫଟୋ ଭାଇରାଲ୍‌ ହୋଇଥିଲା। ତେବେ ବର୍ତ୍ତମାନ ତାଙ୍କ ହଲ୍‌ଦି ଓ ମେହେନ୍ଦୀ ରୀତିନୀତିର ଫଟୋ ମଧ୍ୟ ସାମ୍ନାକୁ ଆସିଛି ଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି।

Advertisment

https://www.instagram.com/p/B8W-B8OAHyc/?utm_source=ig_web_copy_link

https://www.instagram.com/p/B8XKmZ4BNFl/?utm_source=ig_web_copy_link

ଗତକାଲି ସକାଳେ ନିର୍ବନ୍ଧ ପରେ ଦିନରେ କାମ୍ୟାଙ୍କର ହଲ୍‌ଦି ଉତ୍ସବ ହୋଇଥିଲା। ଏହାର କିଛି ଫଟୋ ଓ ଭିଡିଓ ସେ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର୍‌ କରିଛନ୍ତି। ଏଥିରେ କାମ୍ୟା ଏକ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିବା ସହ ତା’କୁ ମ୍ୟାଚିଂ କରି ଏକ ସୁନ୍ଦର କାନର ଝୁମକା ପିନ୍ଧିଛନ୍ତି। ଏହି ପାରମ୍ପରିକ ରୀତିରେ ତାଙ୍କ ପରିବାରର ଲୋକଙ୍କ ସହିତ କିଛି ନିକଟତର ବନ୍ଧୁ ଓ ସମ୍ପର୍କୀୟ ସାମିଲ୍‌ ହୋଇଥିଲେ।

https://www.instagram.com/p/B8Wtcx-DWKE/?utm_source=ig_web_copy_link

https://www.instagram.com/p/B8XMRcdBNdk/?utm_source=ig_web_copy_link

ହଲ୍‌ଦି ସରିବାପରେ ଗତକାଲି ସନ୍ଧ୍ୟାରେ ତାଙ୍କର ମେହେନ୍ଦୀ ସେରିମନି ମଧ୍ୟ ହୋଇଥିଲା। ଏହାର ଫଟୋ ଓ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ କାମ୍ୟା ଏକ ରୟାଲ୍‌ ବ୍ଲୁ କଲର୍‌ ଲେହେଙ୍ଗା ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଲେହେଙ୍ଗାରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ବ୍ଲୁ ଲେହେଙ୍ଗା ସହ ସିଲ୍‌ଭର ଜ୍ୱେଲାରୀ ତାଙ୍କୁ କମ୍ପ୍ଲିଟ୍‌ ଲୁକ୍‌ ଦେଉଛି। ସେହିପରି ସଲଭ୍‌ ଦାଙ୍ଗ ଏକ ଡାର୍କ ବ୍ଲୁ ରଙ୍ଗର ପ୍ରିଣ୍ଟେଡ୍‌ ସେରୱାନି ପିନ୍ଧିଛନ୍ତି। ଦୁହିଁଙ୍କ ଯୋଡ଼ି ବେଶ୍ ଭଲ ଲାଗୁଛି।

Advertisment

https://www.instagram.com/p/B8YC89jgAv_/?utm_source=ig_web_copy_link

https://www.instagram.com/p/B8XLx8tBHY0/?utm_source=ig_web_copy_link

ସୂଚନାଯୋଗ୍ୟ, ଆଜି ଆଉ କିଛି ସମୟପରେ କାମ୍ୟା ଓ ସଲଭଙ୍କ ବାହାଘର ବିଧି ଆରମ୍ଭ ହୋଇଯିବ। ଏହା ହେଉଛି କାମ୍ୟାଙ୍କର ଦ୍ୱିତୀୟ ବିବାହ। ଏହା ପୂର୍ବରୁ ସେ ୨୦୧୦ରେ ବଣ୍ଟି ନେଗି ନାମକ ଜଣେ ବିଜ୍‌ନେସ୍‌ମ୍ୟାନଙ୍କୁ ବିବାହ କରିଥିଲେ। ହେଲେ ୨୦୧୩ରେ ସେମାନଙ୍କର ଡିଭୋର୍ସ ହୋଇଯାଇଥିଲା। ତାଙ୍କର ଆରା ନାମରେ ଏକ ଝିଅ ଅଛି ଯିଏକି ତାଙ୍କ ପାଖରେ ହିଁ ରହନ୍ତି। ଅନ୍ୟପଟେ ଶଲଭଙ୍କର ମଧ୍ୟ ଏହା ଦ୍ୱିତୀୟ ବିବାହ। ତାଙ୍କର ୧୦ ବର୍ଷର ଏକ ପୁତ୍ର ସନ୍ତାନ ଅଛି।

https://www.instagram.com/tv/B8XNjG_B-AU/?utm_source=ig_web_copy_link

https://www.instagram.com/p/B8X7aa0DleZ/?utm_source=ig_web_copy_link