ଫେସବୁକ୍ ବନ୍ଧୁଙ୍କୁ ବିବାହ କରିବାକୁ ମନା କରିବାରୁ ଛୁରାମାଡ଼ ଖାଇଲେ ଅଭିନେତ୍ରୀ

ମୁମ୍ବାଇ: ଲୋକପ୍ରିୟ ଅଭିନେତ୍ରୀ ମାଳବୀ ମାଲହୋତ୍ରାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଦୁଃଖ ଖବର। ମାଲବୀ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଆହତ ଅବସ୍ଥାରେ ମାଲବୀଙ୍କୁ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଅନେକ ଫିଲ୍ମ ତଥା ଲୋକପ୍ରିୟ ଟିଭି ସିରିଏଲ୍ ‘ଉଡାନ୍’ରେ ମାଲବୀ ଦର୍ଶକଙ୍କ ହୃଦୟ ଜିତିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଜଣେ ବ୍ୟକ୍ତି ଆଜି ମାଲବୀଙ୍କ ପେଟରେ ଛୁରାମାଡ଼ କରିଛି। ବ୍ୟକ୍ତିଜଣକ ମାଲବୀଙ୍କ ପେଟରେ ଛୁରୀ ଭୂଷିବା ପରେ ତାଙ୍କ ଚେହେରାକୁ ଟାର୍ଗେଟ୍ କରୁଥିଲା। ସାହସର ସହ ମାଲବୀ ନିଜ ମୁହଁକୁ ଦୁଇ ହାତରେ ଘୋଡ଼ାଇଦେଇଥିଲେ। ଏତିକି ବେଳେ ତାଙ୍କ ବାମ ହାତରେ ମଧ୍ୟ ଗଭୀର ଆଘାତ ଲାଗିଛି।

 

View this post on Instagram

 

Candid #malvimalhotra #beyou #loveforpink 💓💓💓 PC — @sagarfilms194

A post shared by Malvi Malhotra (@malvimalhotra) on

ମାଲବୀଙ୍କ ଶରୀରରେ ମୋଟ 3ଟି ସ୍ଥାନରେ ଗଭୀର କ୍ଷତ ହୋଇଛି। ଗୁରୁତର ଅବସ୍ଥାରେ ତାଙ୍କୁ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଆକ୍ରମଣକାରୀଙ୍କ ପରିଚୟ ହେଉଛି ମାହିପାଲ ସିଂହ। ସେ ମାଲବୀଙ୍କ ଫେସବୁକ୍ ବନ୍ଧୁ। ସେ ନିଜକୁ ଜଣେ ଫିଲ୍ମ ନିର୍ମାତାର ପରିଚୟ ଦେଇ 2019ରେ ମାଲବୀଙ୍କ ଫେସବୁକରେ ଯୋଡ଼ି ହୋଇଥିଲେ। ମାହିପାଲ ମାଲବୀଙ୍କୁ ବିବାହ କରିବାକୁ ଚାହୁଁଥିଲେ। ଏଥିରେ ମାଲବୀ ରାଜି ନ ହେବାକୁ ସେ ଏଭଳି ଚରମ କାଣ୍ଡ ନେଇ ନିଷ୍ପତ୍ତି ନେଲେ। ଏନେଇ ଭର୍ସୋଭା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।