Advertisment

ଲୁଚି ଲୁଚି ନିର୍ବନ୍ଧ କଲେ ଏହି ଟେଲି ଅଭିନେତ୍ରୀ, ଫଟୋ ହେଲା ଭାଇରାଲ୍‌

ମୁମ୍ବାଇ:‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତ୍ରୀ ଜଣକ କୁଆଡେ ଲୁଚି ଲୁଚି ନିର୍ବନ୍ଧ କରିଛନ୍ତି। ଆଉ ଏବେ ତାଙ୍କ ନିର୍ବନ୍ଧର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭଇରାଲ୍‌ ହେଲା ପରେ ସାମ୍ନାକୁ ଆସିଛି । ଜାଣିଛନ୍ତି, ସେ ଅଭିନେତ୍ରୀ ଜଣକ କିଏ? ସେ ହେଉଛନ୍ତି ଏହି ଶୋ’ର ମୁଖ୍ୟ ଚରିତ୍ରରେ ଥିବା କାର୍ତ୍ତିକ୍‌ଙ୍କ ଭଉଣୀ କିର୍ତ୍ତୀ ତଥା ରାଜକୁମାରୀ ମୋହିନା କୁମାରୀ ସିଂହ। ମୋହିନା ଲୁଚିକି ନିର୍ବନ୍ଧ କରିଛନ୍ତି ବୋଲି ଏବେ କଥା ଦାଣ୍ଡରେ ପଡି […]

ଲୁଚି ଲୁଚି ନିର୍ବନ୍ଧ କଲେ ଏହି ଟେଲି ଅଭିନେତ୍ରୀ, ଫଟୋ ହେଲା ଭାଇରାଲ୍‌

marriage

Advertisment

ମୁମ୍ବାଇ:‘ୟେ ରିସ୍ତା କ୍ୟା କେହେଲାତା ହୈ’ର ଅଭିନେତ୍ରୀ ଜଣକ କୁଆଡେ ଲୁଚି ଲୁଚି ନିର୍ବନ୍ଧ କରିଛନ୍ତି। ଆଉ ଏବେ ତାଙ୍କ ନିର୍ବନ୍ଧର ଫଟୋ ସବୁ ସୋଶାଲ୍‌ ମିଡିଆରେ ଭଇରାଲ୍‌ ହେଲା ପରେ ସାମ୍ନାକୁ ଆସିଛି । ଜାଣିଛନ୍ତି, ସେ ଅଭିନେତ୍ରୀ ଜଣକ କିଏ?

Advertisment

ସେ ହେଉଛନ୍ତି ଏହି ଶୋ’ର ମୁଖ୍ୟ ଚରିତ୍ରରେ ଥିବା କାର୍ତ୍ତିକ୍‌ଙ୍କ ଭଉଣୀ କିର୍ତ୍ତୀ ତଥା ରାଜକୁମାରୀ ମୋହିନା କୁମାରୀ ସିଂହ। ମୋହିନା ଲୁଚିକି ନିର୍ବନ୍ଧ କରିଛନ୍ତି ବୋଲି ଏବେ କଥା ଦାଣ୍ଡରେ ପଡି ହାଟରେ ଗଡୁଛି।  ସୋଶାଲ୍‌ ମିଡିଆରେ ତାଙ୍କର ଯେଉଁଫଟୋ ଭାଇରାଲ୍‌ ହେଉଛି ସେଥିରେ ସେ ତାଙ୍କ ଭାବୀ ସ୍ୱାମୀଙ୍କ ଫାଖରେ ଛିଡ଼ା ହୋଇଛନ୍ତି। ମୋହିନା ପିଚ୍‌ ଏବଂ ଲାଇଟ୍‌ ଗ୍ରୀନ୍‌ ରଙ୍ଗର ଲେହେଙ୍ଗା ପିନ୍ଧି ଖୁବ୍‌ ସୁନ୍ଦର ଲାଗୁଛନ୍ତି। ତାଙ୍କ ଭାବୀ ସ୍ୱାମୀ ସେର୍‌ୱାନୀ ଓ ପଗଡ଼ୀ ପିନ୍ଧିଥିବା ଉକ୍ତ ଫଟୋରୁ ଦେଖିବାକୁ ମିଳିଛି।

publive-image

ରିପୋର୍ଟ ମୁତାବରକ, ମୋହିନା ନିର୍ବନ୍ଧ ପାଇଁ ଶୋ’ରୁ ୩ ଦିନ ଛୁଟି ନେଇଥିଲେ।  ସେଥିପାଇଁ ୩ କିମ୍ବା ୪ଟି ଏପିସୋଡ୍‌ରେ ତାଙ୍କ ଦେଖା ମିଳି ନ ଥିଲେ। ଏମିତି କୁହାଯାଉଥିଲା ସେ ସେମିନାରରେ ଭାଗ ନେବା ପାଇଁ ଛୁଟି ନେଇଛନ୍ତି। କିନ୍ତୁ ଏବେ “ଦୁଧ କା ଦୁଧ ଆଉ ପାନି କା ପାନି” ହୋଇଯାଇଛି। ତାଙ୍କ ନିର୍ବନ୍ଧ  ମଧ୍ୟପ୍ରଦେଶର ରିଭିଆରେ ହୋଇଛି।

Advertisment

ସୂଚନାଯୋଗ୍ୟ ଯେ, ମୋହିନା ରିଅଲ୍‌ ଲାଇଫ୍‌ରେ ରିଭାର ରାଜ୍‌ କୁମାରୀ। ତାଙ୍କ ବାପା ରିଭାର ରାଜା ଥିଲେ। କିନ୍ତୁ ନିର୍ବନ୍ଧ ଫଙ୍କସନ୍‌ ଖୁବ୍‌ ସାଧାରଣ ଭାବେ ସମ୍ପନ୍ନ ହୋଇଛି। ତାଙ୍କ ବାହାଘର ବି ଏହି ଡିସେମ୍ବରରେ ହେବ ବୋଲି ସୂଚନା ମିଳିଛି।

ମୋହିନା ଏବେ ଟିଭି ଦୁନିଆର ଜଣେ ଲୋକପ୍ରିୟ ଚେହେରା ।  ସେ ସିରିଏଲ୍‌ ପୂର୍ବରୁ ଡ୍ୟାନ୍ସ ରିଆଲିଟି ଶୋ’ ‘ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ-୩’ରେ ନଜର ଆସିଥିଲେ।  ମୋହିନା ଜଣେ ଭଲ ଡ୍ୟାନ୍ସର ଓ କୋରିଓ ଗ୍ରାଫର ମଧ୍ୟ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe