Advertisment

ରେଡିଓ ଜକି ହେବେ କରୀନା

ମୁମ୍ବାଇ: ଫିଲ୍ମ କ୍ୟାରିଅର୍‌ରେ ଜବରଦସ୍ତ ସଫଳତା ସହ ଆଗକୁ ବଢ଼ୁଥିବା ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ରେଡିଓରେ ଡେବ୍ୟୁ କରିବାକୁ ଯାଉଛନ୍ତି। ୧୦୪.୮ fmରେ ଆ‌ର୍‌ଜେ( ରେଡିଓ ଜକି)ସାଜି ବେଗମ୍‌  ବେବୋ ଅତିଥିଙ୍କ ସହ ଖାସ୍‌ କଥା ହେବେ। ସୂଚନା ମୁତାବକ, କରୀନାଙ୍କ ଏହି ଶୋ’ର ପ୍ରଥମ ଏପିସୋଡ୍‌ ଶୁଟିଂ ବି ଶେଷ ହୋଇଗଲାଣି।  ଆଉ ଏହି ଏପିସୋଡ୍‌ରେ ତାଙ୍କ ପ୍ରଥମ ଅତିଥି ବି ଖୁବ୍‌ ଖାସ୍‌। ପ୍ରଥମ ଏପିସୋଡ୍‌ରେ ଆର୍‌ଜେ କରୀନାଙ୍କ ପ୍ରଥମ ଅତିଥି […]

author-image
Sangita Sahoo
ରେଡିଓ ଜକି ହେବେ କରୀନା

karina

ମୁମ୍ବାଇ: ଫିଲ୍ମ କ୍ୟାରିଅର୍‌ରେ ଜବରଦସ୍ତ ସଫଳତା ସହ ଆଗକୁ ବଢ଼ୁଥିବା ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଏବେ ରେଡିଓରେ ଡେବ୍ୟୁ କରିବାକୁ ଯାଉଛନ୍ତି। ୧୦୪.୮ fmରେ ଆ‌ର୍‌ଜେ( ରେଡିଓ ଜକି)ସାଜି ବେଗମ୍‌  ବେବୋ ଅତିଥିଙ୍କ ସହ ଖାସ୍‌ କଥା ହେବେ।

Advertisment

ସୂଚନା ମୁତାବକ, କରୀନାଙ୍କ ଏହି ଶୋ’ର ପ୍ରଥମ ଏପିସୋଡ୍‌ ଶୁଟିଂ ବି ଶେଷ ହୋଇଗଲାଣି।  ଆଉ ଏହି ଏପିସୋଡ୍‌ରେ ତାଙ୍କ ପ୍ରଥମ ଅତିଥି ବି ଖୁବ୍‌ ଖାସ୍‌।

ପ୍ରଥମ ଏପିସୋଡ୍‌ରେ ଆର୍‌ଜେ କରୀନାଙ୍କ ପ୍ରଥମ ଅତିଥି ହେଉଛନ୍ତି ସନ୍ନି ଲିଓନୀ।

sunny ଏପିସୋଡ୍‌ରେ ଉଭୟେ ନିଜ ଫିଲ୍ମ ଓ ପର୍ସନାଲ୍‌ ଲାଇଫ୍‌ ବିଷୟରେ କଥା ହେବେ।
ତେବେ କଥା ହେଉଛି, ପ୍ରଥମ ଥର ପାଇଁ କରୀନା କପୁର ଓ ସନ୍ନି ଲିଓନୀ ଏକ ପ୍ରଫେସନାଲ୍‌ ମଞ୍ଚରେ ଏକାଠି କାମ କରିବେ।

Advertisment

ସନ୍ନି ଲିଓନୀଙ୍କ ସହ ଷ୍ଟୁଡିଓରେ ଏପିସୋଡ୍‌ ରେକର୍ଡିଂ ସମୟର ଏକ ଫଟୋ କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ଆଉ ଏହାର କ୍ୟାପ୍‌ସନ୍‌ରେ ଲେଖିଛନ୍ତି- "ISHQ 104.8 FMରେ RJର ଏକ ନୂଆ ଅବତାରରେ ନଜର ଆସିବି। ଅଧିକ ଜାଣିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ।"

https://www.instagram.com/p/BnqwQyQnmEQ/?hl=en&taken-by=therealkareenakapoor

କରୀନାଙ୍କ ଏହି ଶୋ’ ରେଡିଓ ୧୦୪.୮fmରେ ଆସନ୍ତା ଡିସେମ୍ବରରେ ଅନ୍‌ଏୟାର୍‌  ହେବ।

ସୂଚନାଯୋଗ୍ୟ, କରୀନାଙ୍କ ବନ୍ଧୁ ତଥା ଫିଲ୍ମ ନିର୍ଦ୍ଦେଶକ ଓ ପ୍ରଡ୍ୟୁସର୍‌ କରଣ ଜୋହର ମଧ୍ୟ ରେଡିଓ ଦୁନିଆରେ ପୂର୍ବରୁ ପାଦ ରଖି ସାରିଛନ୍ତି।  ସେ ‘କଲିଂ କରନ୍‌’ ନାମକ ଏକ ଶୋ’ ହୋଷ୍ଟ୍‌ କରୁଛନ୍ତି।

ଆଉ ଫିଲ୍ମ କଥା କହିଲେ, କରୀନା ଅଭିନୀତ ଫିଲ୍ମ ‘ବିରେଦି ୱେଡିଂ’ ଜୁନ୍‌ ମାସରେ ରିଲିଜ୍‌ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ଆୟ ମଧ୍ୟ କରିଥିଲା।